Advertisment

ବଲିଉଡ୍‌ର ୫ ଧନୀ ଅଭିନେତ୍ରୀ; ଜାଣନ୍ତୁ କିଏ କେତେ ଟଙ୍କାର ମାଲିକାଣୀ

ବଲିଉଡ୍‌ରେ ଏମିତି ୫ ଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଏମାନଙ୍କ ଆଗରେ ଅନେକ ଅଭିନେତା ମଧ୍ୟ ଫିକା ପଡିଯିବେ। ଜାଣିଛନ୍ତି ସେମାନେ କିଏ ଆଉ କେତେ ଟଙ୍କା ସମ୍ପତ୍ତିର ମାଲିକାଣୀ? ଆସନ୍ତୁ ନଜର ପକେଇବା।

ଅଦ୍ୟତନ ହୋଇଛି
Top 5 richest bollywood actresses

Top 5 richest bollywood actresses

Advertisment

ବଲିଉଡ୍ ଦୁନିଆରେ ଏମିତି ଏକ ସମୟ ଥିଲା ଯେତେବେଳେ ଅଭିନେତ୍ରୀଙ୍କ ତୁଳନାରେ ଅଭିନେତାଙ୍କ ଆର୍ଥିକ ଅବସ୍ଥା ଭଲ ଥିଲା। କିନ୍ତୁ ସମୟ ସହିତ ସବୁ କିଛି ବଦଳିଛି। ବର୍ତ୍ତମାନ ବି-ଟାଉନ୍ ଅଭିନେତ୍ରୀମାନେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିବା ସହ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ଆଜି ଆମେ ଆପଣଙ୍କୁ ବଲିଉଡର ଶ୍ରେଷ୍ଠ ପାଞ୍ଚ ଜଣ ଧନୀ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଗତ କିଛି ବର୍ଷ ଧରି ବଲିଉଡରେ ନିଜର ପତିଆରା ଜାରି ରଖିଛନ୍ତି ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ମଧ୍ୟ କାହାଠାରୁ କମ୍ ନୁହଁନ୍ତି।

Advertisment

ଐଶ୍ୱର୍ଯ୍ୟା ରାୟ:

Aishwarya Rai Bachchanବୋଲ୍ଡ ଲୁକ୍‌ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ଐଶ୍ୱର୍ଯ୍ୟା ରାୟ ସବୁବେଳେ ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଅଭିନୟ ଠାରୁ ଆରମ୍ଭ କରି ଏଣ୍ଟରପ୍ରେନ୍ୟୋରଶିପ୍ ପର୍ଯ୍ୟନ୍ତ ଏମିତି ବହୁତ କିଛି ଅଛି ଯେଉଁଥିପାଇଁ ଅଭିନେତ୍ରୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୭୫କୋଟି । ଏହି ଅଭିନେତ୍ରୀ ପ୍ରତି ଫିଲ୍ମ ପାଇଁ ୧୦-୧୨ କୋଟି ଟଙ୍କା ନିଅନ୍ତି। ଐଶ୍ୱର୍ଯ୍ୟା ରାୟ ମଧ୍ୟ ବଡ ବ୍ରାଣ୍ଡ ପାଇଁ ବିଜ୍ଞାପନ କରନ୍ତି। ରିପୋର୍ଟ ଅନୁଯାୟୀ ସେ କେବଳ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ୮୦ ରୁ ୯୦ କୋଟି ରୋଜଗାର କରନ୍ତି।

କରୀନା କପୁର:

Kareena Kapoorଆକର୍ଷଣୀୟ ଚେହେରାରେ କରୀନା କପୁର

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେ ଫିଲ୍ମ କରନ୍ତୁ ବା ନ କରନ୍ତୁ ଇଣ୍ଡଷ୍ଟ୍ରିରେ କିନ୍ତୁ ତାଙ୍କ ଜଲୱା ସବୁବେଳେ ରହିଥାଏ। ସେ ନିଜର ଖ୍ୟାତି ସହିତ ବହୁ ଟଙ୍କା ମଧ୍ୟ ଅର୍ଜନ କରିଛନ୍ତି। କରୀନା କପୁର ୪୧୩ କୋଟି ମୂଲ୍ୟ ସମ୍ପତ୍ତିର ମାଲିକାଣୀ। ରିପୋର୍ଟ ଅନୁଯାୟୀ କରୀନା କପୁର ଆଜିକାଲି ବାର୍ଷିକ ପ୍ରାୟ ୭୩ କୋଟି ଟଙ୍କା ରୋଜଗାର କରୁଛନ୍ତି।

Advertisment

ପ୍ରିୟଙ୍କା ଚୋପ୍ରା:

Priyanka Chopraଦୁଇ ଭିନ୍ନ ରୂପରେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା କେବଳ ଭାରତରେ ନୁହେଁ ନିଜର ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସେ କେବଳ ବଲିଉଡରେ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରିନାହାଁନ୍ତି ବରଂ ହଲିଉଡ୍‌ରେ ମଧ୍ୟ ତାଙ୍କର ପତିଆରା ରହିଛି। ପ୍ରିୟଙ୍କା ଚୋପ୍ରାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୫ ମିଲିୟନ୍ ଡଲାର। ଭାରତୀୟ ମୁଦ୍ରାରେ ଦେଖିବାକୁ ଗଲେ ଏହା ୨୭୦ କୋଟି ଟଙ୍କା। ଚଳଚ୍ଚିତ୍ର ବ୍ୟତୀତ ତାଙ୍କର ରୋଜଗାରର ଅନ୍ୟ ଉତ୍ସ ହେଉଛି ବ୍ରାଣ୍ଡ ପ୍ରମୋସନ। ଏହା ବ୍ୟତୀତ ସେ ଟିଭି ଧାରାବାହିକରୁ ମଧ୍ୟ ରୋଜଗାର କରନ୍ତି।

ଅନୁଷ୍କା ଶର୍ମା:

Anushka Sharmaଆକର୍ଷଣୀୟ ଅନ୍ଦାଜ୍‌ରେ ଅନୁଷ୍କା ଶର୍ମା

ଫିଲ୍ମ 'ରବ ନେ ବନା ଦି ଯୋଡି'ରେ ଶାହାରୁଖ ଖାନଙ୍କ ସହ ଫିଲ୍ମ ଯାତ୍ରା ଆରମ୍ଭ କରିଥିବା ଅନୁଷ୍କା ଶର୍ମା ଆଜି ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ଅନୁଷ୍କା ଚଳଚ୍ଚିତ୍ର ଏବଂ ବିଜ୍ଞାପନରୁ ବହୁତ ଟଙ୍କା ରୋଜଗାର କରନ୍ତି। ସେ ଗୋଟିଏ ଫିଲ୍ମ କରିବାକୁ ୧୦ ରୁ ୧୨ କୋଟି ଏବଂ ବିଜ୍ଞାପନ ପାଇଁ ୪ ରୁ ୫ କୋଟି ଟଙ୍କା ନିଅନ୍ତି। ରିପୋର୍ଟ ଅନୁଯାୟୀ ଅନୁଷ୍କା ଶର୍ମାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୬୫ କୋଟି ଟଙ୍କା।

Advertisment

ଦୀପିକା ପାଦୁକୋନ:

Deepika Padukoneଦୀପିକା ପାଦୁକୋନ୍‌ଙ୍କ ଆକର୍ଷଣୀୟ ଅବତାର

ଦୀପିକା ପାଦୁକୋନ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସୌନ୍ଦର୍ଯ୍ୟ ବ୍ୟତୀତ ସେ ନିଜର ଦମଦାର ଅଭିନୟ ପାଇଁ ମଧ୍ୟ ଜଣାଶୁଣା। ରିପୋର୍ଟ ଅନୁଯାୟୀ ଦୀପିକା ପାଦୁକୋନ ପ୍ରତି ମାସରେ ୨ କୋଟି ଟଙ୍କା ରୋଜଗାର କରନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ବାର୍ଷିକ ଆୟ ପ୍ରାୟ ୨୪ କୋଟି ଟଙ୍କା। ଖବର ଅନୁଯାୟୀ ଦୀପିକା ପାଦୁକୋନଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ପାଖାପାଖି ୨୨୫ କୋଟି ଟଙ୍କା।

Deepika Padukone Priyanka Chopra Anushka Sharma Kareena Kapoor Bollywood Aishwarya Rai Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ