Advertisment

ପରଲୋକରେ ବଲିଉଡ୍‌ର ବର୍ଷୀୟାନ ଅଭିନେତା ରମେଶ ଦେଓ

ବଲିଉଡ୍‌ର ବର୍ଷୀୟାନ ଅଭିନେତା ରମେଶ ଦେଓଙ୍କ ପରଲୋକ ହୋଇଛି। ୬୦ ବର୍ଷ ଫିଲ୍ମ କ୍ୟାରିୟରରେ ରମେଶ ୨୫୦ରୁ ଅଧିକ ହିନ୍ଦୀ ଓ ପାଖାପାଖି ୨୦୦ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ।

ଅଦ୍ୟତନ ହୋଇଛି
Actor Ramesh Deo Passes Away

Actor Ramesh Deo Passes Away

Advertisment

ବଲିଉଡ୍‌ର ବର୍ଷୀୟାନ ଅଭିନେତା ରମେଶ ଦେଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି। ରମେଶଙ୍କ ପରଲୋକ ନେଇ ଫିଲ୍ମ ନିର୍ମାତା ତଥା ରମେଶଙ୍କ ପୁଅ ଅଭିନୟ ଦେଓ ସୂଚନା ଦେଇଛନ୍ତି।  ତାଙ୍କ ବିୟୋଗରେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

Advertisment

୬୦ ବର୍ଷ ଫିଲ୍ମ କ୍ୟାରିୟରରେ ରମେଶ ୨୫୦ରୁ ଅଧିକ ହିନ୍ଦୀ ଓ ପାଖାପାଖି ୨୦୦ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମ Anand’ ଓ ‘Aap Ki Kasam’ ପାଇଁ ସେ ବେଶ୍‌ ପରିଚିତ ଥିଲେ। ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। କେତେବେଳେ ଡାକ୍ତର ଭୂମିକାରେ ତ ଆଉ କେତେବେଳେ ଭିଲେନ୍‌ ଚରିତ୍ରରେ ଅଭିନୟ କରି ସେ ତାଙ୍କ ଅଭିନୟ ଯାଦୁଗରୀ ଦେଖାଇଥିଲେ। 

୬୦ ଦଶକରେ ସେ ହିନ୍ଦୀ ସିନେମାରେ ପାଦ ଥାପିଥିଲେ। ଉଭୟ ପଜିଟିଭ୍‌ ଓ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତିଥିଲେ। ଫିଲ୍ମ ‘Aarti’, ‘Anand, Aap Ki Kasam’, ‘Mere Apne’, ‘Jeevan Mrityu’, ‘Saraswatichandra’, ‘Teen Bahuraniyan’, ‘Khilona’, ‘Ghayal Once Again’, ‘Jolly LLB’ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। 

Advertisment

୩୦ରୁ ଅଧିକ ମରାଠୀ ଡ୍ରାମାରେ ରମେଶ ଅଭିନୟ କରିଥିଲେ। କେବଳ ଜଣେ ଅଭିନେତା ଭାବେ ସେ ଅଭିନୟ କରିନଥିଲେ, ସେ ନିର୍ଦ୍ଦେଶକ ମଧ୍ୟ ଥିଲେ। ୧୯୫୧ ମସିହାରେ ମରାଠୀ ଫିଲ୍ମ ‘Paatlaachi Por’ରେ ସେ ପ୍ରଥମେ ଡେବ୍ୟୁ କରିଥିଲେ। ସେ ଅଭିନେତା ଅକ୍ଷୟ କୁମାର, ସନ୍ନୀ ଦେଓଲଙ୍କ ସହ ମଧ୍ୟ ଅଭିନୟ କରିଥିଲେ। 

Bollywood Bollywood Films Actor Ramesh Deo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ