Vicky kaushal rashmika mandanna chhaava teaser out
ବଲିଉଡ୍ ଅଭିନେତା ଭିକି କୌଶଲ ଆଜିକାଲି ତାଙ୍କର ଆଗାମୀ ପିରିୟଡ୍ ଆକ୍ସନ୍ ଫିଲ୍ମ 'ଛାଭା'(Chhaava) କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ନିର୍ମାତା 'ଛାଭା'ର ଦମଦାର ଟିଜର୍ ରିଲିଜ କରିଛନ୍ତି ଯେଉଁଥିରେ ଭିକି କୌଶଲ ଛତ୍ରପତି ସାମ୍ବାଜୀ ମହାରାଜ ଭୂମିକାରେ ତାଙ୍କ ଶତ୍ରୁମାନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି। ଲମ୍ବା କେଶ ସହିତ ଭିକି କୌଶଲଙ୍କ ଦମଦାର୍ ଲୁକ୍ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରୁଛି।
ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ଛାଭା’ର ଟିଜର ବହୁତ ଭଲ ହୋଇଛି। ଏହି ମେଗା ସଂଘର୍ଷ ପାଇଁ ଅଲୁ ଅର୍ଜୁନ ପ୍ରସ୍ତୁତ ହେବା ଆବଶ୍ୟକ। ଭିକି କୌଶଲ ଗୋଟିଏ ପରେ ଗୋଟିଏ ଧମାକା କରୁଛନ୍ତି।
ଆଉ ଜଣେ ଲେଖିଛନ୍ତି, 'ଭିକି ଭାଇ, ଗୋଟିଏ ଜୀବନରେ ଆପଣ କେତେ ଜାତୀୟ ପୁରସ୍କାର ଜିତିବେ? X ରେ ଏହିପରି ଅନେକ ଉପଭୋକ୍ତା ଭିକିଙ୍କ ‘ଛାଭା’ର ଟିଜର୍କୁ ବହୁତ ପ୍ରଶଂସା କରିଛନ୍ତି।
କେବେ ହେବ ରିଲିଜ୍:
ରଶ୍ମିକା ମନ୍ଦାନା ଏବଂ ଭିକି କୌଶଲଙ୍କ ଫିଲ୍ମ 'ଛାଭା' ୦୬ ଡିସେମ୍ବର ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ। ପିରିୟଡ-ଡ୍ରାମା ‘ଛାଭା’ରେ ଅଭିନୟ କରିବା ପୂର୍ବରୁ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ଭିକି କୌଶଲଙ୍କ ସହ ‘ଜରା ହଟ୍କେ ଜରା ବଚ୍କେ’ (୨୦୨୩)ରେ କାମ କରିଛନ୍ତି। ଏହି ସିନେମାରେ ଭିକି କୌଶଲଙ୍କ ବିପକ୍ଷରେ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା। ଲକ୍ଷ୍ମଣ ଉତେକର କୃତି ସାନନଙ୍କ 'ମିମି' (୨୦୨୧) ଏବଂ କାର୍ତ୍ତିକ ଆର୍ଯ୍ୟନ-କୃତି ସାନନଙ୍କ 'ଲୁକା ଛୁପି' (୨୦୧୯) ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724059291.jpg)