Advertisment

ବିଦ୍ୟୁତ୍ ଜାମୱାଲାଙ୍କ ନିର୍ବନ୍ଧ ଶେଷ; ଜାଣନ୍ତୁ କିଏ ସେ ସୌଭାଗ୍ୟବତୀ

ବଲିଉଡ ଆକ୍ସନ ହୀରୋ ବିଦ୍ୟୁତ୍ ଜାମୱାଲା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍ ଫେସନ ଡିଜାଇନର୍ ନନ୍ଦିତା ମେହତାନୀ ସେମାନଙ୍କ ସଂପର୍କକୁ କ’ଣ ନୂଆ ନାମ ଦେଇଦେଲେ କି? ଏଭଳି ପ୍ରଶ୍ନ ଏଇଥିପାଇଁ ଯେ ଉଭୟଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି କାରଣରୁ ଉଭୟଙ୍କୁ ନେଇ ଚର୍ଚ୍ଚା ବଢିଯାଇଛି। ସେମାନଙ୍କ ନିର୍ବନ୍ଧ ହୋଇଯାଇଥିବା ଆଲୋଚନା ହେଉଛି। ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ସୋସିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ସେୟାର କରି ଶୁଭେଚ୍ଛା ଜଣେଇଛନ୍ତି।

Vidyut Jamwala

Vidyut Jamwala

Advertisment

ମୁମ୍ବାଇ : ବଲିଉଡ ଆକ୍ସନ ହୀରୋ ବିଦ୍ୟୁତ୍ ଜାମୱାଲା ଓ ତାଙ୍କ ଗାର୍ଲଫ୍ରେଣ୍ଡ୍ ଫେସନ ଡିଜାଇନର୍ ନନ୍ଦିତା ମେହତାନୀ ସେମାନଙ୍କ ସଂପର୍କକୁ କ’ଣ ନୂଆ ନାମ ଦେଇଦେଲେ କି? ଏଭଳି ପ୍ରଶ୍ନ ଏଇଥିପାଇଁ ଯେ ଉଭୟଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି କାରଣରୁ ଉଭୟଙ୍କୁ ନେଇ ଚର୍ଚ୍ଚା ବଢିଯାଇଛି। ସେମାନଙ୍କ ନିର୍ବନ୍ଧ ହୋଇଯାଇଥିବା ଆଲୋଚନା ହେଉଛି। ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ସୋସିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ସେୟାର କରି ଶୁଭେଚ୍ଛା ଜଣେଇଛନ୍ତି।

Advertisment
Vidyut Jammwal and Nandita Mahtaniବିଦ୍ୟୁତ ଜମୱାଲ୍ ଓ ନନ୍ଦିତା ମେହତାନୀ

ତେବେ ବିଦ୍ୟୁତ ଜାମୱାଲ ଓ ନନ୍ଦିତା ମେହତାନୀଙ୍କ ନିର୍ବନ୍ଧ ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ନନ୍ଦିତାଙ୍କ ହାତରେ ନିର୍ବନ୍ଧ ମୁଦି ଦେଖିବାକୁ ମିଳିଲା। ଫଟୋରେ ସେମାନେ ତାଜମହଲ ପାଖରେ ଠିଆ ହୋଇଥିବା ଦେଖାଯାଏ। ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଳାଗିଛି। ଇଟାଇମ୍ସ ଅନୁସାରେ ଉଭୟ ତିନି ୩ ପୂର୍ବରୁ ଲୁଚିଛପି ନିର୍ବନ୍ଧ କରିଦେଇଥିବା ଜଣାଯାଏ।

Advertisment

ସୂଚନା ମୁତାବକ ବିଦ୍ୟୁତ ଓ ନନ୍ଦିତା ଶନିବାର ତାଜମହଲ ଯାଇଥିଲେ। ଏହି ଅବସରରେ ଉଭୟ ତାଜମହଲ ସାମ୍ନାରେ ଅନେକ ଫଟୋ ଉଠେଇଥିଲେ। ଏହି ଭ୍ରମଣ ପାଇଁ ବିଦ୍ୟୁ ସଂପୂର୍ଣ୍ଣ ଧଳା ଆଉଟ୍‌ଫିଟ୍ ବାଛିଥିବା ବେଳେ ନନ୍ଦିତା ହ୍ୱାଇଟ୍ ଟପ୍ ସାଙ୍ଗକୁ ଫୁଲପକା ସ୍କର୍ଟ ପିନ୍ଧିଥିଲେ। ସୋସିଆଲ ମିଡିଆରେ ନେହା ଧୁପିଆ ଉଭୟଙ୍କୁ ଶୁଭେଚ୍ଛା ଜଣେଇଥିବାରୁ ଏହି ଖବର ପକ୍କା ବୋଲି ଅନୁମାନ କରାଯାଉଛି।

Advertisment

ପ୍ରକାଶଥାଉ ଯେ ନନ୍ଦିତା ମେହତାନୀ ଓ ବିଦ୍ୟୁତ ଜାମୱାଲ ମାତ୍ର ୫ ପୂର୍ବରୁ ସେମାନଙ୍କ ପ୍ରେମ ବ୍ୟକ୍ତ କରିଥିଲେ। ଏବେ ନିର୍ବନ୍ଧ ହୋଇସାରିଥିବାରୁ ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଆଶା ରହିଛି।

ଯଦି ପୂର୍ବ କଥା ଆଲୋଚନା କରାଯାଏ ତେବେ ନନ୍ଦିତା ମେହନାତିଙ୍କ ପ୍ରଥମ ବିବାହ କରିଶ୍ମା କପୁରଙ୍କ ପୂର୍ବ ପତି ସଞ୍ଜୟ କପୁରଙ୍କ ସହିତ ହୋଇଥିଲା। ପରେ ସେମାନଙ୍କ ବିଚ୍ଛେଦ ହୋଇଯିବାରୁ ସଞ୍ଜୟ କପୁର କରିଶ୍ମାଙ୍କୁ ବିବାହ କରିଥିଲେ। ଏହା ପରେ ନନ୍ଦିତାଙ୍କ ସଂପର୍କ ଅଭିନେତା ଓ ମଡେଲ ଡିନୋ ମୋରିୟାଙ୍କ ସହ ଗଢି ଉଠିଥିଲା। କିନ୍ତୁ ପରେ ବ୍ରେକ୍ ହୋଇଥିଲା। ସେହିପରି ବିଦ୍ୟୁତ ଜମୱାଲାଙ୍କ କଥା କହିଲେ ତାଙ୍କର ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ମୋନା ସିଂହଙ୍କ ସହ ପ୍ରେମ ସଂପର୍କ ଥିଲା। ପରେ ସେମାନଙ୍କର ମଧ୍ୟ ବ୍ରେକ୍‌ଅପ୍‌ ହୋଇଥିଲା।

Bollywood Vidyut Jammwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ