ପରଲୋକରେ ଅଭିନେତା ଜୁନିଅର ମେହମୁଦ

୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଭାବେ ଜୁନିଅର ମେହମୁଦ ପରିଚିତ ଥିଲେ । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଅଭିନେତା ଓ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ଥିଲେ ।  

Actor Junior Mehmood

ଭେଟେରାନ୍ ବଲିଉଡ୍ ଅଭିନେତା ଜୁନିଅର ମେହମୁଦଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପାକସ୍ଥଳୀ ଜନିତ କ୍ୟାନସରେ ତାଙ୍କର ଦେହାନ୍ତ ହୋଇଛି ।

୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଭାବେ ଜୁନିଅର ମେହମୁଦ ପରିଚିତ ଥିଲେ । ୪ ଦଶନ୍ଧିର କ୍ୟାରିୟରରେ ସେ ୭ଟି ଭାଷାର ଚଳଚ୍ଚିତ୍ର ସହ ମୋଟ ୨୬୫ଟି ଫିଲ୍ମରେ ଅଭିନୟ କରିଥିଲେ ।

୧୯୬୭ ମସିହାରେ ଜୁନିଅର ‘ନୌନିହାଲ’ ଚଳଚ୍ଚିତ୍ରରେ ପ୍ରଥମେ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଅଭିନେତା ଓ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମଧ୍ୟ ଥିଲେ ।