Upcoming film 695 based on history of ram mandir
ଗୋଟିଏ ପଟେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ପଟେ ଏହି ମନ୍ଦିର ନିର୍ମାଣ ପଛର କାହାଣୀକୁ ବଡ ପରଦାରେ ଆଣିବାକୁ ପ୍ରସ୍ତୁତି ଚାଲିଛି। ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ସଂଗ୍ରାମ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି, ଯାହାର ସୁଟିଂ ଅଯୋଧ୍ୟା ଦିଗମ୍ବର ଆଖାଡାରେ ଚାଲିଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ହେବେ ବାବା ଅଭିରାମ ଦାସ, ଯିଏକି ରାମ ମନ୍ଦିର ଆନ୍ଦୋଳନରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଯିଏ ରାମ ଜନ୍ମଭୂମି ପରିସରରେ ପ୍ରଭୁ ରାମଙ୍କ ପ୍ରତିମା ସ୍ଥାପନ କରିଥିଲେ।
ଏହି ଫିଲ୍ମର ନାଁ ‘୬୯୫’ ରଖାଯାଇଛି। ‘୬’ର ମାନେ ହେଉଛି ୬ ଡିସେମ୍ବର ୧୯୯୨କୁ ବୁଝାଏ, ଯେତେବେଳେ ରାମମନ୍ଦିରକୁ ଭଙ୍ଗାଯାଇଥିଲା। ‘୯’ର ଅର୍ଥ ହେଉଛି ୯ ନଭେମ୍ବର ୨୦୧୯, ଯେତେବେଳେ ମାନ୍ୟବର ସୁପ୍ରିମ୍କୋର୍ଟ ରାମ ଜନ୍ମଭୂମି ସପକ୍ଷରେ ରାୟ ଦେଇଥିଲେ ଏବଂ ‘୫’ ହେଉଛି ୫ ଅଗଷ୍ଟ ୨୦୨୦ର ସଂକେତ। ଏହାର ମାନେ ପ୍ରଭୁ ରାମଙ୍କ ବହୁ ପ୍ରତୀକ୍ଷିତ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ କରିଥିଲେ।
ଏହି ଚଳଚ୍ଚିତ୍ରର ଉଦ୍ଦେଶ୍ୟ ହେଉଛି ଯୁବ ପିଢି ୫୦୦ ବର୍ଷର ଦୀର୍ଘ ଇତିହାସ ବିଷୟରେ ଜାଣିପାରିବେ। ଏହି ମନ୍ଦିର ପଛରେ ଥିବା ସଂଗ୍ରାମ, କରସେବକଙ୍କ ଦ୍ୱାରା ବଳିଦାନ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। କେବଳ ଏତିକି ନୁହେଁ ଦେଶର ପ୍ରସିଦ୍ଧ ଅଭିନେତାମାନେ ଏହି ଫିଲ୍ମ ପରଦାରେ ନଜର ଆସିବେ।
ଚଳଚ୍ଚିତ୍ରରେ ବାବା ଅଭିରାମ ଦାସଙ୍କ ଭୂମିକାରେ ଅରୁଣ ଗୋଭିଲ ନଜର ଆସିବେ, ଯିଏ କି ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ଟିଭି ସିରିଏଲ ‘ରାମାୟଣ’ରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରି ଘରେ ପରେ ପୂଜ୍ୟ ପାଲଟିଥିଲେ।
ଏହି ଚଳଚ୍ଚିତ୍ରଟି ଶ୍ୟାମ ଚାୱଲାଙ୍କ ଦ୍ୱାରା ନିର୍ମିତ ହେଉଥିବା ବେଳେ ଏହା ଜାନୁୟାରୀ ୨୦୨୪ ପୂର୍ବରୁ ନିର୍ମାଣ ହୋଇ ଦର୍ଶକଙ୍କ ସାମ୍ନାକୁ ଆସିବ। ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ସଦାନୀ ଫିଲ୍ମର ବ୍ୟାନରରେ ଚାୱଲା ରାମ ଜନ୍ମଭୂମିର ଗୌରବମୟ ଇତିହାସର ସୁଟିଂ କରୁଛନ୍ତି।
ବାବା ଅଭିରାମ ଦାସଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ଅଭିନେତା ଅରୁଣ ଗୋଭିଲ କହିଛନ୍ତି ଯେ ରାମଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଭାରତୀୟ ଏହି ଫିଲ୍ମକୁ ବହୁତ ପସନ୍ଦ କରିବେ। ରାମ ମନ୍ଦିର ଆନ୍ଦୋଳନ ସହିତ ଜଡିତ ସନ୍ଥ ଅଭିରାମ ଦାସଙ୍କ ଭୂମିକା ଶାନ୍ତିର ରାସ୍ତାରେ ଯାଉଥିବା ବ୍ୟକ୍ତିତ୍ୱର ଚରିତ୍ରକୁ ଦର୍ଶାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682339936.jpg)