Advertisment

Bollywood Celebs: ଏହି ମୁସଲିମ ଅଭିନେତ୍ରୀଙ୍କୁ ହନୁମାନ ଚାଳିଶା ଶୁଣିଲେ ଶାନ୍ତି ମିଳେ, ବର୍ଷକୁ ୨ ଥର ରଖନ୍ତି ବ୍ରତ...

ବଲିଉଡରେ ଏମିତି ଜଣେ ମୁସଲିମ ଅଭିନେତ୍ରୀ ଅଛନ୍ତି, ଯିଏ ନିଜ ଧର୍ମ ଛାଡି ନାହାନ୍ତି କିନ୍ତୁ ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର ପାଠ କରନ୍ତି ଓ ଶୁଣନ୍ତି । ହନୁମାନ ଚାଳିବା ପଢିଲେ ତାଙ୍କୁ ଶାନ୍ତି ମିଳିଥାଏ ବୋଲି କୁହନ୍ତି ।

ଅଦ୍ୟତନ ହୋଇଛି
Bollywood Celebs

Bollywood Celebs

Advertisment

ବଲିଉଡରେ ଅନେକ ସେଲିବ୍ରିଟି ଅଛନ୍ତି, ଯିଏ ଭିନ୍ନ ଧର୍ମର ହୋଇ ମଧ୍ୟ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଗଭୀର ଆସ୍ଥା ରଖନ୍ତି । ସାରା ଅଲ୍ଲୀ ଖାନ, ନୁସରତ ଭରୁଚା ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଦୁହେଁ ମୁସଲିମ ଧର୍ମର ହୋଇ ବି ବାବା ଭୋଳାନାଥଙ୍କୁ ପ୍ରାର୍ଥନା କରନ୍ତି । ସାରାଙ୍କୁ ମନ୍ଦିରରେ ମଥା ଟେକିବାର ଅନେକ ସମୟରେ ଦେଖାଯାଏ । ନୁସରତ ମଧ୍ୟ ମହାଦେବଙ୍କୁ ଭକ୍ତି କରୁଥିବା ନିଜେ ଖୁଲାସା କରିଥିଲେ । ଏବେ ଏମିତି ଆଉ ଜଣେ ମୁସଲିମ ଅଭିନେତ୍ରୀ ହିନ୍ଦୁ ଧର୍ମ ପ୍ରତି ଆସ୍ଥାକୁ ନେଇ ଚର୍ଚ୍ଚାରେ...

Advertisment

ଆଜି ଆମେ ଏମିତି ଜଣେ ବଲିଉଡ ଅଭିନେତ୍ରୀଙ୍କ କଥା କହିବୁ, ଯିଏ ନିଜ ଧର୍ମ ଛାଡି ନାହାନ୍ତି କିନ୍ତୁ ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର ପାଠ କରନ୍ତି ଓ ଶୁଣନ୍ତି । ହନୁମାନ ଚାଳିବା ପଢିଲେ ତାଙ୍କୁ ଶାନ୍ତି ମିଳିଥାଏ ବୋଲି କୁହନ୍ତି । ତାଙ୍କର କହିବା କଥା, ସେ ଧାର୍ମିକ ନୁହଁନ୍ତି କିନ୍ତୁ ଆଧ୍ୟାତ୍ମିକ ଅଟନ୍ତି । ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି ବରଂ ଅକ୍ଷୟ କୁମାରଙ୍କ 'ହାଉସଫୁଲ ୫' ଫେମ୍ ନରଗିସ୍ ଫକରୀ ।

୪୫ ବର୍ଷୀୟ ନରଗିସ୍‌ଙ୍କ ଜନ୍ମ ନ୍ୟୁୟର୍କରେ ହୋଇଥିଲା । ସେ ଆମେରିକୀୟ ନାଗରିକ । ତାଙ୍କ ବାପାଙ୍କ ନାମ ମହମ୍ମଦ ଫକରୀ ଓ ମାଆ ମ୍ୟାରୀ ଫକରୀ । ଅଭିନେତ୍ରୀଙ୍କ ଆଲିୟା ଫକରୀ ନାମରେ ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି । 

Advertisment

ଅଧିକ ପଢ଼ନ୍ତୁ:ପାକିସ୍ତାନ ଲୋକଙ୍କ ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ଜାଭେଦ ଅଖତର

ନରଗିସ 'ହାଉଟରଫ୍ଲାଏ' ୟୁଟ୍ୟୁବ ଚ୍ୟାନେଲରେ ସୋହା ଅଲ୍ଲୀ ଖାନଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ, ସେ ବର୍ଷକୁ ଦୁଇ ଥର ବ୍ରତ ରଖନ୍ତି । ୯ ଦିନ ଯାଏଁ ଖାଦ୍ୟ ଖାଆନ୍ତି ନାହିଁ । କେବଳ ପାଣି ପିଅନ୍ତି । ଏହା ବହୁତ କଠିନ କିନ୍ତୁ ଏହାକୁ କରିବା ପରେ ସେ ଅଧିକ ସୁନ୍ଦର ଦେଖାଯାଆନ୍ତି । 

ଫିଲ୍ମଫେୟାରରେ ଏକ ଇଣ୍ଟରଭ୍ୟୁରେ ନରଗିସ୍ କେମିତି ନିଜ ଟେନସନ ଦୂର କରନ୍ତି ସେ ବିଷୟରେ କହିଥିଲେ । ତାଙ୍କ କହିବା କଥା, ''ମୁଁ ବହୁତ ଜପ କରେ । ମୋତେ ହନୁମାନ ଚାଳିଶା ଓ ଗାୟତ୍ରୀ ମନ୍ତ୍ର ଶୁଣିବା ପସନ୍ଦ । ଭାରତ ଆସିବାର ବହୁ ପୂର୍ବରୁ ମୁଁ ଏହାକୁ ଶୁଣି ଆସୁଛି । ଏହି ମନ୍ତ୍ର ଶୁଣିରେ ମୋତେ ଶାନ୍ତି ମିଳେ, ଚିନ୍ତା ଦୂର ହୁଏ । କେଉଁ ପ୍ରକାର ଗୀତ ଶୁଣିବା ପସନ୍ଦ ବୋଲି ଯେବେ ଲୋକମାନେ ପଚାରନ୍ତି, ମୋତେ କହିବାକୁ ଲାଜ ଲାଗେ ଯେ ମୁଁ କେବଳ ମନ୍ତ୍ରୀ ଶୁଣେ ବୋଲି...'' ।

Advertisment
Bollywood Nargis Fakhri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ