Advertisment

ଜଣାପଡ଼ିଲା କିଏ ସଲମାନଙ୍କୁ ଦେଇଥିଲେ ଧମକପୂର୍ଣ୍ଣ ଚିଠି, ଜେରା ବେଳେ ହେଲା ଖୁଲାସା...

ସଲମାନ୍‌ଙ୍କ ବାପା ସଲିମ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଚିହ୍ନଟ କରିଛି। ଅଭିଯୁକ୍ତ ସିଦ୍ଧେଶ ହିରାମାନ୍‌ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି।

ଅଦ୍ୟତନ ହୋଇଛି
Threat Letter To Salman Khan

Threat Letter To Salman Khan

Advertisment

ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ପଛରେ କାହାର ହାତ ଅଛି ସେସମ୍ପର୍କରେ ପୋଲିସ୍‌ ହାତରେ ସୁରାଗ ଲାଗିଛି। ସଲମାନ୍‌ଙ୍କ ବାପା ସଲିମ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଚିହ୍ନଟ କରିଛି। ଏହି ମାମଲାରେ ଅଭିଯୁକ୍ତ ସିଦ୍ଧେଶ ହିରାମାନ୍‌ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି। ମହାକାଳ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି।  

Advertisment

ମୁମ୍ବାଇ ପୋଲିସ୍‌ର ସୂଚନା ଅନୁସାରେ, ମହାକାଳ ଖୁଲାସା କରିଛି ଯେ, ଲରେନ୍ସର ସହଯୋଗୀ ବିକ୍ରମ ବରାଦ୍‌ ସଲିମଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିଲେ। ଜେଲ୍‌ରେ ଥାଇ ଲରେନ୍ସ ସଲମାନ୍‌ ଓ ତାଙ୍କ ବାପା ସଲିମଙ୍କୁ ଏହି ଧମକପୂର୍ଣ୍ଣ ଚିଠି ଲେଖିଥିଲା। ଲରେନ୍ସ ଗ୍ୟାଙ୍ଗର ୩ ଜଣ ସଦସ୍ୟ ଜାଲୋର, ରାଜସ୍ଥାନରୁ ମୁମ୍ବାଇକୁ ଆସିଥିଲେ। ଏହାପରେ ସେମାନେ ମହାକାଳକୁ ଭେଟିଥିଲେ। ଯେଉଁମାନେ ସଲିମଙ୍କୁ ଏହି ଧମକପୂର୍ଣ୍ଣ ଚିଠି ଦେଇଥିଲେ ସେମାନଙ୍କୁ କ୍ରାଇମବ୍ରାଞ୍ଚ ଚିହ୍ନଟ କରିଥିବା ପୋଲିସ୍‌ ସୂଚନା ଦେଇଛି। ଏମାନଙ୍କ ବିରୋଧରେ ପ୍ରମାଣ ମିଳିଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। 

ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିବା ଘଟଣାରେ ପଚରାଉଚରା ବେଳେ ଲରେନ୍ସ କହିଥିଲା ଯେ, ଏଥିରେ ତାର କୌଣସି ହାତ ନାହିଁ। କିଏ ଏହି ଧମକ ଦେଇଛି ସେ ସମ୍ପର୍କରେ ତାଙ୍କୁ ଜଣାନାହିଁ। ସଲମାନଙ୍କ ବିରୋଧରେ ସେ ଯାହା କିଛିବି ବୟାନ ଦେଇଥିଲେ ସେସବୁ ପୂର୍ବରୁ ଦେଇଥିଲେ। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ସଲିମ ଖାନ୍‌ଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଏକ ଚିଠି ଦେଇଥିଲେ। ଯେଉଁଥିରେ ସଲମାନଙ୍କୁ ଜୀବନରୁ ମାରିଦେବା ପାଇଁ  ଧମକ ଦିଆଯାଇଥିଲା। ଏହାପରେ ସଲିମ ନିଜ ସୁରକ୍ଷାକର୍ମୀଙ୍କ ସହାୟତାରେ ପୋଲିସ୍‌ ସହ ଯୋଗାଯୋଗ କରି ଏନେଇ ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ। 

Gangster Lawrence Bishnoi Salman Khan Threat Letter Case Bollywood Salman Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ