Advertisment

ଏହି ରୋଗ ସହ ଲଢୁଛନ୍ତି ବରୁଣ ଧାୱନ; ସନ୍ତୁଳନ ହରାଇଲେଣି

ବରୁଣ ଧାୱନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। ଏକ ଅଦ୍ଭୁତ ରୋଗ ସହ ଲଢୁଛନ୍ତି ସେ। ହରେଇବସିଲେଣି ନିଜର ସନ୍ତୁଳନ କ୍ଷମତା। କଠିନ ପରିଶ୍ରମ ଯୋଗୁଁ ଏପରି ହେଉଥିବା ସେ କହିଛନ୍ତି।

ଅଦ୍ୟତନ ହୋଇଛି
Varun Dhawan reveals as he battling vestibular hypofunction

Varun Dhawan reveals as he battling vestibular hypofunction

Advertisment

ଆଜିକାଲି ବରୁଣ ଧାୱନ ତାଙ୍କ ଆଗାମୀ ଫିଲ୍ମ 'ଭେଡିଆ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋସନ ବେଳେ ବରୁଣ ପ୍ରକାଶ କରିଛନ୍ତି ଯେ ପୂର୍ବ ଫିଲ୍ମ 'ଜଗୁ ଜୁଗ ଜିଓ' ପାଇଁ କଠିନ ପରିଶ୍ରମ କରିବା ପରେ ସେ ଏକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗର ନାମ ହେଉଛି 'ଭେଷ୍ଟିବୁଲର ହାଇପୋଫଙ୍କସନ'। କୋଭିଡ୍ -୧୯ ମହାମାରୀ ପରେ ବଡ ପରଦାକୁ ଫେରିବା ପାଇଁ ତାଙ୍କ ଉପରେ ବହୁତ ଚାପ ରହିଛି ବୋଲି ବରୁଣ କହିଛନ୍ତି। ଭେଷ୍ଟିବୁଲର ହାଇପୋଫଙ୍କସନ ହେଉଛି ଏକ ବ୍ୟାଧି ଯେଉଁଥିରେ ଜଣେ ବ୍ୟକ୍ତି ନିଜର ସନ୍ତୁଳନ ହରାଇବସେ।

Advertisment

ଇଣ୍ଡିଆ ଟୁଡେ ମୁମ୍ବାଇ କନକ୍ଲେଭ ୨୦୨୨ ସମୟରେ ବରୁଣ ଧାୱନ ତାଙ୍କ ଅସୁସ୍ଥତା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ, “କୋଭିଡ୍ ପରେ ଆମେ ଏବେ ମୂଷା ଦୌଡରେ ବ୍ୟସ୍ତ ନାହୁଁ କି? ଏଠାରେ ଅନେକ ଲୋକ କୁହନ୍ତି ଯେ ସେମାନେ ବଦଳିଛନ୍ତି? ମୁଁ ଦେଖୁଛି ଲୋକମାନେ ଆହୁରି କଠିନ ପରିଶ୍ରମ କରିବା ଆରମ୍ଭ କରିଛନ୍ତି। ବାସ୍ତବରେ, ମୁଁ ମୋର ଫିଲ୍ମ 'ଜୁଗ୍ ଜୁଗ୍ ଜିଓ' ପାଇଁ କଠିନ ପରିଶ୍ରମ କରିବା ଆରମ୍ଭ କରିଥିଲି। ମୋତେ ଲାଗିଲା ଯେ ମୁଁ ନିର୍ବାଚନ ଲଢୁଛି। ମୁଁ ଜାଣେ ନାହିଁ କାହିଁକି, କିନ୍ତୁ ମୁଁ ନିଜ ଉପରେ ଖୁପ୍ ଚାପ ପକେଇଛି।"

ବରୁଣ ଆହୁରି ମଧ୍ୟ କହିଛନ୍ତି, “ସମ୍ପ୍ରତି ମୁଁ ସବୁକିଛି ବନ୍ଦ କରିଦେଇଛି। ମୋ ସହିତ କ’ଣ ହେଲା ମୁଁ ଜାଣି ନଥିଲି। ମୋର ଭେଷ୍ଟିବୁଲର ହାଇପୋଫଙ୍କସନ ନାମକ ଏକ ରୋଗ ହେଲା। ଏଥିରେ ଜଣଙ୍କର ସନ୍ତୁଳନ ବିଗିଡିଯାଏ। ମୁଁ କିନ୍ତୁ ଅଧିକ ପରିଶ୍ରମ କଲି… ଆମେ କେବଳ ଏହି ରେସ୍‌ରେ ଦୌଡୁଛୁ, କିନ୍ତୁ କେହି ପଚାରୁ ନାହାଁନ୍ତି କାହିଁକି? ମୁଁ ଭାବୁଛି ବୋଧହୁଏ ଏକ ବଡ଼ ଉଦ୍ଦେଶ୍ୟ ଅଛି, ଆମେ ଏମିତି କାହିଁକି କରୁଛେ? ମୁଁ ଏହାର କାରଣ ଖୋଜିବାକୁ ଚେଷ୍ଟା କରୁଛି, ଏବଂ ମୁଁ ଆଶା କରୁଛି ଆପଣମାନେ ମଧ୍ୟ ଏହାକୁ ଖୋଜିପାରିବେ।"

Advertisment

ବରୁଣ ଧାୱନଙ୍କ ‘ଭେଡିଆ’ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ତାଙ୍କ ବିପରୀତରେ କୃତି ସାନନ୍‌ଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ। ସମ୍ପ୍ରତି, ବରୁଣ ତାଙ୍କ ପ୍ରଶଂସକଙ୍କୁ ହାଲୋବିନ୍ ଡେ’ ର ଶୁଭେଚ୍ଛା ଜଣାଇବା ପାଇଁ ‘ଭେଡିଆ’ ର ଏକ ନୂଆ ଲୁକ୍ ଶେୟାର କରିଥିଲେ। ଫଟୋରେ, ବରୁଣଙ୍କୁ ଏକ ଭିନ୍ନ ଲୁକରେ ଦେଖିବାକୁ ମିଳିଥିଲା, ଯାହା ପ୍ରକୃତରେ ଭୟାନକ ଥିଲା।

Varun Dhawan Bollywood Varun Dhawan’s New Film
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ