ଅଭିନେତ୍ରୀ ତବସୁମ ଗୋଭିଲଙ୍କ ପରଲୋକ : ୨ ମିନିଟ୍‌ ଭିତରେ ୨ଥର ହୃଦଘାତ ହୋଇଥିବା ସୂଚନା

୭୮ ବର୍ଷ ବୟସରେ ହୃଦଘାତରେ ପରଲୋକ, କିଛି ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ

Tabassum

ଆଉ ନାହାନ୍ତି ଭେଟେରାନ୍ ବଲିଉଡ ଅଭିନେତ୍ରୀ ତବସୁମ ଗୋଭିଲ୍(Tabassum) । ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆସନ୍ତା ୨୧ ତାରିଖରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୋଟିଏ ପ୍ରାର୍ଥନା ସଭା ମୁମ୍ବାଇରେ ଆୟୋଜିତ ହେବ। ଏ ନେଇ ତାଙ୍କ ପୁଅ ହୋସଙ୍ଗ ଗୋଭିଲ୍ ସୂଚନା ଦେଇଛନ୍ତି ।

ହୋସଙ୍ଗଙ୍କ ସୂଚନା ଅନୁଯାୟୀ, ତାଙ୍କ ମାଆଙ୍କ ପେଟରେ ଯନ୍ତ୍ରଣା ହେବାରୁ କିଛି ଦିନ ତଳେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ୧୦ ଦିନ ତଳେ ସେ ସୁଟିଂ ସେଟକୁ ଯାଇଥିଲେ ତବସୁମ୍‌ । ଆସନ୍ତା ସପ୍ତାହରେ ପୁଣି ସୁଟିଂ ହେବାର ଥିଲା, ହେଲେ ସବୁ କିଛି ହଠାତ୍‌ ହୋଇ ଯାଇଛି ।

ତାଙ୍କର ଗ୍ରାଷ୍ଟ୍ରୋ ସମସ୍ୟା ଥିବାବେଳେ କିଛି ଦିନ ସେ ଏଥିପାଇଁ ହସ୍ପିଟାଲ ଯାଇଥିଲେ । ଏହାପରେ ଡିସଚାର୍ଜ ହୋଇଥିଲେ । ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ପୁଣି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ୨ ମିନିଟ୍‌ ଭିତରେ ୨ଟି ହୃଦଘାତ ହେବାରୁ ତାଙ୍କ ମୃତ୍ୟୁ ଘଟିଛି ।”

ତବସୁମ୍ ବଲିଉଡର ଅନେକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି । ଶିଶୁ କଳାକାର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିବା ତବସୁମ୍ ୧୯୪୦ ଦଶକ ଶେଷ ଭାଗରେ ନରଗିସ୍, ମେରା ସୁହାଗ ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିଲେ । ୧୯୭୨ରୁ ୧୯୯୩ ପର୍ଯ୍ୟନ୍ତ ସେ ଦୁରଦର୍ଶନରେ ସେଲିବ୍ରିଟି ଟକ୍ ସୋ ଫୁଲ୍ ଖିଲେ ହୈ ଗୁଲସନ୍ ଗୁଲସନରେ ହୋଷ୍ଟ୍ ଭାବେ କାମ କରିଥିଲେ । ଗତ ବର୍ଷ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପ୍ରାୟ ୧୦ ଦିନ ଧରି ମେଡିକାଲ ବେଡରେ ପଡ଼ି ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।