Vijay Antony,
ତାମିଲ ଅଭିନେତା ବିଜୟ ଆଣ୍ଟୋନିଙ୍କ ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼ । ଦୁଃଖ ଦରିଆରେ ଭସାଇ ଦେଇ ଅବେଳରେ ଚାଲିଗଲା ଝିଅ । ଅଭିନେତାଙ୍କ ୧୬ ବର୍ଷିୟ ଝିଅ ମୀରା ଆଣ୍ଟୋନି ଆତ୍ମହତ୍ୟା କରିଛନ୍ତି । ଚେନ୍ନାଇର ଏକ ଘରୋଇ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ମୀରା ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ସେପ୍ଟେମ୍ବର ୧୯ ମଙ୍ଗଳବାର ଦିନ ସକାଳ ୩ଟାରେ ଏହି ଦୁଃଖଦ ଘଟଣା ଘଟିଛି । ଝିଅକୁ ହରାଇଦେବା ପରେ ବିଜୟ ଆଣ୍ଟୋନି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
ଚେନ୍ନାଇ ସ୍ଥିତ ବାସଭବନରେ ମୀରାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ବିଜୟ ଆଜି ସକାଳେ ଝିଅ ରୁମକୁ ଯିବା ପରେ ମୀରା ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ମାତ୍ର ସେତେବେଳକୁ ବିଳମ୍ବ ହୋଇସାରିଥିଲା । ମୀରାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମୀରା ଚେନ୍ନାଇର ଏକ ପ୍ରତିଷ୍ଠିତ ଘରୋଇ ସ୍କୁଲରେ ପଢ଼ୁଥିଲେ । ବେଶ୍ କିଛି ଦିନ ହେବ ସେ ଡିପ୍ରେସନରେ ପୀଡିତ ଥିଲେ ଏବଂ ସେ ମଧ୍ୟ ଚିକିତ୍ସିତ ହେଉଥିଲେ । ଏହାରି ଭିତରେ ସେ ଏପରି ଚରମ ପଦକ୍ଷେପ ନେବେ କେହି ଚିନ୍ତା ବି କରିନଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଝିଅର ଆତ୍ମହତ୍ୟା ପରେ ବିଜୟ ଏବଂ ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏହି ଖବର ପ୍ରଚାରିତ ହେବା ପରେ ବିଜୟ ଆଣ୍ଟୋନୀଙ୍କ ପରିବାର ପ୍ରତି ସମବେଦନାର ସୁଅ ଛୁଟୁଛି।
ବିଜୟ ଆଣ୍ଟୋନି ଦକ୍ଷିଣୀ ସିନେମାର ଜଣେ ଲୋକପ୍ରିୟ ଅଭିନେତା । ଅଭିନୟ ଦୁନିଆରେ ପାଦ ଥାପିବା ପୂର୍ବରୁ ସେ ଜଣେ ସାଉଣ୍ଡ ଇଞ୍ଜିନିୟର ଭାବେ କାମ କରୁଥିଲେ । କେବଳ ଏତିକି ନୁହେଁ ସେ କିଛି ବର୍ଷ ଧରି ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695112450.jpg)