Advertisment

Happy Birthday Yash: ବସ୍‌ ଡ୍ରାଇଭରଙ୍କ ପୁଅ କେମିତି ହେଲେ ସୁପର୍‌ଷ୍ଟାର୍

ବାପା ବସ୍ ଚଳେଇ ପରିବାର ଚଳଉଥିଲେ। ପୁଅ ଚାହୁଥିଲେ ଅଭିନେତା ହେବା ନେଇ। ଏନେଇ ତାଙ୍କୁ କରିବାକୁ ପଡିଛି କଠିନ ପରିଶ୍ରମ। ସେ ହେଲେ KGF ଷ୍ଟାର୍ ୟଶ୍। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିନେବା ତାଙ୍କୁ ନେଇ କିଛି ରୋଚକ ତଥ୍ୟ।

ଅଦ୍ୟତନ ହୋଇଛି
Unknown facts of kgf star Yash

Unknown facts of kgf star Yash

Advertisment

ସାଉଥ୍‌ ସିନେମା ସୁପରଷ୍ଟାର ୟଶ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। କର୍ଣ୍ଣାଟକର ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ୟଶଙ୍କର ଆଜି ଅନେକ ପ୍ରଶଂସକ ଅଛନ୍ତି। ସେ ତାଙ୍କ ଫିଲ୍ମ 'କେଜିଏଫ୍(KGF)' ସହିତ ସମସ୍ତଙ୍କୁ ପାଗଳ କରିଦେଇଥିଲେ। ଏଥିରେ ତାଙ୍କ ଷ୍ଟାଇଲ୍, ଅଭିନୟ ଏବଂ କାମକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। କିନ୍ତୁ ଆଜି ସେ ଯେତିମି ନାଁ କମେଇ ପାରିଛନ୍ତି ତା’ ପଛରେ ଅଛି ତାଙ୍କର ଅନେକ ପରିଶ୍ରମ। ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିନେବା ତାଙ୍କୁ ନେଇ କିଛି ରୋଚକ ତଥ୍ୟ।

Advertisment

ୟଶ କର୍ଣ୍ଣାଟକର ହସନ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ୟଶଙ୍କ ପ୍ରକୃତ ନାମ ହେଉଛି ନବୀନ କୁମାର ଗୌଡ। ୟଶଙ୍କ ବାପା ଅରୁଣ କୁମାର ଜେ କେଏସ୍‌ଆର୍‌ଟିସି(KSRTC) ପରିବହନ ସେବାରେ କାମ କରୁଥିଲେ। ପରେ ସେ ବିଏମ୍‌ଟିସି(BMTC) ଟ୍ରାନ୍ସପୋର୍ଟରେ ଡ୍ରାଇଭର ଭାବରେ କାମ କରିବା ଆରମ୍ଭ କରିଥିଲେ। ଆଜି ବି ୟଶଙ୍କ ବାପା ବସ୍ ଚଳାଉଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଏହି କାମ ହେତୁ ସେ ୟଶଙ୍କୁ ଏତେ ବଡ କରିପାରିଛନ୍ତି। ତେଣୁ ସେ ଏହାକୁ ଛାଡିବାକୁ ଚାହାନ୍ତି ନାହିଁ।

ୟଶଙ୍କ ପିଲାଦିନ ଦିନ ମୈସୁରରେ ଅତିବାହିତ ହୋଇଥିଲା ଯେଉଁଠାରେ ସେ ମହାଜନ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ। ଏହା ପରେ ସେ ବିନାକା ନାଟକ ମଣ୍ଡଳୀରେ ସାମିଲ୍ ହୋଇଥିଲେ।

Advertisment

୨୦୧୩ ପରେ ୟଶ ସଫଳତାର ପାହାଚ ଚଢିଥିଲେ। ୨୦୧୮ରେ ମୁକ୍ତିଲାଭ କରିଥିବା କେଜିଏଫ୍ କନ୍ନଡ ସିନେମାର ସର୍ବାଧିକ ବଜେଟ୍ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ୨୫୦ କୋଟି ବ୍ୟବସାୟ କରିଥିଲା। ଏହା କନ୍ନଡ ସିନେମାରେ ଏପର୍ଯ୍ୟନ୍ତ ରେକର୍ଡରେ ରହିଛି। ୟଶ ତାଙ୍କ ସହ-ଅଭିନେତା ରାଧିକା ପଣ୍ଡିତଙ୍କୁ ବିବାହ କରିଛନ୍ତି। ‘ମିଷ୍ଟର ଆଣ୍ଡ୍ ମିସେଜ୍ ରାମଚାରୀ’ ସୁଟିଂ ବେଳେ ଦୁହେଁ ପ୍ରେମରେ ପଡିଥିଲେ।

୧୨ ଅଗଷ୍ଟ ୨୦୧୬ରେ ଗୋଆରେ ସେମାନଙ୍କ ନିର୍ବନ୍ଧ ହୋଇଥିଲା। ଏହା ପରେ ସେମାନେ ୯ ଡିସେମ୍ବର ୨୦୧୬ରେ ବାଙ୍ଗାଲୋରରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। କେବଳ ଏତିକି ନୁହେଁ, ୟଶ ତାଙ୍କ ବିବାହ ଭୋଜି ପାଇଁ ସମଗ୍ର କର୍ଣ୍ଣାଟକକୁ ନିମନ୍ତ୍ରଣ କରିଥିଲେ।

Advertisment

ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କର କଠିନ ପରିଶ୍ରମ ବଳରେ ୟଶ ଆଜି ଯେଉଁ ପରିଚୟ ତିଆରି କରିଛନ୍ତି ତାକୁ ନେଇ ଲୋକେ ପାଗଳ। ୟଶଙ୍କର ସମ୍ପତ୍ତି ୪୦ କୋଟିରୁ ଅଧିକ। ତାଙ୍କ ପାଖରେ ତିନି କୋଟି ମୂଲ୍ୟର ଏକ ବଙ୍ଗଳା ମଧ୍ୟ ଅଛି।

ୟଶ ବର୍ତ୍ତମାନ ଏକ ଏନଜିଓ ଚଳାନ୍ତି। ଏହି ସଂଗଠନ ଅନେକ ଅଭାବୀ ଲୋକଙ୍କୁ ସାହାଯ୍ୟ କରେ। ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏକ ହ୍ରଦ ନିର୍ମାଣ କରିଛନ୍ତି ଯାହା ଦ୍ୱାରା ଲୋକମାନେ ବିଶୁଦ୍ଧ ଜଳ ପାଇ ପାରୁଛନ୍ତି।

କେଜିଏଫ୍ ଦ୍ୱାରା ସମସ୍ତଙ୍କ ହୃଦୟରେ ଜିତିଥିବା ଅଭିନେତା ୟଶ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଟିଭି ସିରିଏଲରେ କାମ କରୁଥିଲେ। ସେ କେବଳ ଛୋଟ ପରଦାରୁ ଅଭିନୟ ଆରମ୍ଭ କରିଥିଲେ। ସେ ୨୦୦୭ରେ କନ୍ନଡ ଚଳଚ୍ଚିତ୍ର 'ଜମ୍ବଦା ହୁଡୁଗି'ରୁ ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ।

ୟଶ କେବଳ ଜଣେ ମହାନ ଅଭିନେତା ନୁହଁନ୍ତି, ସେ ଜଣେ ଭଲ ଗାୟକ ମଧ୍ୟ। ସେ ଚମତ୍କାର ଗୀତ ବୋଲି ପାରନ୍ତି।

ଯେତେବେଳେ ୨୦୧୮ ରେ KGF ରିଲିଜ୍ ହେଲା, ୟଶଙ୍କ ପ୍ରଶଂସକ ଖୁବ୍ ବୃଦ୍ଧି ପାଇବାକୁ ଲାଗିଲେ। ସେ କନ୍ନଡ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କଳାକାର ତାଲିକାରେ ସାମିଲ୍ ହୋଇଗଲେ। ସେ ଏବେ ଗୋଟିଏ ଫିଲ୍ମ ପାଇଁ ୧୫ କୋଟି ଚାର୍ଜ କରୁଛନ୍ତି।

Yash Bollywood Happy Birthday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ