This most expensive cricket player in ipl became villain in pushpa 2
ସାଉଥ୍ ଫିଲ୍ମ ‘ପୁଷ୍ପା ୨’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବାର ଥିଲା, କିନ୍ତୁ ପୋଷ୍ଟ ପ୍ରଡକ୍ସନ୍ରେ ବିଳମ୍ବ ହେତୁ ରିଲିଜ୍ ତାରିଖ ଡିସେମ୍ବର ୬କୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ଅନେକ ସିନ୍ ପୁନଃ-ସୁଟିଂ କରାଯାଉଛି।
ଏହାରି ଭିତରେ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍ ୱାର୍ନର୍ ‘ପୁଷ୍ପା ୨’ରେ କେମୈଓ କରିବାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମେଲ୍ବୋର୍ଣ୍ଣ ୱାଟର୍ଫ୍ରଣ୍ଟ୍ରେ ସୁଟିଂର ଏକ ଫଟୋ ସାମ୍ନାକୁ ଆସିବା ପରେ ‘ପୁଷ୍ପା ୨’ରେ ୱାର୍ଣ୍ଣରଙ୍କ କେମୈଓକୁ ନେଇ ଚର୍ଚ୍ଚାର ବଜାର ପୁଣି ଥରେ ଗରମ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ଏବେ ରିଲିଜ୍ ହେବନି ‘ପୁଷ୍ପା-୨’; ଜାଣନ୍ତୁ ପରଦାକୁ ଆସୁଛି କେବେ ?
ପ୍ରକାଶଥାଉ ଯେ ଏହା ପୂର୍ବରୁ ଫିଲ୍ମ ସହିତ ଜଡିତ ଆଲୁ ଅର୍ଜୁନଙ୍କ ପୋଷ୍ଟ୍ ଉପରେ ଡେଭିଡ୍ ୱାର୍ଣ୍ଣରଙ୍କ କମେଣ୍ଟରୁ କେମୈଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ବନ୍ଧୁକ ସହିତ ୱାର୍ନର:
ମେଲବୋର୍ଣ୍ଣ ୱାଟର ଫ୍ରଣ୍ଟ୍ରେ ଡେଭିଡ ୱାର୍ନରଙ୍କ ସୁଟିଂର ଏକ ନୂଆ ଫଟୋ ‘ପୁଷ୍ପା ୨’ରେ ତାଙ୍କ କେମୈଓ ଗୁଜବକୁ ବଢାଇ ଦେଇଛି। ଖବର ଅନୁଯାୟୀ, ଡେଭିଡ୍ ୱାର୍ନର ମଙ୍ଗଳବାର ମେଲବୋର୍ଣ୍ଣ ୱାଟର ଫ୍ରଣ୍ଟ୍ରେ ପୂରା ଷ୍ଟାଇଲ୍ର ସହିତ ପହଞ୍ଚିଥିଲେ।
ଧଳା ଫୁଲ ପକା ସାର୍ଟ ଏବଂ ପ୍ୟାଣ୍ଟ୍ ପିନ୍ଧି ୱାର୍ନର ଗୋଟିଏ ହାତରେ ଲଲିପପ୍ ଏବଂ ଅନ୍ୟ ହାତରେ ସୁନେଲି ବନ୍ଧୁକ ଧରି ହେଲିକପ୍ଟରରୁ ଓହ୍ଲାଇଥିବାର ନଜର ଆସିଥିଲେ। ସୁଟିଂ ସମୟରେ ଡେଭିଡ୍ ୱାର୍ନର କିଛି ଲୋକଙ୍କ ସହ ମୁହାଁମୁହିଁ ହେବା ବେଳେ ସୁନେଲି ବନ୍ଧୁକ ବ୍ୟବହାର କରୁଥିବା ଦେଖିବାକୁ ମିଳେ।
ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉପ-ମହାଦ୍ୱୀପୀୟ ଫିଲ୍ମ କ୍ରୁଙ୍କ ଉପସ୍ଥିତି ବଲିଉଡର ଏକ ସମ୍ଭାବ୍ୟ ସଂଯୋଗକୁ ସୂଚାଉଛି। ତେବେ ଆଲୋଚନାକୁ ନେଇ ‘ପୁଷ୍ପା ୨’ର ନିର୍ମାତା କିମ୍ବା ଡେଭିଡ୍ ୱାର୍ନରଙ୍କ ତରଫରୁ ସେପରି କୌଣସି ଉତ୍ତର ମିଳି ନାହିଁ।
ଅଧିକ ପଢ଼ନ୍ତୁ: Song Released: 'ପୁଷ୍ପା ୨'ର ଦ୍ୱିତୀୟ ଗୀତ ରିଲିଜ୍; ଜମୁଛି ଅଲୁ-ରଶ୍ମିକା କେମେଷ୍ଟ୍ରୀ
କେଉଁଠୁ ଆରମ୍ଭ ହେଲା ଚର୍ଚ୍ଚା:
ତେବେ ‘ପୁଷ୍ପା ୨’ରେ ଡେଭିଡ’ ୱାର୍ନରଙ୍କ କେମୈଓକୁ ନେଇ ଆଲୋଚନା ବହୁ ପୂର୍ବରୁ ଆରମ୍ଭ ହୋଇଛି। ‘ପୁଷ୍ପା ୨’ ସହ ଜଡିତ ଅଲୁ ଅର୍ଜୁନଙ୍କ ଏକ ପୋଷ୍ଟ ଉପରେ ଡେଭିଡ୍ ୱାର୍ନରଙ୍କ ମନ୍ତବ୍ୟରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ଅଲୁ ଅର୍ଜୁନ ଫିଲ୍ମର ପୂର୍ବ ରିଲିଜ୍ ତାରିଖ ଘୋଷଣା କରିଥିଲେ, ସେତେବେଳେ ଡେଭିଡ୍ ୱାର୍ନର ଏହି ପୋଷ୍ଟରେ ମନ୍ତବ୍ୟ ଦେବାରେ ନିଜକୁ ଅଟକାଇ ପାରି ନ ଥିଲେ।
ସ୍ମାଇଲିଂ ଇମୋଜି ସହିତ ସେ ଏକ ଅତିଥି ଭୂମିକାରେ ଥିବା ମନ୍ତବ୍ୟରେ ଲେଖିଥିଲେ। ସମ୍ପ୍ରତି, ଆଇପିଏଲ୍ ୨୦୨୪ରେ ଶ୍ରୀବଲୀରେ ଡ୍ୟାନ୍ସ କରୁଥିବା ୱାର୍ନରଙ୍କ ଭିଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା। ‘ପୁଷ୍ପା’ର ସଂଳାପରେ ସେ ଏକ ରିଲ୍ ତିଆରି କରିଥିବାର ମଧ୍ୟ ନଜର ଆସିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726823595.jpg)