Advertisment

ପରଦାରେ ଦେଖିବାକୁ ମିଳିବ ରକେଟ୍ କାହାଣୀ

ଆସୁଛି ଭାରତର ଦୁଇ ବିଶିଷ୍ଠ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା ଓ ବିକ୍ରମ ସାରାଭାଇଙ୍କୁ ନେଇ ଜବରଦସ୍ତ ଫିଲ୍ମ ‘ରକେଟ୍ ବୟସ୍’। ଏହି ଦୁଇ ଚରିତ୍ରରେ ଜିମ୍ ସର୍ଭ ଓ ଇଶ୍ୱାକ ସିଂହଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
Upcoming movie Rocket Boys

Upcoming movie Rocket Boys

Advertisment

ଭାରତୀୟ କାହାଠୁ କମ୍ ନୁହଁନ୍ତି। ଏହା ବ୍ରିଟିଶ ସାମ୍ରାଜ୍ୟ ଜାଣି ପାରିଥିଲା ଆଉ ସାରା ବିଶ୍ଵ ଏବେ ପରଖୁଛି। ଦିନ ଥିଲା ଭାରତକୁ ୧ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ଆଜି ଭାରତ ୭ ହଜାର ମେଗାୱାଟ୍ ନ୍ୟୁକ୍ଲିୟର ଶକ୍ତି ଉତ୍ପାଦନ କରିପାରୁଛି। ପ୍ରତିଦିନର ପାଗକୁ ପରଖିପାରୁଛି। ସମୁଦ୍ର ଭିତରେ ବାତ୍ୟାର ପ୍ରଭାବକୁ ମାପି ପାରୁଛି। ହେଲେ ଏସବୁ ଗୋଟିଏ ଦିନରେ ହୋଇନି। କିମ୍ବା ଏସବୁ କରିବା ଏତେ ସହଜ ନଥିଲା।

Advertisment

ଭାରତର ବିଶିଷ୍ଠ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା ଓ ବିକ୍ରମ ସାରାଭାଇ। ଏବେକାର ପିଲାଏ ଏମାନଙ୍କ ନାଁ ଶୁଣିଥିବେ କିନ୍ତୁ ଏମାନଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ ଏତେଟା ଜାଣି ନଥିବେ। ଏହି ଦୁଇ ମହାନ ବ୍ୟକ୍ତିବିଶେଷଙ୍କ ବାୟୋପିକ୍ ଏବେ ରିଲିଜ୍ ହୋଇଛି। 'ରକେଟ୍ ବୟସ୍' ନାମକ ଏହି ସିରିଜ୍ ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଛି। ଫିଲ୍ମରେ ଭାବା ଓ ସାରାଭାଇଙ୍କ ଗବେଷଣା ଏବଂ ଏହାର ପରିଣାମକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରଯାଇଛି।

ଭାରତକୁ ଆଟମ୍ ଓ ନ୍ୟୁକ୍ଲିୟର ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର କରାଇଥିଲେ ହୋମି ଜାହାଙ୍ଗୀର ଭାବା। ଦେଶ ସ୍ୱାଧୀନ ହେବା ପରେ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌ ଗଠନ କରିଥିଲେ ଭାବା। ପରେ ଚୀନ ସହ ଯୁଦ୍ଧ ପରେ ଆଟମ୍ ବମ୍ ନିର୍ମାଣ ନେଇ କାର୍ଯ୍ୟ ବି ଆରମ୍ଭ ହୋଇଥିଲା। ସେହିପରି ଭାରତୀୟ ମାଟିରୁ ରକେଟ୍ ଉଡେଇବା ଭଳି ସେତେବେଳର ଅବିଶ୍ୱନୀୟ ସ୍ୱପ୍ନକୁ ପୂରଣ କରିଥିଲେ ବିକ୍ରମ ସାରାଭାଇ।

Advertisment

ଅହମଦାବାଦରେ କପଡ଼ା ଶିଳ୍ପକୁ ନୂଆ ଦିଶା ଦେଖେଇବାଠୁ ଆରମ୍ଭ କରି କେରଳ ଉପକୂଳରେ ଦେଶର ପ୍ରଥମ ରକେଟ୍ ଉଡେଇବା। ଏସବୁ ସତ କାହାଣୀକୁ ରକେଟ୍ ବୟସରେ ଦର୍ଶାଯାଇଛି। ଏହି ଦୁଇ ଚରିତ୍ରରେ ଜିମ୍ ସର୍ଭ ଓ ଇଶ୍ୱାକ ସିଂହଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ। ସାରାଭାଇ ଖାଲି ରକେଟ୍ ନୁହେଁ ଦେଶକୁ କଲାମ୍ ବି ଦେଇଥିଲେ। ଅର୍ଥାତ୍ ପୂର୍ବତନ ରାଷ୍ଟ୍ରପତି ତଥା ଦେଶର ରକେଟ୍‌ମ୍ୟାନ୍ ଏପିଜେ ଅବଦୁଲ କଲାମକୁ ଆବିଷ୍କାର ସାରାଭାଇ ହିଁ କରିଥିଲେ।

କଥାରେ ଅଛି, “ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ”। ଏହି ନ୍ୟାୟରେ କଲାମଙ୍କ ଦକ୍ଷତା ଓ ପ୍ରତିଭାକୁ ସାରାଭାଇ ଚିହ୍ନିପାରି ତାଙ୍କୁ ନିଜ ସହ ଦେଶର ପ୍ରଥମ ରକେଟ୍ ପ୍ରୋଜେକ୍ଟରେ ସାମିଲ କରିଥିଲେ। ଏହି ଚରିତ୍ରରେ ତାମିଲ ଷ୍ଟାର୍‌ ଅର୍ଜୁନ ରାଧାକୃଷ୍ଣ ଅଭିନୟ କରିଛନ୍ତି।

Advertisment

କଲାମଙ୍କ ପ୍ରଥମ ଏଣ୍ଟ୍ରି ସିନ୍ ହିଁ ବେଶ୍ ଆକର୍ଷଣୀୟ ରହିଛି। ବରିଷ୍ଠ ଅଭିନେତା ରଞ୍ଜିତ କପୁର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଅବିକଳ ଲୁକ୍, ଅବିକଳ ଭଏସ୍ ଚରିତ୍ରକୁ ଅଧିକ ଜୀବନ୍ତ କରିଛି। ସିନେମାରେ ସାରାଭାଇଙ୍କ ପ୍ରେମ କାହାଣୀ, ବିବାହ ପରର ପ୍ରେମ ସମ୍ପର୍କ, ହୋମି ଭାବାଙ୍କ ଅକୁହା ଲଭ୍ ଷ୍ଟ୍ରୋରୀ, ୬୨ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବିନା ବିବାଦ ଆଉ ରାଜନୀତିର ଉର୍ଦ୍ଧ୍ୱରେ ପରିବେଷଣ କରାଯାଇଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ