Advertisment

Year Ender 2023: ଆସି ନ ଥିଲେ ଏହି ୫ ଫିଲ୍ମ, ଆଜି ବଲିଉଡ୍‌ର ଅବସ୍ଥା କ’ଣ ଯେ ହୋଇଥାନ୍ତା!

ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର ପକେଇବା।

ଅଦ୍ୟତନ ହୋଇଛି
ଏମିତି ଥିଲା ୨୦୨୩ ! କେତେବେଳେ ଖୁସିରେ ଛାତି ଫାଟୁଥିଲା ତ କେବେ କୋହରେ ରୁନ୍ଧି ହେଉଥିଲା...

The top 5 films of 2023 changed the fortunes of bollywood

Advertisment

ବୟକଟ୍ ଧାରା ମଧ୍ୟରେ ୨୦୨୩ ଆରମ୍ଭ ପର୍ଯ୍ୟନ୍ତ ବଲିଉଡ ଜଗତ ସଂଘର୍ଷ କରୁଥିଲା। ଅନେକ ଫିଲ୍ମ ଫ୍ଲପ୍ ହେବାରେ ଲାଗିଥିଲା। ଏହାତି ଭିତରେ କିଛି କଳାକାର ଆଉ ନିର୍ଦ୍ଦେଶକ ବଲିଉଡ୍‌କୁ ଉଠେଇବା ପାଇଁ ଅଣ୍ଟା ଭିଡିଥିଲେ। ଏହିମାନଙ୍କ ଯୋଗୁଁ ଆଜି ବଲିଉଡ୍ ପୁଣିଥରେ ନିଜ ସ୍ଥାନ ଫେରିପାଇଛି।

Advertisment

ଏମିତି ଅନେକ ଫିଲ୍ମ ଆସିଛି ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଛି। ଏହାରି ମଧ୍ୟରେ ବର୍ଷ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ୫ଟି ଫିଲ୍ମ ଅଛି ଯାହା ବଲିଉଡର ରୋଜଗାରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହାପୂର୍ବରୁ ବଲିଉଡ ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତିକରୁଥିଲା। ତେବେ ଆସନ୍ତୁ ୨୦୨୩ର ଏହି ଟପ୍ ୫ଟି ଫିଲ୍ମ ଉପରେ ନଜର ପକେଇବା।

ଜବାନ:

ଶାହରୁଖ ଖାନଙ୍କ କ୍ୟାରିୟରରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ 'ଜବାନ' ପ୍ରଥମ ସ୍ଥାନ ଅଧିକାର କରିଛି। ୩୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ସେପ୍ଟେମ୍ବର ୭ରେ ରିଲିଜ୍ ହୋଇଥିବା ବେଳେ ଭାରତରେ ୬୪୦ କୋଟି ରୋଜଗାର କରିଥିବା ସାରା ବିଶ୍ୱରେ ୧୧୬୦ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରରେ ଶାଗରୁଖଙ୍କ ବ୍ୟତୀତ ନୟନ୍ତରା, ବିଜୟ ସେତୁପତି, ଦୀପିକା ପାଦୁକୋନ, ପ୍ରିୟାମଣି ଏବଂ ସାନ୍ୟା ମାଲହୋତ୍ରା ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

Advertisment

ପଠାନ୍:

ବଲିଉଡ୍‌ର କିଙ୍ଗ୍‌ ଖାନ ଯଥା ଶାହରୁଖ ଖାନଙ୍କ ଅଭିନୀତ 'ପଠାନ' ମଧ୍ୟ ଚଳିତ ବର୍ଷ ଏକ ବ୍ଲକବଷ୍ଟର ହୋଇଛି। ୨୨୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ କେବଳ ଭାରତରେ ୫୪୩ କୋଟି ରୋଜଗାର କରିଥିବା ବେଳେ ସାରା ବିଶ୍ୱରେ ୧୦୫୫ କୋଟି ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଶାହରୁଖ ଦୀର୍ଘ ୪ ବର୍ଷ ପରେ ପରଦାକ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଫିଲ୍ମ ୨୫ ଜାନୁଆରୀରେ ପ୍ରେକ୍ଷାଳୟକୁ ଆସିଥିଲା।

ଗଦର ୨:

ଧୂଆଁଦାର ରୋଜଗାର କରିବା ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଆଉ ଏକ ହିନ୍ଦୀ ଫିଲ୍ମ ହେଲା 'ଗଦର ୨'। ରୋଜଗାର ଦୃଷ୍ଟିରୁ ଏହା ସର୍ବକାଳୀନ ବ୍ଲକବଷ୍ଟର ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି। ୬୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ଭାରତରେ ୫୨୫ କୋଟି ଏବଂ ସାରା ବିଶ୍ୱରେ ୬୮୬ କୋଟି ଟଙ୍କା ଆୟ କରିଛି। ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ 'ଗଦର ୨' ୨୦୦୧ର ଫିଲ୍ମ 'ଗଦର: ଏକ ପ୍ରେମ କଥା' ର ସିକ୍ୱେଲ ହୋଇଥିବା ବେଳେ ଏହା ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିଲା।

Advertisment

ଆନିମଲ୍:

ଆଜିକାଲି ସିନେମା ହଲ୍‌ରେ କେବଳ ଗୋଟିଏ ଫିଲ୍ମ ହଙ୍ଗାମା କରୁଛି ଏବଂ ତାହା ହେଉଛି ରଣବୀର କପୁରଙ୍କ ଅଭିନୀତ ‘ଆନିମଲ୍’। ୨୦୨୩ ଶେଷ ସୁଦ୍ଧା ରିଲିଜ୍ ହୋଇଥିବା ଏହି ଫିଲ୍ମ ରଣବୀର କପୁରଙ୍କ ଭାଗ୍ୟ ବଦଳାଇ ଦେଇଛି। ଫିଲ୍ମ ୦୧ ଡିସେମ୍ବରରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ରିଲିଜ ହେବା ପରଠାରୁ ବକ୍ସ ଅଫିସକୁ ଦୋହଲାଇ ଦେଇଛି।

୧୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ମାତ୍ର ୮ ଦିନ ମଧ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଭାରତରେ ୬୧୭.୫୫ କୋଟି ପାର୍ କରିଥିବା ବେଳେ ସାରା ବିଶ୍ୱରେ ୮୬୪ କୋଟି ଟଙ୍କା ପରେ ରୋଜଗାର କରିଛି। ବର୍ତ୍ତମାନ ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଉଛି।

ଟାଇଗର ୩:

୨୦୨୩ର ଟପ୍-୫ ଫିଲ୍ମରେ ସଲମାନ ଖାନଙ୍କ 'ଟାଇଗର ୩' ମଧ୍ୟ ରହିଛି। ସଲମାନ ଖାନଙ୍କ ଟାଇଗର -୩ ଭାରତରେ ୩୪୨ କୋଟି ଟଙ୍କା ରୋଜଗାର କରିଛି। ମୋଟ ଉପରେ ଏହି ଫିଲ୍ମ ୪୬୨ କୋଟିରୁ ଅଧିକ ଆୟ କରିଛି।

Salman Khan Bollywood Ranbir Kapoor Sunny Singh Sunny Deol Shahrukh Khan Year Ender 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ