Advertisment

ଖାଲି ଋଷଭ ନୁହେଁ, ଉର୍ବଶୀ ରୌତେଲାଙ୍କ ନା’ ସହ ଜଡିତ ଅଛନ୍ତି ଆଉ ୨ କ୍ରିକେଟର୍

ଏବେ ପୁଣି ଋଷଭ ଏବଂ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଛି। ତାଙ୍କ ନା’ ଖାଲି ଋଷଭ ପନ୍ତଙ୍କ ସହ ନୁହେଁ, ଅନ୍ୟମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ମଧ୍ୟ ହେଉଛି। ଆସନ୍ତୁ ସେମାନେ ସବୁ କିଏ ଜାଣିବା।

Urvashi rautela rumored relationship not only with rishabh pant but others also

Urvashi rautela rumored relationship not only with rishabh pant but others also

Advertisment

ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଉର୍ବଶୀ ରୌତେଲା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଯେତେବେଳେ କ୍ରିକେଟର ଋଷଭ ପନ୍ତ ଏକ ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଗଲେ, ଉର୍ବଶୀ ଏକ ଟ୍ୱିଟ୍‌ରେ ଲେଖିଥିଲେ, “ମୁଁ ତୁମର ଏବଂ ତୁମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି'। ଏହା ପରେ ପୁଣି ଥରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା। ଯଦିଓ ଉର୍ବଶୀ ଟ୍ୱିଟର୍‌ରେ ଋଷଭଙ୍କ ନା’ ନ ଲେଖି ଟ୍ୱିଟ୍ କରିଛନ୍ତି, ତଥାପି ଏହି ଟ୍ୱିଟ୍ ଭାଇରାଲ୍ ହେଉଛି। ଋଷଭ ଏବଂ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଛି।

Advertisment

ଏହି ସମୟରେ ଉର୍ବଶୀ ରୌତେଲାଙ୍କୁ ନେଇ ଆଉ ଏକ ଖବର ମଧ୍ୟ ଚର୍ଚ୍ଚାକୁ ଆସିଛି। ତାଙ୍କ ନା’ ଖାଲି ଋଷଭ ପନ୍ତଙ୍କ ସହ ନୁହେଁ, ଅନ୍ୟମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ମଧ୍ୟ ହେଉଛି।

ଉର୍ବଶୀ ରୌତେଲା ଓ ଋଷଭ ପନ୍ତଙ୍କ ସଂପର୍କ ବିଷୟରେ ଜାଣିବା ପାଇଁ ଆଗ୍ରହୀ ଥିବା ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଉର୍ବଶୀଙ୍କ ଟ୍ୱିଟ୍ ପରେ ଭାବିନେଇଛନ୍ତି ଯେ ଏହି ଅଭିନେତ୍ରୀ ଋଷଭଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ତେବେ ସେ ତାଙ୍କ ସମ୍ପର୍କକୁ ନେଇ ଅନେକ ଥର ସ୍ପଷ୍ଟୀକରଣ ଦେଇଛନ୍ତି। ଯେତେବେଳେ ଋଷଭ ଏବଂ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା, ୨୦୨୦ ମସିହାରେ କ୍ରିକେଟର ତାଙ୍କ ପ୍ରେମିକା ଇଶା ନେଗୀଙ୍କ ସହ ଫଟୋ ଶେୟାର କରି ସମସ୍ତ ଗୁଜବ ଉପରେ ଲଗାମ ଦେଇଥିଲେ।

Advertisment

ଏହା ସତ୍ତ୍ୱେ ଲୋକମାନେ ସେମାନଙ୍କ ସମ୍ପର୍କକୁ ନେଇ କଥାବାର୍ତ୍ତା କରିବାକୁ ଭୁଲି ନଥିଲେ। ଏମିତି ବି ଖବର ଆସିଲା ଯେ ଉର୍ବଶୀ ତାଙ୍କ ସହ ଯୋଗାଯୋଗ ନ କରିପାରିବା ପାଇଁ ଋଷଭ ତାଙ୍କ ମୋବାଇଲ୍ ନମ୍ବରକୁ ମଧ୍ୟ ବ୍ଲକ କରିଦେଲେ। କିନ୍ତୁ ଯେତେବେଳେ ବି ଉର୍ବଶୀ ଏମିତି କିଛି ପୋଷ୍ଟ କରନ୍ତି, ଲୋକମାନେ ଭାବନ୍ତି ଯେ ସେ କ୍ରିକେଟର୍‌ଙ୍କୁ ଭୁଲିଯିବାକୁ ଅସମର୍ଥ। କିନ୍ତୁ ଋଷଭଙ୍କ ପୂର୍ବରୁ ମଧ୍ୟ ଉର୍ବଶୀ ଅନ୍ୟ କ୍ରିକେଟରଙ୍କ ସହ ଜଡିତ ଥିଲେ।

ରିପୋର୍ଟ ଅନୁଯାୟୀ କ୍ରିକେଟର ଉର୍ବଶୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪ ବର୍ଷ ପୂର୍ବେ ବ୍ୟବସାୟୀ ଗୌତମ ସିଙ୍ଘାନିୟାଙ୍କ ଏକ ପାର୍ଟୀରେ ଭେଟ ହୋଇଥିଲେ। ପ୍ରଥମେ ଦୁହେଁ ଭଲ ବନ୍ଧୁ ହେଲେ, ତା’ପରେ ସେମାନଙ୍କ ଆଫେୟାର-ଡେଟିଂକୁ ନେଇ ଆଲୋଚନା ଆରମ୍ଭ ହେଲା। ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହିଲା ନାହିଁ ଏବଂ ଦୁହେଁ ଶୀଘ୍ର ଅଲଗା ହୋଇଗଲେ। ଏହି ସମୟରେ ନତାଶା ଷ୍ଟେନକୋଭିଚ୍ ହାର୍ଦ୍ଦିକଙ୍କ ଜୀବନରେ ଆସିଥିଲେ ଏବଂ ହାର୍ଦିକ-ନତାଶା ବିବାହ କରିଥିଲେ।

Advertisment

ଏତିକିରେ ଶେଷ ହେଉନି ଉର୍ବଶୀଙ୍କ ପ୍ରେମିକ ତାଲିକା। ତାଙ୍କ ନାମ ପାକିସ୍ତାନୀ କ୍ରିକେଟର ନସୀମ ଶାହାଙ୍କ ସହ ମଧ୍ୟ ଜଡିତ ଥିଲା। ଉର୍ବଶୀ ପ୍ରାୟତଃ କ୍ରିକେଟ୍ ପଡ଼ିଆରେ ଦେଖିବାକୁ ମିଳନ୍ତି। ଏସିଆ କପ୍ ସମୟରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଉର୍ବଶୀ ମଧ୍ୟ ଯାଇଥିଲେ। ଉର୍ବଶୀ ଇନ୍‌ଷ୍ଟାଗ୍ରାମ୍‌ରେ ନସୀମଙ୍କ ସହ ଏକ ଭିଡିଓ ଶେୟାର କରିଥିଲେ। ଏହା ପରେ ତାଙ୍କ ସହ ଅଭିନେତ୍ରୀଙ୍କ ନା’କୁ ନିଏ ଚର୍ଚ୍ଚା ଜୋର୍ ଧରିଥିଲା। ଯେତେବେଳେ ମାମଲା ବଢିଗଲା ନସୀମ ଉର୍ବଶୀଙ୍କୁ ଜାଣି ନଥିବା କହିଥିଲେ।

ଉର୍ବଶୀ ରୌତେଲାଙ୍କ କାମର କଥା ଆଲୋଚନା କଲେ, ତାଙ୍କୁ ଖୁବ ଶୀଘ୍ର ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହ ‘ୱାଲ୍ଟେୟର ବୀରୟା’ରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଜାନୁଆରୀରେ ରିଲିଜ୍‌ ହେବାକୁ ଯାଉଛି। ସୂଚନା ମୁତାବକ ଉର୍ବଶୀ ମଧ୍ୟ ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Urvashi Rautela Hot Pics Urvashi Rautela International Debut Urvashi Rautela Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ