Advertisment

ରିଲିଜ୍ ହେଲା ବିଦ୍ୟୁତ ଜାମୱାଲଙ୍କ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର

ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲରଟି ବହୁତ ଭଲ ହୋଇଥିବା ଦେଖାଯାଏ। ଏଥିରେ ଏକ ଭାବପ୍ରବଣ କାହାଣୀ ଓ ମଜବୁତ୍ ଆକ୍ସନକୁ ମିକ୍ସ କରାଯାଇଛି। ପ୍ରାୟ ୨ ମିନିଟ୍ ୩୬ ସେକେଣ୍ଡର ଏହି ଟ୍ରେଲରଟି ବିଦ୍ୟୁତ୍ ଜାମୱାଲ୍ ଓ ତାଙ୍କ ପତ୍ନୀଙ୍କଠାରୁ ଆରମ୍ଭ ହୋଇଛି। ତାଙ୍କ ପତ୍ନୀ ହାର୍ଟ ଅପରେସନ କରିବାକୁ ଯାଉଛନ୍ତି ଏବଂ ତାଙ୍କୁ ଅପରେସନ୍ ରୁମ୍‌କୁ ନିଆଯାଉଛି।

ଅଦ୍ୟତନ ହୋଇଛି
Vidyut Jammwal’s Sanak trailer launch

Vidyut Jammwal’s Sanak trailer launch

Advertisment

ମୁମ୍ବାଇ : ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲରଟି ବହୁତ ଭଲ ହୋଇଥିବା ଦେଖାଯାଏ। ଏଥିରେ ଏକ ଭାବପ୍ରବଣ କାହାଣୀ ଓ ମଜବୁତ୍ ଆକ୍ସନକୁ ମିକ୍ସ କରାଯାଇଛି। ପ୍ରାୟ ୨ ମିନିଟ୍ ୩୬ ସେକେଣ୍ଡର ଏହି ଟ୍ରେଲରଟି ବିଦ୍ୟୁତ୍ ଜାମୱାଲ୍ ଓ ତାଙ୍କ ପତ୍ନୀଙ୍କଠାରୁ ଆରମ୍ଭ ହୋଇଛି। ତାଙ୍କ ପତ୍ନୀ ହାର୍ଟ ଅପରେସନ କରିବାକୁ ଯାଉଛନ୍ତି ଏବଂ ତାଙ୍କୁ ଅପରେସନ୍ ରୁମ୍‌କୁ ନିଆଯାଉଛି। ତା’ପରେ ହଠାତ୍ କିଛି ସଶସ୍ତ୍ର ଲୋକ ଡାକ୍ତରଖାନା ଉପରେ ଆକ୍ରମଣ କରି ଲୋକଙ୍କୁ ହତ୍ୟାକରିବା ଆରମ୍ଭ କରୁଛନ୍ତି। ବିଦ୍ୟୁତ୍ ସେଠାରୁ ବଞ୍ଚିବାକୁ ଚେଷ୍ଟା କରିନା ସହିତ ନିଜ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସେ ଗୋଟିଏ ପରେ ଗୋଟିଏ ଲୋକଙ୍କୁ ମାରିବା ଆରମ୍ଭ କରିଛନ୍ତି।

Advertisment
Vidyut Jammwal’s Sanak trailer launch ରିଲିଜ୍ ହେଲା ବିଦ୍ୟୁତ ଜାମୱାଲଙ୍କ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର

ବିଦ୍ୟୁତ ତାଙ୍କ ପତ୍ନୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ଦେଖାଯାଏ। ଏଇଠି ନେହା ଧୁପିଆର ପ୍ରବେଶ ହୁଏ। ସେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଛନ୍ତି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବିଦ୍ୟୁତ୍ ଏହି ସଶସ୍ତ୍ର ବ୍ୟକ୍ତିଙ୍କ ସହ ଡାକ୍ତରଖାନାରେ ମାରପିଟ୍ କରୁଛନ୍ତି। ଏହି ସମୟରେ ସେ ତାଙ୍କର ଦମଦାରା ଆକ୍ସନ ଦେଖେଇଛନ୍ତି। ଫିଲ୍ମର ପୂରା କାହାଣୀ ଏକ ଡାକ୍ତରଖାନାରେ ହିଁ ଦେଖାଯାଇଛି। ଡାକ୍ତରଖାନାରେ କିଛି ଲୋକ ବିଦ୍ୟୁତଙ୍କ ପତ୍ନୀଙ୍କ ସମେତ ଅନ୍ୟ ଲୋକଙ୍କୁ ବନ୍ଧୁକ ଦେଖାଇ ଅଟକ ରଖିଛନ୍ତି। ବିଦ୍ୟୁତ୍ କିପରି ନିଜ ଜୀବନ ସହିତ ତାଙ୍କ ​​ପତ୍ନୀ ଓ ଅନ୍ୟମାନଙ୍କୁ ବଞ୍ଚାଇବେ ତାହା ଦେଖିବା ନିଶ୍ଚିତ ମଜାଦାର ହେବ।

Advertisment

'ସନକ୍'ରେ ବିଦ୍ୟୁତ୍‌ଙ୍କ ନାମ ଭିଭାନ୍ ରହିଛି। ରୁକ୍ମିଣୀ ମିତ୍ରା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ ନେହା ଧୂପିଆ ଏବଂ ଚନ୍ଦନ ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତ। ଏହା ଜି ଷ୍ଟୁଡିଓ ଓ ସନ୍ସାଇନ୍ ପିକ୍ଚର୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଭିପୁଲ ଅମୃତଲାଲ ଶାହା। ଏହି ଚଳଚ୍ଚିତ୍ରଟି ୧୫ ଅକ୍ଟୋବର ୨୦୨୧ ରେ OTT ପ୍ଲାଟ୍‌ଫର୍ମ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିବ।

Vidyut Jammwal’s Sanak trailer launch ରିଲିଜ୍ ହେଲା ବିଦ୍ୟୁତ ଜାମୱାଲଙ୍କ ଆକ୍ସନ ଫିଲ୍ମ 'ସନକ'ର ଟ୍ରେଲର

'ସନକ' ହେଉଛି ୨୦୦୨ ଆମେରିକୀୟ ଚଳଚ୍ଚିତ୍ର 'ଜନ୍ କ୍ୟୁ'ର ହିନ୍ଦୀ ରିମେକ୍। ଏହାପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିଲା ଯେଉଁଥିରେ ବିଦ୍ୟୁତ ଗୁରୁତର ଆହତ ହୋଇଥିବା ଦେଖାଯାଇଥିଲା। ତାଙ୍କର ଗୋଟିଏ ହାତରେ ଏକ ପିଲା ଏବଂ ଅନ୍ୟ ହାତରେ ବନ୍ଧୁକ ଥିଲା। ତାଙ୍କ ମୁହଁରେ କ୍ରୋଧ ଥିଲା, ଯାହା ଦର୍ଶାଏ ଯେ ସେ ଅନେକ ଅସୁବିଧା ସତ୍ତ୍ୱେ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।

Advertisment
Bollywood Vidyut Jammwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ