Advertisment

ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖ ଖବର; ଆତ୍ମହତ୍ୟା କଲେ ଅଭିନେତ୍ରୀ

ସାମ୍ନାକୁ ଆସିଲା ଆଉ ଜଣେ ଟିଭି କଳାକାରଙ୍କ ଆତ୍ମହତ୍ୟା ଖବର। ସନ୍ଦେହଜନକ ଅବସ୍ଥାରେ ତାଙ୍କ ଫ୍ଲାଟ୍‌ରେ ଅଭିନେତ୍ରୀଙ୍କ ମୃତଦେହ ମିଳିଲା। ଅଧିକ ଖବର ନେଇ ପୋଲିସ ତଦନ୍ତ ଚାଲିଛି।

Tv serial actress Manjusha Niyogi found dead in  kolkata

Tv serial actress Manjusha Niyogi found dead in kolkata

Advertisment

ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନିକଟରେ ବଙ୍ଗାଳୀ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ପଲ୍ଲବୀ ଦେ ଏବଂ ବିଦିଶା ଦେ ମଜୁମଦାରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ଏଥିସହିତ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମଡେଲ ତଥା ବଙ୍ଗାଳୀ ଟିଭି ଅଭିନେତ୍ରୀ ମଞ୍ଜୁଶା ନିୟୋଗୀଙ୍କ ଦେହାନ୍ତ ହୋଇଛି।

Advertisment

ସନ୍ଦେହଜନକ ଅବସ୍ଥାରେ ତାଙ୍କ ଫ୍ଲାଟ୍‌ରେ ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା। ଗତ ୧୫ ଦିନ ମଧ୍ୟରେ ବଙ୍ଗଳା ସିନେମାର ତୃତୀୟ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ପରିସ୍ଥିତିରେ ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ଅନ୍ୟପକ୍ଷରେ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଯେତେବେଳେ ମଞ୍ଜୁଶାଙ୍କ ବାପାମାଆ ଶୁକ୍ରବାର ଅଭିନେତ୍ରୀଙ୍କୁ ଫୋନ୍ କରିଥିଲେ ସେତେବେଳେ ସେ କାହାର ଫୋନ ଉଠେଇ ନଥିଲେ। ଏହା ପରେ, ଯେତେବେଳେ ସେମାନେ ମଞ୍ଜୁଶାଙ୍କ ରୁମ୍‌କୁ ଦେଖିବାକୁ ଯାଇଥିଲେ, ସେଠାରେ ଅଭିନେତ୍ରୀଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

Advertisment

ପୋଲିସର ସୂଚନାନୁସାରେ, ମଞ୍ଜୁଶା ଟିଭି ଅଭିନେତ୍ରୀ ବିଦିଶା ଦେ ମଜୁମଦାରଙ୍କ ବନ୍ଧୁ ଥିଲେ ଏବଂ ଅଭିନେତ୍ରୀଙ୍କ ମୃତ୍ୟୁ ପରେ ବିଦିଶା ଡିପ୍ରେସନରେ ରହୁଥିଲେ। ତେବେ ମଞ୍ଜୁଶା ଆତ୍ମହତ୍ୟା କରିଛନ୍ତି ନା ଅଭିନେତ୍ରୀଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ତାହାକୁ ନେଇ ପୋଲିସ ତଦନ୍ତ କରୁଛି।

Tv Actress Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ