Advertisment

ପାୱାର୍ ପ୍ୟାକ୍ ଅବତାରରେ ଆସୁଛନ୍ତି ଟାଇଗର ଶ୍ରଫ୍‌; ଏହି ଦିନ ରିଲିଜ୍ ହେବ 'ଗଣପତ’

ଟାଇଗର ଶ୍ରଫ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ' କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରରେ ସେ ନିଜର ପାୱାର୍ ପ୍ୟାକ୍ ଅବତାର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇ ଆସୁଛନ୍ତି। କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଡିଷ୍ଟୋପିଆନ୍ ଦୁନିଆ ଉପରେ ଆଧାରିତ ଆକ୍ସନ୍ ଥ୍ରୀଲରରେ ଭରପୂର।

Tiger Shroff shared a glimpse of this dystopian world of Ganpath

ସେପ୍ଟେମ୍ବର ୨୪ ରବିବାର ଦିନ, ଏହାର ମୁଖ୍ୟ ଅଭିନେତା ଟାଇଗର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ସ୍ୱତନ୍ତ୍ର ଘୋଷଣା କ୍ଲିପ୍‌ରେ ଏହି ଡିଷ୍ଟୋପିଆନ୍ ଜଗତର ଝଲକ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ଉତ୍କଣ୍ଠାକୁ ଆହୁରି ବଢେଇ ଦେଇଛି।

X ରେ 'ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ'ର ଝଲକ ଦେଖେଇ ଟାଇଗର ଶ୍ରଫ୍‌ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଦୁନିଆ ବଦଳାଇବାକୁ ହେଲେ ଦୁନିଆକୁ ପରିବର୍ତ୍ତନ କରିବାକୁ ପଡିବ। ଏହା ମୋ ପ୍ରଶଂସକମାନଙ୍କ ପାଇଁ।” ଭିଡିଓରେ, ବିଲ୍ଡିଂଗୁଡିକ ଡିଷ୍ଟୋପିଆନ୍ ସେଟିଂ ପୃଷ୍ଠଭୂମିରେ ବଢୁଥିବା ଦେଖାଯାଏ। ଏହି ସମୟରେ, ଏକ କୋଠା ଉପରେ ଠିଆ ହୋଇଥିବା ଟାଇଘର ହଠାତ୍ ତଳକୁ ଡେଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ଏହା ସହିତ ଅଭିନେତା ଫିଲ୍ମର ଟିଜର ରିଲିଜ୍ ତାରିଖ ମଧ୍ୟ ଉନ୍ମୋଚନ କରିଛନ୍ତି।

Advertisment

'ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ'ର ଝଲକ ଶେୟାର୍ କରି ଟାଇଗର ଶ୍ରଫ କ୍ୟାପ୍‌ସନ୍‌ରେ କହିଛନ୍ତି ଯେ ଏହାର ଟିଜର ସେପ୍ଟେମ୍ବର ୨୭ରେ ମୁକ୍ତିଲାଭ କରିବ। ଭାଶୁ ଭଗନାନୀ, ଜ୍ୟାକି ଭଗନାନୀ, ଦୀପଶିଖା ଦେଶମୁଖ ଏବଂ ବିକାଶ ବହଲଙ୍କ ଦ୍ୱାରା ନିର୍ମିତ ଏବଂ ବିକାଶ ବହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୦ ଅକ୍ଟୋବର ୨୦୨୩ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।

Advertisment

ତେବେ ଟାଇଗର ଶ୍ରଫଙ୍କ ଫିଲ୍ମ 'ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ'କୁ ବକ୍ସ ଅଫିସରେ ଟ୍ରିପଲ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିବ। ମୀଜାନ୍ ଜାଫରୀ, ଦିବ୍ୟା ଖୋସଲା କୁମାର, ପର୍ଲ ଭି ପୁରୀ ଏବଂ ୟଶ ଦାସଗୁପ୍ତା ଭଳି କଳାକାରରେ ସଜ୍ଜିତ ଫିଲ୍ମ ‘ୟାରିୟାଁ ୨’ ଏବଂ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ତେଜସ୍’ ମଧ୍ୟ ସେହି ଦିନ ପ୍ରେକ୍ଷାଳୟରେ ରିଲିଜ୍ ହେବ। କେବଳ ଏତିକି ନୁହେଁ ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରୀର ଅନେକ ଚଳଚ୍ଚିତ୍ର ଯେମିତି କି ବିଜୟଙ୍କ 'ଲିୟୋ' ଏବଂ ନନ୍ଦାମୁରୀ ବାଲକୃଷ୍ଣଙ୍କ 'ଭଗବନ୍ତ କେଶରୀ' ମଧ୍ୟ ସେହି ସପ୍ତାହରେ ରିଲିଜ୍ ହେବ।

Bollywood Tiger Shroff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ