Advertisment

Tiger 3 Teaser Out: “ଯେ ପର୍ଯ୍ୟନ୍ତ ଟାଇଗର ମରି ନାହିଁ, ସେ ପର୍ଯ୍ୟନ୍ତ ଟାଇଗର ହାରି ନାହିଁ”

ସଲମାନ ଖାନ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ 'ଟାଇଗର ୩'ର ଟିଜର୍ ରିଲିଜ୍ କରିଛନ୍ତି। ଏଥିରେ ତାଙ୍କର ଦମଦାର ଡାଏଲଗ୍ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଏହାକୁ ଦେଖିଲା ପରେ ଆପଣ ନିଶ୍ଚିତ କହିବେ ଯେ ଭାଇଜାନଙ୍କ ଆଶାର ଭାଗ୍ୟ ପୁଣି ଖୋଲିବାକୁ ଯାଉଛି।

Tiger 3 teaser out power packed action film release on diwali

Tiger 3 teaser out power packed action film release on diwali

Advertisment

ସଲମାନ ଖାନ ମଙ୍ଗଳବାର ଦିନ 'ଟାଇଗର ୩'ର ଅପଡେଟ୍‌କୁ ନେଇ ଏକ ବାର୍ତ୍ତା ଛାଡିଛନ୍ତି। ଏହା ପରଠାରୁ ସଲମାନଙ୍କ ପ୍ରଶଂସକମାନେ ସକାଳ ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଶେଷରେ ସଲମାନ ତାଙ୍କ ପ୍ରଶଂସକଙ୍କୁ 'ଟାଇଗର ୩'ର ବାର୍ତ୍ତା ଦେଇଛନ୍ତି। ସଲମାନ ତାଙ୍କ ସୋସିଆଲ ଆକାଉଣ୍ଟରେ ଫିଲ୍ମର ଏକ ଟିଜର ରିଲିଜ୍‌ କରିଛନ୍ତି। ଏଥିରେ ସେ ଦେଶବାସୀଙ୍କୁ ‘ଟାଇଗର ୩’ର ବାର୍ତ୍ତା ଦେଉଥିବାର ନଜର ଆସିଛନ୍ତି। ଦୀପାବଳିରେ ସଲମାନ ଭରପୂର ଆକ୍ସନ ସହିତ ଏକ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହୋଇଛନ୍ତି।

Advertisment

ଗତ ମଙ୍ଗଳବାର ଦିନ ସଲମାନ ଖାନ ସୋସିଆଲ ମିଡିଆରେ ଏକ ମେସେଜ୍ ଲେଖିଥିଲେ ଯେ “ମୋର ଆସନ୍ତାକାଲି ଦେବାକୁ ଏକ ମେସେଜ୍ ଅଛି। ‘ଟାଇଗର’ର ମେସେଜ୍ ୧୧ ଟାରେ।” ପ୍ରକାଶଥାଉ ଯେ ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ 'ଟାଇଗର ୩'କୁ ଆଦିତ୍ୟ ଚୋପ୍ରା ନିର୍ମାଣ କରୁଛନ୍ତି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା ଏବଂ ଚଳିତ ବର୍ଷ ଦୀପାବଳି ଅବସରରେ ଏହା ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ର ହିନ୍ଦୀ, ତେଲୁଗୁ ଏବଂ ତାମିଲରେ ମୁକ୍ତିଲାଭ କରିବ ଏବଂ ଏଥିରେ ଶାହରୁଖ ଖାନ ମଧ୍ୟ ଏକ କୈମୋରେ ନଜର ଆସିବେ।

Advertisment

ଟିଜର ଆରମ୍ଭରେ ସଲମାନ ଖାନଙ୍କ ଠାରୁ ଶୁଣିବାକୁ ମିଳୁଛି, “ମୋର ନାମ ଅବିନାଶ ସିଂହ ରାଠୋର କିନ୍ତୁ ତୁମ ସମସ୍ତଙ୍କ ପାଇଁ ମୁଁ ଟାଇଗର। ୨୦ ବର୍ଷ ଧରି ଭାରତର ସୁରକ୍ଷା ପାଇଁ ସବୁକିଛି ଦେଇଦେଲି ଏବଂ ଏହାର ପ୍ରତିବଦଳରେ କିଛି ମାଗି ନ ଥିଲେ, କିନ୍ତୁ ଆଜି ମୁଁ ମାଗୁଛି। ଆଜି ତୁମମାନଙ୍କୁ କୁହାଯାଉଛି ଯେ ଟାଇଗର ହେଉଛି ଶତ୍ରୁ, ଟାଇଗର ଜଣେ ଦେଶଦ୍ରୋହୀ… ୨୦ ବର୍ଷ ସେବା ପରେ ମୁଁ ମୋର ଚରିତ୍ର ପ୍ରମାଣପତ୍ର ମାଗୁଛି… ଯେପର୍ଯ୍ୟନ୍ତ ଟାଇଗର ମରି ନାହିଁ ସେପର୍ଯ୍ୟନ୍ତ ଟାଇଗର ହାରି ନାହିଁ।” ଟିଜରରେ ସଲମାନ ପୂରା ଆକ୍ସନ୍ ମୋଡ୍‌ରେ ନଜର ଆସିଛନ୍ତି।

Advertisment

ବଲିଉଡ୍ ଦୁନିଆରେ ସଲମାନଙ୍କ ଖରାପ ସମୟ ଚାଲିଛି। କିଛିଦିନ ହେଲା ଗୋଟିଏ ବି ହିଟ୍ ଫିଲ୍ମ ତାଙ୍କ ହାତରେ ଲାଗୁନି। ଏନେଇ ବକ୍ସ ଅଫିସରେ ଗୋଟିଏ ହିଟ୍ ଫିଲ୍ମ ଦେବାକୁ ବ୍ୟାକୁଳ ହେଉଛନ୍ତି। 'ଟାଇଗର ୩' କୁ ନେଇ ସମସ୍ତଙ୍କର ବହୁତ ଆଶା ରହିଛି। ଫିଲ୍ମର ପ୍ରଥମ ଦୁଇଟି ଭାଗ ‘ଏକ ଥା ଟାଇଗର୍‌’ ଏବଂ ‘ଟାଇଗର ଜିନ୍ଦା ହେ’ ବ୍ଲକ୍‌ବଷ୍ଟର୍‌ ବୋଲି ପ୍ରମାଣିତ ହୋଇଛି।

ସଲମାନଙ୍କ 'ଏକ ଥା ଟାଇଗର' ୩୩୪ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ସେହିପରି 'ଟାଇଗର ଜିନ୍ଦା ହେ' ୫୭୦ କୋଟି ଟଙ୍କା ଆୟ କରିଥିଲା। ଏଭଳି ପରିସ୍ଥିତିରେ 'ଟାଇଗର ୩' ସହଜରେ ୧୦୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା ରହିଛି।

Salman Khan Katrina Kaif Bollywood Tiger 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ