Advertisment

ବିମାନ ଦୁର୍ଘଟଣାରୁ ବଞ୍ଚିଗଲେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଆଗଧାଡିର ଅଭିନେତ୍ରୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତ୍ରୀ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ଜଣେ ଅଭିନେତ୍ରୀ ବିମାନ ଭିତରୁ ଏକ ଫଟୋ ଶେୟାର କରି କହିଥିଲେ ଯେ ସେ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା କିନ୍ତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

These two south actresses escaped death

These two south actresses escaped death

Advertisment

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଅଭିନେତ୍ରୀ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ଜଣେ ଅଭିନେତ୍ରୀ ବିମାନ ଭିତରୁ ଏକ ଫଟୋ ଶେୟାର କରି କହିଥିଲେ ଯେ ସେ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା କିନ୍ତୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

Advertisment

ନ୍ୟାସ୍‌ନାଲ୍‌ କ୍ରସ୍ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ସେହି ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ଘଟଣା କାରଣରୁ ଅଭିନେତ୍ରୀ ଏବଂ ବିନାନରେ ଥିବା ଅନ୍ୟ ଯାତ୍ରୀମାନେ ବହୁତ ଡରି ଯାଇଥିଲେ।

ରଶ୍ମିକା ନିଜେ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ଦେଇ କହିଥିଲେ ଯେ ସେ ମୃତ୍ୟୁରୁ ରକ୍ଷା ପାଇଛନ୍ତି। ବିମାନରେ ବସିଥିବା ସମୟରେ ରଶ୍ମିକା ଏକ ଫଟୋ ଶେୟାର କରିଥିଲେ। ଦେଖୁ ଦେଖୁ ଏହା ଭାଇରାଲ୍ ହୋଇଥିଲ। ଏହା ପରେ ପ୍ରଶଂସକମାନେ ଅଭିନେତ୍ରୀ ଏବଂ ଅନ୍ୟ ଯାତ୍ରୀମାନଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।

Advertisment

ସୂଚନା ମୁତାବକ ରଶ୍ମିକା ମନ୍ଦନା ଶ୍ରଦ୍ଧା ଦାସଙ୍କ ସହ ଯାତ୍ରା କରୁଥିଲେ। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରଶ୍ମିକା ଶ୍ରଦ୍ଧାଙ୍କ ସହ ଏକ ସେଲ୍‌ଫି ଶେୟାର କରି ଲେଖିଛନ୍ତି, “କେବଳ ଆପଣଙ୍କ ସୂଚନା ପାଇଁ, ଆଜି ଆମେ ଏମିତି ମୃତ୍ୟୁରୁ ରକ୍ଷା ପାଇଲୁ ..”।

ରିପୋର୍ଟ ଅନୁଯାୟୀ ଏହି ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ରହିଥିଲା, ଯେଉଁଥିପାଇଁ ବିମାନରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ।

Advertisment

ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ବିମାନଟି ଉଡିବାର ୩୦ ମିନିଟ୍‌ ପରେ ମୁମ୍ବାଇ ଫେରିଥିଲା, ଯାହା ଦ୍ୱାରା ଏଥିରେ ଥିବା ବୈଷୟିକ ତ୍ରୁଟି ଯାଞ୍ଚ କରାଯାଇପାରିବ। ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ରଶ୍ମିକା ଶେୟାର କରିଥିବା ଫଟୋରେ ସେ ଏବଂ ଅଭିନେତ୍ରୀ ଶ୍ରଦ୍ଧା ଦାସ ହସୁଥିବା ଦେଖିବାକୁ ମିଳେ। ସେ କ୍ୟାପ୍‌ସନ୍‌ରେ ଏକ ସ୍ମାଇଲ୍ ଇମୋଜି ମଧ୍ୟ ଯୋଡିଛନ୍ତି।

ପ୍ରକାଶଥାଉକି ତେଲୁଗୁ, ତାମିଲ୍‌ ଏବଂ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା ଦାସ ଅନ୍ୟତମ। ରଶ୍ମିକା ମନ୍ଦନା ପୁଷ୍ପା: ଦି ରାଇଜ୍ ମାଧ୍ୟମରେ ସାଉଥ୍ ତଥା ନର୍ଥରେ ଖୁ ଲୋକପ୍ରିୟତା ହାସଲ କରିଛନ୍ତି। ଆଜିକାଲି ସେ ଫିଲ୍ମ 'ଆନିମଲ୍'ର ସଫଳତାକୁ ଉପଭୋଗ କରୁଛନ୍ତି। ଏଥିରେ ତାଙ୍କୁ ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ସନ୍ଦୀପ ରେଡ୍ଡୀ ଭଙ୍ଗା।

Rashmika Mandanna South Indian Stars South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ