Advertisment

ହଲିଉଡ୍‌ରେ ଆକ୍ସନ ଷ୍ଟଣ୍ଟ୍ ଦେବେ ବିଦ୍ୟୁତ ଜାମୱାଲ୍‌

ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ରସେଲ ବିଦ୍ୟୁତ ଜାମୱାଲଙ୍କ ସହ ଏକ ଫିଲ୍ମ କରୁଛନ୍ତି। ବିଦ୍ୟୁତ ଭରପୂର ଆକ୍ସନ ମସଲା ସହିତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ସହିତ ବିଦ୍ୟୁତଙ୍କ କାନ୍ଧରେ ଏହି ଚଳଚ୍ଚିତ୍ରର ଆକ୍ସନ୍‌କୁ ପ୍ଲାନ୍ କରିବାର ଦାୟିତ୍ୱ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ।

Vidyut Jamwal doing action film with Chuck Russell

Vidyut Jamwal doing action film with Chuck Russell

Advertisment

ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ରସେଲ ସ୍କର୍ପିଓନ୍ କିଙ୍ଗ୍‌, ମାସ୍କ, ଜଙ୍ଗଲ୍‌ ଏବଂ ପାରାଡାଇଜ୍ ସିଟି ଭଳି ଅନେକ ଦମଦାର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ବର୍ତ୍ତମାନ ରସେଲ ବିଦ୍ୟୁତ ଜାମୱାଲଙ୍କ ସହ ଏକ ଫିଲ୍ମ କରୁଛନ୍ତି। ବିଦ୍ୟୁତ ଜାମୱାଲ ଭରପୂର ଆକ୍ସନ ମସଲା ସହିତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ସହିତ ବିଦ୍ୟୁତଙ୍କ କାନ୍ଧରେ ଏହି ଚଳଚ୍ଚିତ୍ରର ଆକ୍ସନ୍‌କୁ ପ୍ଲାନ୍ କରିବାର ଦାୟିତ୍ୱ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ।

Advertisment

ବିଦ୍ୟୁତ ଜାମୱାଲ ମାତ୍ର ୪ ବର୍ଷ ବୟସରୁ ମାର୍ଶଲ ଆର୍ଟର ପ୍ରାଚୀନ କଳା କଲାରିପୟାଟୁ କରିଆସୁଛନ୍ତି। ବିଦ୍ୟୁତ୍ ମଧ୍ୟ ଫିଟ୍‌ନେସ୍ ପାଇଁ ଲୋକଙ୍କୁ ଉତ୍ସାହିତ କରନ୍ତି। ସେ ଅନେକ ସିନେମାରେ ମଧ୍ୟ ନିଜର ଆକ୍ସନ ତଡକା ଦେଇଛନ୍ତି। ୨୦୧୨ ମସିହାରେ ବିଦ୍ୟୁତ ଏକ ଆକ୍ସନ୍ ଫିଲ୍ମ ସହିତ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ବିଦ୍ୟୁତ ଜାମୱାଲଙ୍କୁ ବଲିଉଡର ସୁପର୍‌ଷ୍ଟାର ଜନ୍ ଆବ୍ରାହମ୍‌ଙ୍କ ସହ ଦେଖିବାକୁ ମିଳିଥିଲା। ଫିଲ୍ମର ନାଁ ଥିଲା ‘ଫୋର୍ସ’।

ତାମିଲ ଚଳଚ୍ଚିତ୍ରରେ କାମ:

ବିଦ୍ୟୁତ ଜାମୱାଲ ବଲିଉଡ ସହିତ ଅନେକ ସାଉଥ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଏହିସବୁ ଫିଲ୍ମରେ ତାଙ୍କର ଆକ୍ସନ୍ ଦେଖିବାକୁ ମିଳେ। ବିଦ୍ୟୁତ ଜାମୱାଲ ତାଙ୍କର ଆକ୍ସନ୍ ଷ୍ଟଣ୍ଟ୍‌ ପାଇଁ ବେଶ ଜଣାଶୁଣା। ଚଳଚ୍ଚିତ୍ରରେ ବିଦ୍ୟୁତ ଜାମୱାଲ କୌଣସି ଷ୍ଟଣ୍ଟ ପାଇଁ ବଡୀ ଡବଲ୍ ବ୍ୟବହାର କରନ୍ତି ନାହିଁ।

Advertisment

ବିଦ୍ୟୁତ ଜାମୱାଲ ନିଜେ ତାଙ୍କର ସମସ୍ତ ଷ୍ଟଣ୍ଟ୍‌ କରନ୍ତି। କେବଳ ଏତିକି ନୁହେଁ, ବିଦ୍ୟୁତ୍ ନିଜେ ମଧ୍ୟ ସମସ୍ତ ଷ୍ଟଣ୍ଟ୍ ଡିଜାଇନ୍ କରନ୍ତି। ଫିଲ୍ମ ‘କମାଣ୍ଡୋ’ରେ ଥିବା ସମସ୍ତ ଆକ୍ସନ୍ ଷ୍ଟଣ୍ଟ୍ ବିଦ୍ୟୁତ୍ ଜାମୱାଲ୍ ନିଜେ କୋରିଓଗ୍ରାଫ୍ କରିଥିଲେ। ବିଦ୍ୟୁତ ନିଜେ ବିନା ଦଉଡିରେ ସବୁ ଷ୍ଟଣ୍ଟ୍‌ଗୁଡିକ କରନ୍ତି।

ହଲିଉଡ୍‌ରେ କାମ:

ବିଦ୍ୟୁତ ଜାମୱାଲ ଖାଲି ଭାରତୀୟ ଫିଲ୍ମ ନୁହେଁ ହଲିଉଡ୍‌ ଫିଲ୍ମରେ ମଧ୍ୟ ନିଜର ଆକ୍ସନ୍ ଦେଇଛନ୍ତି। ବର୍ତ୍ତମାନ ବିଦ୍ୟୁତ ଜାମୱାଲ ହଲିଉଡ୍‌ର ନିର୍ଦ୍ଦେଶକ ଚକ୍ ରସେଲଙ୍କ ସହ ଏକ ଆକ୍ସନ୍ ଫିଲ୍ମ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ସମସ୍ତ ଆକ୍ସନ୍ ଷ୍ଟଣ୍ଟ୍ ବିଦ୍ୟୁତ୍ ଜାମୱାଲଙ୍କ ଦ୍ୱାରା କୋରିଓଗ୍ରାଫ୍ ହେବ।

Advertisment

ଏହା ସହିତ ବିଦ୍ୟୁତ ଜାମୱାଲ ନିଜେ ମଧ୍ୟ ଫିଲ୍ମରେ ଏକ ଆକ୍ସନ୍ ରୋଲ୍‌ରେ ନଜର ଆସିପାରନ୍ତି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ। ବିଦ୍ୟୁତଙ୍କୁ ହଲିଉଡର ଆକ୍ସନ୍ ଡାଇରେକ୍ଟର ବ୍ରୁସ୍ ଲିଙ୍କ ସହ ତୁଳନା କରାଯାଏ ଆଉ ସେ ଭାରତର ବ୍ରୁସ୍ ଲି ଭାବରେ ମଧ୍ୟ ଜଣାଶୁଣା।

ବିଦ୍ୟୁତ ଜାମୱାଲଙ୍କ ଫିଟ୍‌ନେସ୍‌ର ପ୍ରଶଂସା ସାରା ବିଶ୍ୱରେ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହେବାରେ ଲାଗିଛି। ଆମେରିକାରେ ମଧ୍ୟ ତାଙ୍କ ଅଭିନୀତ ଫିଲ୍ମ ‘କମାଣ୍ଡୋ’ରେ ଥିବା ଆକ୍ସନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

Bollywood Hollywood Vidyut Jammwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ