Advertisment

ବିବାଦରେ ବରୁଣ ଧାୱନ : ଅଣ୍ଡରୱିୟର ବିଜ୍ଞାପନ ହେଲା କାଳ

ବିବାଦରେ ବଲିଉଡ ଅଭିନେତା ବରୁଣ ଧାୱନ। ବରୁଣଙ୍କ ଏକ କମରସିଆଲ୍ ବିଜ୍ଞାପନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବରୁଣଙ୍କ Lux Cozi ବିଜ୍ଞାପନ ଦୁଇଟି କାରଣଙ୍କୁ ନେଇ ବିବାଦ ଘେରକୁ ଆସିଛି। ପ୍ରଥମ ବିବାଦ ହେଉଛି ଅମୂଲ ମାଚୋ କମ୍ପାନୀର ଏକ ବିଜ୍ଞାପନକୁ କପି କରାଯାଇଛି ବୋଲି କମ୍ପାନୀ ଅଭିଯୋଗ କରିଛି। ଅମୂଲ ମାଚୋ ଅଭିଯୋଗ କରିଛି ଯେ ବରୁଣ ଧାୱନଙ୍କ ଏହି ବିଜ୍ଞାପନ ଏହାର ପ୍ରସିଦ୍ଧ ୨୦୦୭ ଟୋଇଙ୍ଗ ଅଣ୍ଡରୱିୟର୍ ବିଜ୍ଞାପନ ସହିତ ମେଳ ଖାଇଯାଉଛି।

Varun Dhawan

Varun Dhawan

Advertisment

ନୂଆଦିଲ୍ଲୀ : ବିବାଦରେ ବଲିଉଡ ଅଭିନେତା ବରୁଣ ଧାୱନ। ବରୁଣଙ୍କ ଏକ କମରସିଆଲ୍ ବିଜ୍ଞାପନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବରୁଣଙ୍କ Lux Cozi ବିଜ୍ଞାପନ ଦୁଇଟି କାରଣଙ୍କୁ ନେଇ ବିବାଦ ଘେରକୁ ଆସିଛି। ପ୍ରଥମ ବିବାଦ ହେଉଛି ଅମୂଲ ମାଚୋ କମ୍ପାନୀର ଏକ ବିଜ୍ଞାପନକୁ କପି କରାଯାଇଛି ବୋଲି କମ୍ପାନୀ ଅଭିଯୋଗ କରିଛି। ଅମୂଲ ମାଚୋ ଅଭିଯୋଗ କରିଛି ଯେ ବରୁଣ ଧାୱନଙ୍କ ଏହି ବିଜ୍ଞାପନ ଏହାର ପ୍ରସିଦ୍ଧ ୨୦୦୭ ଟୋଇଙ୍ଗ ଅଣ୍ଡରୱିୟର୍ ବିଜ୍ଞାପନ ସହିତ ମେଳ ଖାଇଯାଉଛି। ଆଉ ଜଣେ ଉପଭୋକ୍ତ ଅଭିଯୋଗ କରିଛନ୍ତି ଯେ ବରୁଣ ଧାୱନଙ୍କ ଏହି ବିଜ୍ଞାପନ ସମାଜରେ ଅଶ୍ଳୀଳତା ସୃଷ୍ଟି କରୁଛି।

Advertisment
Varun Dhawanବରୁଣ ଧାୱନ୍

Lux Cozi ର ଏହି ବିଜ୍ଞାପନ ଦେଖିବା ପରେ ଅନେକ ଲୋକ କ୍ରୋଧାନ୍ୱିତ ହୋଇ ଯାଇଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି ଯେ, ଏତିକି ଭାବନ୍ତୁ ଯେ ଯଦି ଏହି ସମାନ ପ୍ରକାରର ବିଜ୍ଞାପନ ମହିଳା ଇନର ୱିୟର କ୍ଷେତ୍ରରେ ହୋଇଥାନ୍ତା ତେବେ ସୋସାଇଟି ଏହାର ବିରୋଧ କରିବାକୁ ଲାଗିଥାନ୍ତା। ଆଉ ଜଣେ ଉପଭୋକ୍ତା କହିଛନ୍ତି ଯେ ଏମାନଙ୍କୁ ସମାଜରେ ଅଶ୍ଳୀଳତା ଖେଳାଇବା ନେଇ ଟିକେ ବି ଲଜ୍ଜା ଲାଗୁନି। ସେହିପରି ଆଉ ଜଣେ ଏହି ବିଜ୍ଞାପନକୁ ଓଭର ଆକ୍ଟିଙ୍ଗର ଦୋକାନ କହିଥିବା ବେଳେ ଅନ୍ୟଜଣେ ଏହାକୁ ମୂଲ୍ୟହୀନ ବୋଲି କହିଛନ୍ତି।

Advertisment

ଅମୂଲ ମାଚୋ କମ୍ପାନୀ ଏହି ପ୍ରସଙ୍ଗରେ ଲକ୍ସ କୋଜି କମ୍ପାନୀ ବିରୋଧରେ ଆଡ୍‌ଭର୍‌ଟାଇଜିଙ୍ଗ୍‌ ଷ୍ଟାଣ୍ଡାର୍ଡ୍ସ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ(ଏଏସ୍‌ସିଆଇ)କୁ ଅଭିଯୋଗ କରିଛି। ମାଚୋ ଇନର୍‌ ୱିୟର ନିର୍ମାତା ଜେଜି ହୋସିରୀ ଦୁଇଟି ଆଡ୍‌ରେ ସମାନତା ଥିବା ଦର୍ଶାଇ କହିଛନ୍ତି ଯେ ଉଭୟ ବିଜ୍ଞାପନରେ ମହିଳା ଜଣକ ସମାନ ଭାବେ ଅଣ୍ଡର୍‌ୱିୟର୍‌କୁ ଧରିଛନ୍ତି। ଅଣ୍ଡର୍‌ୱିୟର୍‌ର କଲର୍ ଓ ଶେପ୍ ଏକା ଭଳି। ଅଣ୍ଡର୍‌ୱିୟରକୁ ଦେଖିବା ପରେ ସପୋର୍ଟିଙ୍ଗ ଅଭିନେତାଙ୍କ ସମାନ ରିଆକ୍ସନ ମଧ୍ୟ ରହିଛି। ମ୍ୟୁଜିକ୍ ଥୀମ୍, ବିଜ୍ଞାପନରେ ଛୋଟ ଟାଉନ ସେଟିଂ, ପୋଷାକ ଧୁଆ ହେବା ଆଦି ସବୁର ସମାନତା ରହିଛି। ଏହି କାରଣରୁ ଅମୂଲ ମାଚୋ ଲକ୍ସ କୋଜି ଉପରେ ଚୋରି କରିବାର ଆରୋପ ଲଗେଇଛି।

ପ୍ରକାଶଥାଉ ଯେ ୨୦୦୭ରେ ଆସିଥିବା ଅମୂଲ ମାଚୋର ଟୋଇଙ୍ଗ ବିଜ୍ଞାପନକୁ ଖୁବ୍ ଲୋକପ୍ରିୟତା ମିଳିଥିଲା। ଏହି ବିଜ୍ଞାପନ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ଅଛି। ଏହି ବିଜ୍ଞାପନରେ ସନା ଖାନ୍ ମୂଖ୍ୟ ଭୂମିକା ନିଭେଇଥିଲେ। ସେ ସମୟରେ ଏହି ବିଜ୍ଞାପନ ବହୁତ ଲୋକପ୍ରିୟତା ହାସଲ କରିଥିଲା। ସବୁଠାରୁ ବଡ କଥା ହେଲା ଏହି ବିଜ୍ଞାପନରୁ ହିଁ ସନା ଖାନ୍ ଚର୍ଚ୍ଚାକୁ ଆସିଥିଲେ।

Advertisment
Varun Dhawan Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ