Advertisment

‘ମୋ ଆତ୍ମାକୁ ଶାନ୍ତି ମିଳିବ ନାହିଁ, ଯେପର୍ଯ୍ୟନ୍ତ...’ ମୃତ୍ୟୁ ପୂର୍ବରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବୈଶାଳୀ

ପୋଲିସ୍‌ ହାତରେ ବୈଶାଳୀଙ୍କ ଯେଉଁ ଡାଏରୀ ଲାଗିଛି, ସେଥିରେ ସେ ନିଜ ବାପା ଓ ମା’ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି, ‘ ମୁଁ ଭଲ ଝିଅ ହୋଇପାରିଲିନି।’

TV Vaishali Takkar Suicide Note Reveals Shocking Secret

TV Vaishali Takkar Suicide Note Reveals Shocking Secret

Advertisment

ମାତ୍ର ୩୦ ବର୍ଷ ବୟସରେ ଦୁନିଆକୁ ଅଲ୍‌ବିଦା କହିଥିବା ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରନୁ ନାହାନ୍ତି। ଗତକାଲି ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହାସହ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କିଏ ବୈଶାଳୀଙ୍କୁ ହଇରାଣ କରୁଥିଲେ ? କିଏ ସେଇ ବ୍ୟକ୍ତି ଯାହାଙ୍କ ନାଁ ସେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ? ଦିନ ଯେତେ ଗଡ଼ି ଗଡ଼ି ଯାଉଛି ମୃତ୍ୟୁର ରହସ୍ୟ ଆହୁରି ବଢ଼ିବାରେ ଲାଗିଛି। 

Advertisment

ବୈଶାଳୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? 

ସୁଇସାଇଡ୍‌ ନୋଟ୍‌ରେ ବୈଶାଳୀ ରାହୁଲ ନାମକ ଜଣେ ଯୁବକ ନାଁ ଉଲ୍ଲେଖ କରିଛନ୍ତି। ଯୁବକ ଜଣକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଥା ସେ କହିଛନ୍ତି। ପୋଲିସ୍‌ ହାତରେ ବୈଶାଳୀଙ୍କ ଯେଉଁ ଡାଏରୀ ଲାଗିଛି, ସେଥିରେ ସେ ନିଜ ବାପା ଓ ମା’ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି, ‘ ମୁଁ ଭଲ ଝିଅ ହୋଇପାରିଲିନି।’ ଖାଲି ଏତିକି ନୁହେଁ ଏହି ଡାଏରୀରେ ବୈଶାଳୀ ରାହୁଲଙ୍କ ବ୍ୟତୀତ ଦିଶା ନାମକ ଜଣେ ଯୁବତୀଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି। ଶେଷରେ ସେ ଲେଖିଛନ୍ତି, 'I Quit'। ଏହା ତାଙ୍କ ଶେଷ ଶବ୍ଦ ଥିଲା ବୋଲି କୁହାଯାଉଛି।ପୋଲିସ୍‌ ସୂଚନା ଅନୁସାରେ, ବୈଶାଳୀ ଡାଏରୀରେ ଯେଉଁଭଳି ଭାବେ ବିଭିନ୍ନ କଥା ଲେଖିଛନ୍ତି ଏଥିରୁ ଲାଗୁଛି ସେ ଡିପ୍ରେସନ୍‌ରେ ଥିଲେ। କିଛି ଦିନ ହେବ ତାଙ୍କୁ କୌଣସି କାମ ମଧ୍ୟ ମିଳୁନଥିଲା। ତେଣୁ ଏସବୁ ଦିଗକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। 

Advertisment

ସୁଇସାଇଡ୍‌ ନୋଟ୍‌ରେ କ’ଣ ଲେଖିଛନ୍ତି ବୈଶାଳୀ ? 

ସୁଇସାଇଡ୍‌ ନୋଟ୍‌ରେ ବୈଶାଳୀ ଲେଖିଛନ୍ତି, ‘I Quit ମା’। ଲଭ୍ ୟୁ ପାପା, ମା’। ମୋତେ କ୍ଷମା କରିଦେବେ, ମୁଁ ଭଲ ଝିଅ ହୋଇପାରିଲିନି। ପ୍ଲିଜ୍‌, ରାହୁଲ ଓ ତା’ ପରିବାରକୁ ଆଦୌ ଛାଡ଼ିବେ ନାହିଁ। ସେମାନଙ୍କୁ ଦଣ୍ଡ ଦେବେ। ରାହୁଲ ଓ ଦିଶା ମୋତେ ଅଢ଼େଇ ବର୍ଷ ହେବ ନିର୍ଯାତନା ଦେଇ ଆସୁଥିଲେ। ତେଣୁ ସେମାନଙ୍କୁ ଦଣ୍ଡ ମିଳିବା ଉଚିତ୍‌। ନହେଲେ ମୋ ଆତ୍ମା କେବେବି ଶାନ୍ତି ପାଇପାରିବ ନାହିଁ। ଆପଣମାନେ ଖୁସିରେ ରହିବେ। ମୁଁ ଆପଣମାନଙ୍କୁ ବହୁତ ଭଲପାଏ। ମିତେଶଙ୍କୁ କହିବେ ମୋତେ କ୍ଷମା କରିଦେବ। I Quit। 

Advertisment

କିଏ ଏହି ରାହୁଲ ? 

ବୈଶାଳୀ ତାଙ୍କ ମୃତ୍ୟୁ ପାଇଁ ଯାହାକୁ ଦାୟୀ କରିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ରାହୁଲ ନାଭଲାନି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାହୁଲ ବୈଶାଳୀଙ୍କ ପଡ଼ୋଶୀ। ପେଶାରେ ସେ ଜଣେ ବ୍ୟବସାୟୀ। ବୈଶାଳୀଙ୍କ ଘର ଇନ୍ଦୋରର ସାଇବାଗ ଅଞ୍ଚଳରେ। ପୋଲିସ୍‌ ସୂଚନା ଅନୁସାରେ, ରାହୁଲଙ୍କ ପାଇଁ ବୈଶାଳୀ ଜୀବନ ହାରିଛନ୍ତି। ବୈଶାଳୀଙ୍କ ବହୁତ ଶୀଘ୍ର ବିବାହ ହେବାର ଥିଲା। ଏହା ଜାଣିବା ପରେ ରାହୁଲ ତାଙ୍କୁ ହଇରାଣ କରୁଥିଲେ। 

ସେପଟେ ବୈଶାଳୀଙ୍କ ବନ୍ଧୁଙ୍କ କହିବା ଅନୁସାରେ, ସେ ଡିସେମ୍ବରରେ ବିବାହ କରିଥାନ୍ତେ। ହେଲେ ବିବାହର ୨ ମାସ ପୂର୍ବରୁ ସେ ଏଭଳି ଚରମ ପଦକ୍ଷେପ ନେବେ ବୋଲି ବିଶ୍ୱାସ ହେଉନାହିଁ। ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ମାଧ୍ୟମରେ ବୈଶାଳୀ ଟିଭି ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। 'ଶଶୁରାଲ୍‌ ସିମର୍‌ କା’ ରେ ମଧ୍ୟ ସେ ଅଭିନୟ କରିଥିଲେ। ସିରିଏଲ୍‌ ବ୍ୟତୀତ ସେ ଅନେକ ପପୁଲାର୍‌ ଶୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। 

Tv Actress Suicide Vaishali Takkar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ