Advertisment

ବଡ଼ ପରଦାରେ ଭାରତୀୟ ଦେଖିଲେ, କାହିଁକି ରାତାରାତି ଜନ୍ମ ମାଟି ଛାଡ଼ିଥିଲେ କାଶ୍ମୀର ପଣ୍ଡିତ...

କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍‌ ଫିଲ୍ମ ‘The Kashmir Files’।

ଅଦ୍ୟତନ ହୋଇଛି
The Kashmir Files Movie

The Kashmir Files Movie

Advertisment

କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍‌ ଫିଲ୍ମ ‘The Kashmir Files’। ଫିଲ୍ମ ରିଲିଜ୍‌ ହେଉ ହେଉ ଫିଲ୍ମକୁ ସାରା ଦେଶରେ ଚର୍ଚ୍ଚା। 

Advertisment

କାଶ୍ମୀର ପଣ୍ଡିତଙ୍କ ଉପରେ ବର୍ବରଚିତ ହମ୍‌ଲା...ନିଜ ଜନ୍ମଭୂମିରୁ ବିତାଡ଼ିତ କରିବାର ସେହି କଷ୍ଟ...ସ୍ୱାଧୀନ ଭାରତ ଇତିହାସର ଏହି କଳା କାହାଣୀକୁ ନେଇ ଫିଲ୍ମ ‘The Kashmir Files’ ରିଲିଜ୍ ହୋଇଛି। ପ୍ରଥମ ଦିନ ଜବରଦସ୍ତ ଓପନିଂ କରିବା ସହ ଲୋକଙ୍କୁ ବଡ଼ ପରଦା ଆଡ଼କୁ ଟାଣି ଆଣିଛି। ରିଲିଜ୍‌ର ଦିନକ ଭିତରେ ସାରା ଦେଶରେ ଚହଳ ସୃଷ୍ଟି କରିଛି ଏହି ଫିଲ୍ମ। ଅଭିନେତା ଅନୁପମ୍ ଖେର ଓ  ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଛୁଟୁଛି ପ୍ରଶଂସାର ସୁଅ। ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫିଲ୍ମକୁ ନେଇ ବିବେକଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି।

ଫିଲ୍ମ ‘କାଶ୍ମୀର ଫାଇଲସ୍‌’ରେ ଭେଟେରାନ୍ ଅନୁପମ୍ ଖେର, ମିଥୁନ୍ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀଙ୍କ ସମେତ ଅନେକ ନବାଗତ ଅଭିନେତା ଅଭିନୟ କରିଛନ୍ତି। ଅନୁପମ୍ ଖେର ପୁଷ୍କରନାଥ ପଣ୍ଡିତଙ୍କ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ସମ୍ମୁଖରେ ଆତଙ୍କବାଦୀମାନେ ପୁଅ, ବୋହୂ, ନାତିଙ୍କୁ ହତ୍ୟା କରିଥିଲେ। ସାରା ଜୀବନ ସେ କାଶ୍ମୀର ଫେରିବାକୁ ଚେଷ୍ଟା କରି ବି ଯାଇପାରିନଥିଲେ। ଏହାରି ମଧ୍ୟରେ କିଛି ସତ ଘଟଣା ଯେପରି ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟର ଆଜାଦୀ ସ୍ଲୋଗାନ୍, ଛାତ୍ର ରାଜନୀତିରେ କାଶ୍ମୀର ପ୍ରସଙ୍ଗ, ଜଷ୍ଟିସ୍ ନୀଳକଣ୍ଠ ଗଙ୍ଗୋ ହତ୍ୟା, କାଶ୍ମୀର ରାଜନୀତିର ପ୍ରମୁଖ କିଛି ଚେହେରାକୁ ବି ଫିଲ୍ମରେ ଅତି ସ୍ପଷ୍ଟବାଦୀ ଢଙ୍ଗରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପ୍ରଦର୍ଶନ କରିଛନ୍ତି।

Advertisment

ଗତକାଲି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସିନେମାକୁ ନେଇ ଭୁରୀ ଭୁରୀ ପ୍ରଂଶସା କରିଥିଲେ। ଏହାପୂର୍ବରୁ ୨୦୧୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ବିବେକ ଅଗ୍ନିହୋତ୍ରୀ ତାସକେଣ୍ଟ ଫାଇଲସ୍ ନିର୍ମାଣ କରିଥିଲେ। ସିନେମାକୁ ଯେତେ ପ୍ରଶଂସା ମିଳିଥିଲା ଦର୍ଶକଙ୍କ ମଧ୍ୟରେ ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବି ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। 

Anupam Kher Filmmaker Vivek Agnihotri The Kashmir Files Film The Kashmir Files
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ