Advertisment

ଟାଇଗରଙ୍କ ସ୍ୱପ୍ନ ପୂରଣ ହେଲା ; ମା’ଙ୍କୁ ଦେଲେ ଏହି ଉପହାର

ବର୍ତ୍ତମାନ ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ୮ ବେଡ୍‌ରୁମ୍‌ବିଶିଷ୍ଟ ଲଗ୍ଜରୀ ଆପାର୍ଟମେଣ୍ଟ କିଣି ଚର୍ଚ୍ଚାରେ ଅଛନ୍ତି। ଏହି ଘରକୁ ସେ ତାଙ୍କ ବାପା ଜେକୀ ଶ୍ରଫ, ମା ଆୟଶା ଶ୍ରଫ ଓ ଭଉଣୀ କୃଷ୍ଣା ଶ୍ରଫ୍‌ଙ୍କ ସହ ସିଫ୍ଟ ହୋଇଯାଇଛନ୍ତି। ପୁଅର ଏଭଳି ଉପହାର ପାଇଁ କୋଉ ବାପା-ମା’ଙ୍କ ଛାତି ବା ଚଉଡା ନ ହେବ। ତେଣୁ ଟାଇଗରଙ୍କ ଏହି ଉପହାରରେ ଖୁସି ହୋଇ ବାପା ଜେକୀ ଏହି ଗିପ୍ଟର ପଛରେ ଥିବା କାହାଣୀକୁ କହିଛନ୍ତି।

Tiger Shroff and Mother

Tiger Shroff and Mother

Advertisment

ମୁମ୍ବାଇ : ବର୍ତ୍ତମାନ ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ୮ ବେଡ୍‌ରୁମ୍‌ବିଶିଷ୍ଟ ଲଗ୍ଜରୀ ଆପାର୍ଟମେଣ୍ଟ କିଣି ଚର୍ଚ୍ଚାରେ ଅଛନ୍ତି। ଏହି ଘରକୁ ସେ ତାଙ୍କ ବାପା ଜେକୀ ଶ୍ରଫ, ମା ଆୟଶା ଶ୍ରଫ ଓ ଭଉଣୀ କୃଷ୍ଣା ଶ୍ରଫ୍‌ଙ୍କ ସହ ସିଫ୍ଟ ହୋଇଯାଇଛନ୍ତି। ପୁଅର ଏଭଳି ଉପହାର ପାଇଁ କୋଉ ବାପା-ମା’ଙ୍କ ଛାତି ବା ଚଉଡା ନ ହେବ। ତେଣୁ ଟାଇଗରଙ୍କ ଏହି ଉପହାରରେ ଖୁସି ହୋଇ ବାପା ଜେକୀ ଏହି ଗିପ୍ଟର ପଛରେ ଥିବା କାହାଣୀକୁ କହିଛନ୍ତି।

Advertisment
Ayesha Shroffଆୟଶା ଶ୍ରଫ୍‌

ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଜେକୀ ଶ୍ରଫ ନିଜ ପୁଅ ଟାଇଗର ଶ୍ରଫ୍‌ଙ୍କୁ ପ୍ରଶଂସା କରି କହିଛନ୍ତି, “ଟାଇଗର ବଲିଉଡରେ ପାଦ ରଖିବା ପୂର୍ବରୁ ତା ମା ଆୟଶାଙ୍କ ପାଇଁ ଏକ ଭଲ ଘର କିଣିଦେବାର ସ୍ୱପ୍ନ ଦେଖିଥିଲା। ସେ ତା’ର ଏହି ସ୍ୱପ୍ନକୁ ପୂରା କରିବା ନେଇ ପ୍ରାଣ ପଣେ ଲାଗିଗଲା, ଶେଷରେ ପୂରା ବି କଲା। ଗୋଟିଏ ତା’ ମା ପାଇଁ କିଛି କରିବା ସତରେ ନିଆରା ଅନୁଭବ ହୋଇଥାଏ। ଟାଇଗରକୁ ବି ସେମିତି ଲାଗିଛି। ସେ ବହୁତ ଇମୋସନାଲ।”

Advertisment

ଜେକୀ ତାଙ୍କ ପୁଅ ବିଷୟରେ ଆହୁରି କହିଛନ୍ତି ଯେ “ଟାଇଗରକୁ ଜଣେ ଭଲ ମଣିଷ କରି ତିଆରି କରିବାରେ ମୋର କୌଣସି ଭୂମିକା ନାହିଁ। ତାକୁ ତା ମା’ ଆୟଶା, ଜେଜେମା ଓ ପିଉସୀ ପାଳିଛନ୍ତି। ଏହି ତିନି ଦେବୀ ହିଁ ଟାଇଗରର ଯତ୍ନ ନେଇଛନ୍ତି। କାରଣ ମୋ ପାଖରେ ସମୟ ନ ଥିଲା। ମୁ ସବୁବେଳେ କାମରେ ବ୍ୟସ୍ତ ରହୁଥିଲି। ଟାଇଗର ନିଜ କାମ ଓ ଫିଟ୍‌ନେସ୍‌କୁ ନେଇ ବହୁତ ସତର୍କ ଓ ଶୃଙ୍ଖଳିତ।”

ଜେକୀ ଆହୁରି କହିଛନ୍ତି ଯେ “ଟାଇଗରକୁ ମୁଁ ଯେତେବେଳେ ଭେଟେ ସାଧାରଣ ବାପ-ପୁଅ ଭଳି ଭେଟେ। ବ୍ୟବସାୟ ଓ କାମକୁ ନେଇ ଖୁବ୍ କମ ଆଲୋଚନା ହୁଏ। କିନ୍ତୁ ବେଳେବେଳେ ପୁଅର କାମକୁ ପ୍ରଶଂସା କରେ। ସେ ଆଜି ଯାହା ବି ହୋଇପାରିଛି ସେନେଇ ଉପରବାଲା ଓ ତା’ର ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି।”

Advertisment
Tiger Shrofଟାଇଗର ଶ୍ରଫ୍‌

ପ୍ରକାଶଥାଉ ଯେ ଟାଇଗର ମୁମ୍ବାଇର ସବୁଠାରୁ ଦାମୀ ଅଞ୍ଚଳ ଖାର୍ ୱେଷ୍ଟର ରୁସ୍ତମଜୀ ପାରାମାଉଣ୍ଟରେ ୮ ବେଡରୁମବିଶିଷ୍ଟ ଫାଟ୍ କିଣିଛନ୍ତି। ଏହା ପୂର୍ବରୁ ଶ୍ରଫ ପରିବାର କାର୍ଟର ରୋଡ୍‌ର ଏକ ବିଲ୍ଡିଂରେ ଭଡାରେ ରହୁଥିଲେ। ଟାଇଗର ବର୍ତ୍ତମାନ କିଣିଥିବା ଫ୍ଲାଟ୍‌ରେ ଜିମ୍, ଗେମ୍ସ ରୁମ୍, ସ୍ୱିମିଙ୍ଗ ପୁଲ୍ ଭଳି ଆଧୁନିକ ସୁବିଧା ରହିଛି। ସବୁଠାରୁ ବଡ କଥା ହେଲା ଏହି ଲଗ୍ଜରୀୟସ କମ୍ଲେକ୍ସରୁ ଆରବ ସାଗରର ମନୋରମ ଦୃଶ୍ୟ ସ୍ପଷ୍ଟଭାବେ ଦେଖାଯାଉଛି। ଏଠାରେ ରହୁଥିବା ବ୍ୟକ୍ତିଙ୍କୁ ବହୁତ ଭଲ ଓ ଆଲୀସାନ ସୁବିଧା ମିଳିଥାଏ।

Bollywood Tiger Shroff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ