Advertisment

Tom Cruise surprised everyone: ଫିଲ୍ମରେ ଟମ୍ କ୍ରୁଜଙ୍କ ଷ୍ଟଣ୍ଟ୍ , ପାଣିରେ ୬ମିନିଟ ପାଇଁ ବନ୍ଦ କଲେ ନିଶ୍ବାସ

ଚର୍ଚ୍ଚାରେ ମିଶନ ଇମ୍ପସିବଲ୍ ଷ୍ଟାର ଟମ୍ କ୍ରୁଜ୍ । ଫିଲ୍ମର ଏକ ଷ୍ଟଣ୍ଟରେ ୬ ମିନିଟ ୬ ସେକେଣ୍ଡ ପାଇଁ ନିଶ୍ବାସ ବନ୍ଦ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସାଧାରଣତଃ ୧୦ରୁ ୧୫ ସେକେଣ୍ଡ ଯାଏ ଜଣେ ମଣିଷ ନିଜର ନିଶ୍ବାସ ଅଟକାଇ ପାରିବ ।

ଅଦ୍ୟତନ ହୋଇଛି
Tom Cruise surprised everyone

Tom Cruise surprised everyone

Advertisment

ହଲିଉଡ ଷ୍ଟାର ଟମ୍ କ୍ରୁଜ୍ । ସେ ନିଜ ଅଭିନୟ ସହ ଲୁକ୍ ଓ ଫିଟନେସ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ଫିଲ୍ମରେ ସେ ଅନେକ ଷ୍ଟଣ୍ଟ୍ ନିଜେ କରିଥାନ୍ତି ଯାହାକି ତାଙ୍କୁ ଅନ୍ୟ ହଲିଉଡ ଅଭିନେତାଙ୍କ ଠାରୁ ଭିନ୍ନ ଏକ ପରିଚୟ ମଧ୍ୟ ଦେଇଛି । ଆପଣ ହୁଏତ ଜାଣିନଥିବେ ଏକ ଫିଲ୍ମର ସୁଟିଂ ସମୟରେ ପାଣି ଭିତରେ ଛଅ ମିନିଟରୁ ଅଧିକ ସମୟ ଯାଏ ନିଜ ନିଶ୍ବାସ ବନ୍ଦ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ଟମ୍ କ୍ରୁଜ୍ । ଏନେଇ ଏକ ପୋଷ୍ଟ ବି ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେ । କହିଛନ୍ତି ମତେ ପ୍ରମାଣ କରିବାର ଥିଲା ବାସ୍ତବରେ ଏହା ସୁରକ୍ଷିତ ଥିଲା ବୋଲି ।

Advertisment

ଟମ୍ କ୍ରୁଜ୍ ସବୁବେଳେ ସ୍କ୍ରିନରେ କିଛି ଡିଫରେଣ୍ଟ୍ କରନ୍ତି । ପ୍ରାୟତଃ ତାଙ୍କ ଫିଲ୍ମ ଗୁଡିକ ଆକ୍ସନ ଓ ରୋମାଞ୍ଚରେ ଭରପୁର ଥାଏ । ମିଶନ ଇମ୍ପସିବଲ ଫାଇଭର ସୁଟିଂ ସମୟରେ ସେ ଛଅ ମିନିଟ ଛଅ ସେକେଣ୍ଡ ଯାଏ ନିଜର ନିଶ୍ବାସ ଅଟକାଇ ରଖିଥିଲେ । ଏହି ଷ୍ଟଣ୍ଟ ପାଇଁ ସେ ଫ୍ରିଡାଇଭିଙ୍ଗ ବିଶେଷଜ୍ଞଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ । ସାଧାରଣତଃ ୧୦ରୁ ୧୫ ସେକେଣ୍ଡ ଯାଏ ନିଜର ନିଶ୍ବାସ ଅଟକାଇ ହେବ । ୬ ମିନିଟ ଯାଏ ନିଶ୍ବାସ ଅଟକାଇ ରଖିବା ସୁରକ୍ଷିତ ବୋଲି ଟମ୍ କ୍ରୁଜ୍ ପ୍ରମାଣ କରିବାକୁ ଚାହୁଁଥିଲେ । ସେଥିପାଇଁ ସେସମୟରେ ତାଙ୍କ ସହ ସୁରକ୍ଷା ଅଧିକାରୀ ବି ଥିଲେ । ଏନେଇ ସୋସିଆଲ ମିଡିଆରେ ଟମ୍ କ୍ରୁଜଙ୍କ ଏକ ଭିଡିଓ ଭାଇରାଲ ହେଉଛି । ତେବେ ଏଥିରେ କୌଣସି ତାରିଖ ଉଲ୍ଲେଖ ନାହିଁ । ଏହା କେବେର ଭିଡିଓ କେହି ଜାଣିନାହାନ୍ତି । ଏହି ଷ୍ଟଣ୍ଟକୁ ସୁରକ୍ଷିତ ଭାବରେ କରିବା ପାଇଁ ଟମ୍ ପୂର୍ବରୁ ଏକ୍ସପର୍ଟଙ୍କ ସହ ଅଭ୍ୟାସ କରିଥିଲେ । ପରେ ଫିଲ୍ମରେ ସେ ଏହି ଷ୍ଟଣ୍ଟକୁ ନିଜେ କରିଥିଲେ ।

ଅଧିକ ପଢ଼ନ୍ତୁ: ଶୌରା ଦେଲେ ଖୁସି ଖବର; ପୁଣି ବାପା ହେବେ ଅରବାଜ

ଫିଟନେସ କୋଚ୍ ବରୁଣ ରତନ କହିଛନ୍ତି ଛଅ ମିନିଟ୍ ପାଇଁ ନିଶ୍ୱାସ ଧରି ରଖିବା ପାଇଁ ଧୈର୍ଯ୍ୟ ଏବଂ ନିରନ୍ତର ଅଭ୍ୟାସ ଆବଶ୍ୟକ । ଏହାର ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଏକ ବେସଲାଇନ ସ୍ଥାପନ କରନ୍ତୁ । ଆରାମ କରିବା ସମୟରେ ଏକ ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ଯଥାସମ୍ଭବ ଏହାକୁ ଧରି ରଖନ୍ତୁ। ଯଦି ହାଲୁକା ଅସ୍ୱସ୍ତି ବି ଅନୁଭବ କରୁଛନ୍ତି ସେ ସମୟରେ ଅଟକି ଯାଆନ୍ତୁ। ଏହି ସମୟକୁ ରେକର୍ଡ କରନ୍ତୁ ଏହା ଆପଣଙ୍କର ବେସ ଲାଇନ । ଅଭ୍ୟାସ କରିବା ସମୟରେ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ମନ ଶାନ୍ତ ଅଛି ଏବଂ ଆପଣଙ୍କର ମାଂସପେଶୀ ଆରାମଦାୟକ ଅଛି। ଚିନ୍ତାଗ୍ରସ୍ତ ଥିଲେ ଆପଣଙ୍କ ଶରୀରରେ ଅଧିକ ଅକ୍ସିଜେନ ବ୍ୟବହାର ହୁଏ । ସେଥିପାଇଁ ଆପଣଙ୍କର ଅକ୍ସିଜେନ ନେବାର ଇଚ୍ଛା ବଢିଯାଏ । ଫଳରେ ଆପଣ ଅଧିକ ସମୟ ଯାଏ ନିଶ୍ବାସକୁ ଅଟକାଇ ପାରନ୍ତି ନାହିଁ ।

Advertisment

ପ୍ରତ୍ୟେକ ଥର ଅଭ୍ୟାସ କରିବା ସମୟରେ ମନକୁ ସଚେତନ ଓ ଶାନ୍ତ କରନ୍ତୁ । ଶାରୀରିକ ସମ୍ବେଦନଶୀଳତା ଉପରେ ବି ଧ୍ୟାନ ଦିଅନ୍ତୁ ବୋଲି ରତନ କହିଛନ୍ତି । ପ୍ରତ୍ୟେକ ଥର ନିଶ୍ୱାସ ଧରି ରଖିବା ପରେ, ପରବର୍ତ୍ତୀ ସମୟରେ ଏହାକୁ ପୁର୍ନବାର କରିବା ପୂର୍ବରୁ ନିଜକୁ ୧୦ରୁ ୧୨ ଗଭୀର ଡାୟାଫ୍ରାମାଟିକ୍ ନିଶ୍ୱାସ ଦିଅନ୍ତୁ। ପ୍ରତ୍ୟେକ ଅଭ୍ୟାସରେ ୫ରୁ ୧୦ଥର ନିଶ୍ବାସ ଧରି ରଖିବାକୁ ଲକ୍ଷ୍ୟ କରନ୍ତୁ । ଏହା ଆପଣଙ୍କର ନିଶ୍ବାସ ଧରି ରଖିବାର ଅବଧି ବୃଦ୍ଧି କରିବ । ଯଦି ନହେଉଛି ତେବେ ଆପଣ ସଂପୂର୍ଣ୍ଣ ଭାବେ ଆରାମ କରୁନାହାନ୍ତି ଓ ଏହି ଅଭ୍ୟାସକୁ ଆପଣ ଆରାମରେ ନେବା ଉଚିତ ।

ରତନ ବିସ୍ତୃତ ଭାବରେ କହିଛନ୍ତି କି ଅଭ୍ୟାସ ସମୟରେ ପୂର୍ଣ୍ଣ ନିଶ୍ବାସ ନେବା ଓ ପୂର୍ଣ୍ଣ ପ୍ରଶ୍ବାସ ଛାଡିବାର ଅଭ୍ୟାସ କରନ୍ତୁ । ଥରେ ଆପଣ ଦୁଇରୁ ତିନି ମିନିଟ୍ ପାଇଁ ଆପଣ ନିଶ୍ୱାସ ଧରି ରଖିବାରେ ସହଜ ଅନୁଭବ କଲେ ତେବେ ପାଣି ତଳେ ଅଭ୍ୟାସ କରିବା ଆରମ୍ଭ କରନ୍ତୁ। ପ୍ରଥମ କିଛି ଦିନ ଏହା ଜଣେ ଏକ୍ସପର୍ଟଙ୍କ ତଦାରଖରେ କରିବା ଉଚିତ । ମନେରଖନ୍ତୁ, ଭୟଭୀତ ହେବା କିମ୍ବା ପାଣି ତଳେ ଗତି କରିବା ଦ୍ବାରା ଆପଣଙ୍କର ଅମ୍ଳଜାନ ବ୍ୟବହାରରେ ବୃଦ୍ଧି ହେବ ଏବଂ ଆପଣଙ୍କର ନିଶ୍ୱାସ ବନ୍ଦ ରଖିବା ଅବଧିକୁ କମ କରିବ । ରତନ କହିଛନ୍ତି ଯେ ନିଜକୁ ଏବଂ ବୃତ୍ତିଗତ ପ୍ରତିବଦ୍ଧତା ପାଇଁ ଆପଣଙ୍କର କ୍ଷମତାକୁ ଚ୍ୟାଲେଞ୍ଜ କରିବା ଭଲ, କିନ୍ତୁ ଏହା କଠୋର ସୁରକ୍ଷା ସତର୍କତା ସହିତ ମାର୍ଗଦର୍ଶନରେ କରାଯିବା ଉଚିତ। ଯଦି ଏହା ଆପଣଙ୍କ ପାଇଁ ସୁରକ୍ଷିତ ନୁହେଁ, ତେବେ ଚେଷ୍ଟା କରନ୍ତୁ ନାହିଁ ।

Advertisment

ଅଧିକ ପଢ଼ନ୍ତୁ: ବିବାହକୁ ନେଇ ଖୁଲାସା କଲେ ନିଆ ଶର୍ମା; ଜାଣନ୍ତୁ କ’ଣ କହିଲେ

Hollywood Tom Cruise Hollywood Action Flick Hollywood Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ