Triptii dimri reveals that her parents were taken aback by her intimate scenes in animal
ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ୍' ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ଏହି ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୬୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏଥିରେ ରଣବୀର କପୁର, ରଶ୍ମିକା ମନ୍ଦନା, ଅନିଲ କପୁର, ବବି ଦେଓଲଙ୍କ ସହ ତୃପ୍ତି ଡିମ୍ରୀଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି।
ରଣବୀର କପୁରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ପାଇଁ ତୃପ୍ତି ଡିମ୍ରୀଙ୍କ ଖୁବ ଚର୍ଚ୍ଚା। ତାଙ୍କୁ ନେଇ ଚାରିଆଡେ ଆଲୋଚନା। ନିକଟରେ ଏକ ସାକ୍ଷାତକାରରେ ତୃପ୍ତି ଡିମ୍ରୀ କହିଛନ୍ତି ଯେ ରଣବୀରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ଦେଖିବା ପରେ ତାଙ୍କ ବାପାମାଆ କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ତୃପ୍ତି ଡିମ୍ରୀ କହିଛନ୍ତି ଯେ ଫିଲ୍ମରେ ରଣବୀରଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ଦେଖି ତାଙ୍କ ବାପାମାଆ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଦୃଶ୍ୟରୁ ବାହାରିବା ପାଇଁ ତାଙ୍କ ବାପାମାଆଙ୍କୁ ବହୁତ ସମୟ ଲାଗିଥିଲା। ଅଭିନେତ୍ରୀ କହିଛନ୍ତି, “ମୋତେ ‘ଆନିମଲ୍’ରେ ଅନ୍ତରଙ୍ଗ ଦୃଶ୍ୟ କରୁଥିବା ଦେଖି ମୋ ବାପାମାଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ମୋତେ କହିଥିଲେ ଯେ ଆମେ କେବେ ତତେ ଫିଲ୍ମରେ ଏମିତି କରୁଥିବା ଦେଖିନାହୁଁ, କିନ୍ତୁ ତତେ ଏମିତି କରିବାର ନ ଥିଲା।”
ତୃପ୍ତି ଆହୁରି ମଧ୍ୟ କହିଛନ୍ତି ଯେ “ସେ ମୋତେ କହିଥିଲେ ଯେ ଯିଏ ବି ବାପାମାଆ ହେଉନା କାହିଁକି, ସେମାନଙ୍କ ପିଲାମାନଙ୍କୁ ଏମିତି ଦେଖିବା ଭଲ ଲାଗେ ନାହିଁ। ମୁଁ ତାଙ୍କୁ କହିଲି ମୁଁ କିଛି ଭୁଲ କରି ନାହିଁ। ଏହା ମୋର କାମ ଏବଂ ଯେପର୍ଯ୍ୟନ୍ତ ମୁଁ ନିଜକୁ ସହଜ ଏବଂ ନିରାପଦ ମନେପରିଛି ସେ ପର୍ଯ୍ୟନ୍ତ ମୁଁ ଏପରି ଦୃଶ୍ୟ କରିବାରେ କୌଣସି ଅସୁବିଧା ଦେଖୁ ନାହିଁ। ମୁଁ ଜଣେ ଅଭିନେତ୍ରୀ ଏବଂ ମୁଁ ଯେଉଁ ଚରିତ୍ରରେ ଅଭିନୟ କରେ, ମୋତେ ଶତପ୍ରତିଶତ ବାସ୍ତବ ଦେଖେଇବାକୁ ପଡିବ। ଏହି ଦୃଶ୍ୟଗୁଡିକ କରିବା ପାଇଁ ମୁଁ ତାହା ହିଁ କରିଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702204756.jpg)