allu arjun receiving national award for best actor
୨୦୨୧ରେ ମୁକ୍ତିଲାଭ କରିଥିବା ଭିକି କୌଶଲଙ୍କ ଫିଲ୍ମ 'ସରଦାର ଉଧମ ସିଂହ' କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା। ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଲାଭ କରିଥିଲା।
'ସରଦାର ଉଧମ ସିଂହ'ରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଜିତିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ତାହା ହେଲା ନାହିଁ। ଫିଲ୍ମ 'ପୁଷ୍ପା' ପାଇଁ ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହାକୁ ନେଇ ଏବେ ବିକି କୌଶଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ବ୍ଲକବ୍ଲଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ’ରେ ଅଲୁ ଅର୍ଜୁନଙ୍କ ଦୃଢ ଅଭିନୟ ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବର୍ତ୍ତମାନ ଭିକି କୌଶଲ ପୁରସ୍କାର ହରାଇବା ପରେ ପ୍ରତିକ୍ରିୟାରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ନ ପାଇ ସେ ଆଦୌ ନିରାଶ ନୁହଁନ୍ତି ବୋଲି କହିଛନ୍ତି।
ଭିକି କହିଛନ୍ତି- “ଯେତେବେଳେ ଆପଣକୁ ଏକ ଫିଲ୍ମ ମିଳିବ ଏବଂ ଆପଣ ପସନ୍ଦ କରୁଥିବା ନିର୍ଦ୍ଦେଶକଙ୍କ ସହିତ କାମ କରିବାର ସୁଯୋଗ ମିଳିବ, ସେତେବେଳେ ଆପଣ ଅନୁଭବ କରିବେ ଯେପରି ଆପଣଙ୍କ ସ୍ୱପ୍ନ ସାକାର ହୋଇଛି। ସରଦାର ଉଧମ ସିଂହରେ ସୁଜୀତ ସରକାରଙ୍କ ସହ କାମ କରିବା ମୋ ପାଇଁ ସେପରି ହିଁ ଥିଲା।”
ସେ ଆହୁରି କହିଛନ୍ତି ଯେ ସରଦାର ଉଧମ ସିଂହର ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇବା ତାଙ୍କ ପାଇଁ ଏକ ବଡ଼ କଥା ଏବଂ ଫିଲ୍ମ ପାଇଁ ମିଳିଥିବା ସମସ୍ତ ପୁରସ୍କାର ତାଙ୍କ ପାଇଁ ବୋନସ ଭଳି ଥିଲା।
ଭିକି କୌଶଲଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଅଭିନେତା ଆଗାମୀ ଫିଲ୍ମ 'ସାମ୍ ବାହାଦୂର'ରେ ନଜର ଆସିବେ। ସେ ଏହା ସହ ଜଡିତ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଏହା ବ୍ୟତୀତ ତାଙ୍କ ପାରିବାରିକ ଡ୍ରାମା 'ଦି ଗ୍ରେଟ୍ ଇଣ୍ଡିଆନ୍ ଫାମିଲି' ମଧ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ, ଯେଉଁଥିରେ ତାଙ୍କୁ ମାନୁଷୀ ଚିଲ୍ଲରଙ୍କ ସହ ଦେଖିବାକୁ ମିଳିବ। ଏହି ଫିଲ୍ମ ୨୨ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695198111.jpg)