Advertisment

ଦିନେ ଡିମ୍ପଲ କପାଡିଆଙ୍କ କୁଲି ସାଜିଥିଲେ ଟ୍ୱିଙ୍କିଲ୍ ଖାନ୍ନା

ଟ୍ୱିଙ୍କିଲ୍ ଖାନ୍ନା ଦିନେ ସାଜିଥିଲେ କୁଲି। ସେ ତାଙ୍କ ଷ୍ଟାର୍‌ ମା’ ଡିମ୍ପଲ୍‌ କପାଡିଆଙ୍କ ପାଇଁ ସାଜିଥିଲେ କୁଲି। ତାଙ୍କୁ କହୁଥିଲେ ରାଣୀ ସାହେବା। ଜାଣନ୍ତୁ ପୂରା କାହାଣୀ…

ଅଦ୍ୟତନ ହୋଇଛି
Twinkle Khanna when used to be Dimple Kapadia coolie

Twinkle Khanna when used to be Dimple Kapadia coolie

Advertisment

ମୁମ୍ବାଇ : ଅକ୍ଷୟ କୁମାରଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତା ଓ ଲେଖିକା ଟ୍ୱିଙ୍କିଲ୍ ଖାନ୍ନା ପ୍ରାୟ ସମୟ ସୋସିଆଲ୍ ମିଡିଆରେ ନିଜକୁ ସକ୍ରିୟ ରଖନ୍ତି। ସେ ତାଙ୍କ ପ୍ରଶଂସକଙ୍କ ସହିତ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି। ନିଜ ହାସ୍ୟାତ୍ମକ ଢଙ୍ଗରେ ସେ ଲୋକଙ୍କୁ ହସାନ୍ତି ମଧ୍ୟ। ବର୍ତ୍ତମାନ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିବା ଟ୍ୱିଙ୍କିଲ୍‌ଙ୍କର ବହି ପ୍ରତି ରହିଛି ପାଗଳାମୀ।

Advertisment

ଟ୍ୱିଙ୍କିଲ୍‌ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ନିଜ ପୂର୍ବ ଦିନର କାହାଣୀ ଶେୟାର କରୁଛନ୍ତି। ନିକଟରେ ସେ ତାଙ୍କ ମା’ ଡିମ୍ପଲ୍‌ କପାଡିଆଙ୍କ ସହିତ ଏକ ମଜ୍ଜାଳିଆ କଥା ଶେୟାର କରିଛନ୍ତି। ଏହାକୁ ପ୍ରାୟ କେହି ଜାଣି ନ ଥିବେ।

ଏୟାରପୋର୍ଟରେ ମା’ଙ୍କ ଲଗେଜ୍ ବୋହୁଥିଲେ:

ଟ୍ୱିଙ୍କିଲ୍ ଖାନ୍ନା ତାଙ୍କ ମା’ ଡିମ୍ପଲ୍‌ ପକାଡିଆଙ୍କୁ ବହୁତ ଭଲ ପାଆନ୍ତି। ଏନେଇ ସେ ତାଙ୍କୁ କେବେ ବି ଭୁଲି ପାରୁ ନାହାନ୍ତି। ପ୍ରାୟ ସମୟରେ ସେ ତାଙ୍କ ମା’ଙ୍କ ସହିତ ଥିବା ପୁରୁଣା ଫଟୋ ସବୁ ଶେୟାର କରି ନିଜ ପୁରୁଣା ଦିନକୁ ମନେ ପକଉଛନ୍ତି। ଏବେ ଏବେ ପୋଷ୍ଟ କରିଥିବା ଫଟୋରେ ମଧ୍ୟ ଟ୍ୱିଙ୍କିଲ୍ ନିଜ ମା’ଙ୍କ କଥା କହିଛନ୍ତି। ସେ ଭାବନା ସୋମାୟାଙ୍କ ବହି ‘ଅନ୍ କ୍ୟାମେରା, ଅଫ୍‌ କ୍ୟାମେରା’ରେ ନିଜର ‘କୁଲି’ ହେବା କଥା କହିଛନ୍ତି। ସେ କହିଛନ୍ତି ଯେ ଏୟାର୍‌ପୋର୍ଟରେ ସେ ଦିନେ ତାଙ୍କ ଷ୍ଟାର୍ ମା’ଙ୍କ ଲଗେଜ ବୋହୁଥିଲେ।

Advertisment
Twinkle Khanna when used to be Dimple Kapadia coolie‘ଅନ୍ କ୍ୟାମେରା, ଅଫ୍‌ କ୍ୟାମେରା’ରେ ପୁସ୍ତକ କଭର୍‌

ଟ୍ୱିଙ୍କିଲ୍‌ ଖୋଲିଲେ ଅତୀତର ପୃଷ୍ଠା:

ଟ୍ୱିଙ୍କିଲ୍‌ ଏବେ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ଏହି ବହିର କଭର ପେଜ୍ ହୋଇଥିବା ବେଳେ ଅନ୍ୟଟି ବହି ଭିତରର ପେଜ୍। ଏଥିରେ ତାଙ୍କର ‘କୁଲି’ ହେବାର କାହାଣୀ ଲେଖାଯାଇଛି। ଏହି ପୋଷ୍ଟକୁ ଶେୟାର କରି ସେ କହିଛନ୍ତି ଯେ “ମୋ ପୂର୍ବ ଅତୀତର ସ୍ନାପ୍‌ସଟ୍। ଏହି ପୁସ୍ତକକୁ ଭାବନା ସୋମାୟା ଲେଖିଛନ୍ତି। ଏହା ମୋ ପାଇଁ ସ୍ମୃତିର ମୁହୂର୍ତ୍ତ ନେଇ ଆସିଛି।”

Twinkle Khanna when used to be Dimple Kapadia coolieଟ୍ୱିଙ୍କିଲ୍ ଖାନ୍ନା ଶେୟାର କରିଥିବା ପୁସ୍ତକର ଏକ ପୃଷ୍ଠା

୨୬ ବର୍ଷର ପୁରୁଣା କାହାଣୀ:

ପୁସ୍ତକର ଜେଉଁ ଅଂଶକୁ ଟ୍ୱିଙ୍କିଲ୍ ଶେୟାର କରିଛନ୍ତି ସେଥିରେ ଲେଖାଅଛି ଯେ ୧୯୯୪ରେ ଭାବନା ସୋମାୟାଙ୍କ ଭେଟ ଡିମ୍ପଲ କାପାଡିଆ ଓ ତାଙ୍କ ଝିଅଙ୍କ ସହିତ ମୁମ୍ବଇ ଏୟାରପୋର୍ଟରେ ହୋଇଥିଲା। ଉଭୟ ସେମାନଙ୍କ ଫ୍ଲାଇଟ୍‌ ଘୋଷଣାର ଅପେକ୍ଷାରେ ଥିଲେ। ଟ୍ୱିଙ୍କିଲ୍ ଖାନ୍ନାଙ୍କ ପାଖରେ ବହୁତ ଓଜନିଆ ଲଗେଜ୍ ଥିଲା। ସେ ଏକ ଚେୟାର ପାଖରେ ବସିଥିବା ନଜର ଆସୁଥିଲେ। ଯେହେତୁ ଡିମ୍ପଲ କପାଡିଆ ଜଣେ ଅଭିନେତ୍ରୀ ଥିଲେ ତେଣୁ ତାଙ୍କ ଆଖ ପାଖରେ ଦେହରକ୍ଷୀମାନେ ଘେରି ରହିଥିଲେ।

Advertisment

କାହିଁକି ହେଲେ କୁଲି:

ଏହାକୁ ନେଇ ଟ୍ୱିଙ୍କିଲ୍ ଖାନ୍ନା କହିଛନ୍ତି ଯେ “ମୁଁ ବବିଷ୍ୟତର କଥା କହିପାରୁ ନ ଥିଲି। କିନ୍ତୁ ସେ ସମୟରେ ମୋ ମା’ଙ୍କ ପାଇଁ ସ୍ପଟ୍‌ବୟ କାମ କରୁଥିଲି।” ଯେତେବେଳେ ତାଙ୍କୁ ଏମିତି କାହିଁକି କରୁଥିଲେ ବୋଲି ପଚରାଯାଇଥିଲା ସେ କହିଥିଲେ ଯେ “କାରଣ, ମୋ ମା’ଙ୍କୁ ବ୍ୟାଗ୍ ଚେକିଂ କରିବା ନେଉ ପସନ୍ଦ ନ ଥିଲା। ତାଙ୍କୁ ଲ୍ୟାଣ୍ଡିଂରେ ଅପେକ୍ଷା କରିବା ନେଇ ପସନ୍ଦ ନ ଥିଲା। ତେଣୁ ମୁଁ ରାଣୀ ସାହେବାଙ୍କ ପାଇଁ କିଛି କ୍ଷଣ ପାଇଁ କୁଲି ହୋଇଯାଇଥିଲି।”

Bollywood Twinkle Khanna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ