Advertisment

ଏକାଠି ହେବେ ଅର୍ଜୁନ-ବିଦ୍ୟୁତ; 'କ୍ରାକ୍‌’ରେ କରିବେ ଦମଦାର ଆକ୍ସନ

ଆଗାମୀ ଚଳଚ୍ଚିତ୍ର 'କ୍ରାକ୍‌’ ପାଇଁ ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ଫିଲ୍ମ 'କ୍ରାକ୍‌'ର ବିସ୍ଫୋରକ ଟ୍ରେଲର୍‌ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

vidyut jammwal arjun rampal starrer high voltage action movie crakk

vidyut jammwal arjun rampal starrer high voltage action movie crakk

Advertisment

ଆଗାମୀ ଚଳଚ୍ଚିତ୍ର 'କ୍ରାକ୍‌’ ପାଇଁ ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ଫିଲ୍ମ 'କ୍ରାକ୍‌'ର ବିସ୍ଫୋରକ ଟ୍ରେଲର୍‌ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

Advertisment

ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲଙ୍କ ସହ ଆକ୍ସନ୍ ହିରୋ ବିଦ୍ୟୁତ ଜାମ୍‌ୱାଲ୍‌ ମଧ୍ୟ ନଜର ଆସିବେ। ବିଦ୍ୟୁତ ଜାମ୍‌ୱାଲ୍‌ ପ୍ରାୟତଃ ବଲିଉଡରେ ଆକ୍ସନ୍ ଫିଲ୍ମ କରିଛନ୍ତି। ଦର୍ଶକମାନେ ତାଙ୍କ ଆକ୍ସନ୍‌କୁ ଖୁବ୍ ପସନ୍ଦ କରୁଥିଲେ ମଧ୍ୟ ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଏଯାଏ ସଫଳ ହୋଇନାହିଁ।

ବିଦ୍ୟୁତ ଜାମୱାଲ ୨୦୧୧ ମସିହାରେ ଫିଲ୍ମ 'ଫୋର୍ସ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଏବଂ ଜନ୍ ଆବ୍ରାହମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ଦମଦାର ଗୀତ ଏବଂ ଆକ୍ସନ୍ ଦୃଶ୍ୟରେ ସଜ୍ଜିତ ଥିଲେ ମଧ୍ୟ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସାଂଘାତିକ ଭାବରେ ଫ୍ଲପ୍ ହୋଇଥିଲା।

Advertisment

ତାଙ୍କର ଡେବ୍ୟୁ ଚଳଚ୍ଚିତ୍ରର ଫ୍ଲପ୍ ପରେ ବିଦ୍ୟୁତ୍ ଜାମୱାଲ୍ ଅନେକ ଉ ଆକ୍ସନ୍ ଫିଲ୍ମରେ କାମ କରି ପରଦାକୁ ଫେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଗୋଟିଏ ବି ଫିଲ୍ମ ସଫଳ ହୋଇ ନାହିଁ।

ବିଦ୍ୟୁତ୍ ଜାମୱାଲ୍ ତାଙ୍କର ୧୩ ବର୍ଷର କ୍ୟାରିଅରରେ ପ୍ରାୟ ୭ ଟି ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ଅଭିନେତାଙ୍କ ପୂର୍ବ ଚଳଚ୍ଚିତ୍ର 'ଖୁଦା ହାଫିଜ୍' OTT ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଥିଲା ​​ଏବଂ ଏହି ଫିଲ୍ମ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇଥିଲା।

Advertisment

ବର୍ତ୍ତମାନ ବିଦ୍ୟୁତ ଜାମ୍‌ୱାଲ୍‌ ଏବଂ ଅର୍ଜୁନ ରାମପାଲ ଫିଲ୍ମ 'କ୍ରାକ୍‌' ସହିତ ଆସୁଛନ୍ତି। ଏହି ଚଳଚ୍ଚିତ୍ରରେ ବିଦ୍ୟୁତ ଜାମ୍‌ୱାଲ୍‌ ମଧ୍ୟ ବହୁତ ଭଲ ଅଭିନୟ କରିବାକୁ ଚେଷ୍ଟା କରିଛନ୍ତି। ନିକଟରେ ବିଦ୍ୟୁତ ଜାମୱାଲଙ୍କ ସହ-ଷ୍ଟାର ଅର୍ଜୁନ ରାମପାଲ ତାଙ୍କୁ 'ଆନିମଲ୍'ବୋଲି କହିଛନ୍ତି। ସେ କହିଛନ୍ତି, “ଯେତେବେଳେ ଆପଣ ବିଦ୍ୟୁତଙ୍କୁ ଭେଟିବ ଏବଂ ତାଙ୍କୁ ଆଲିଙ୍ଗନ କରିବ ଏବଂ ତାଙ୍କ ମାଂସପେଶୀକୁ ଅନୁଭବ କରିବ। ଆପଣଙ୍କୁ ଏମିତି ଲାଗିବ ଯେ ଏହା ଏମିତି କେଉଁ 'ଆନିମଲ୍'?”

Bollywood Vidyut Jammwal Arjun Rampal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ