Advertisment

‘RRR’, ‘ରାଧେଶ୍ୟାମ’କୁ ପଛରେ ପକେଇ ଆଗରେ ‘ଦ କାଶ୍ମୀର ଫାଇଲ୍ସ’

‘ଦ କାଶ୍ମୀର ଫାଇଲ୍ସ’ କମ୍ ବଜେଟ୍‌ରେ ସିନା ହୋଇଛି ନିର୍ମାଣ କିନ୍ତୁ ବଡ ବଡ ଫିଲ୍ମକୁ ବି ପକେଇଲାଣି ପଛରେ। ମାତ୍ର ୪ ଦିନରେ ଉଠେଇଦେଲାଣି ଲାଭ।

ଅଦ୍ୟତନ ହୋଇଛି
The Kashmir Files IMDb rating no-1

The Kashmir Files IMDb rating no-1

Advertisment

ମୁମ୍ବାଇ: ୩.୫୫ କୋଟି ବଜେଟ୍‌ରେ ନିର୍ମିତ ‘ଦ କାଶ୍ମୀର ଫାଇଲ୍ସ’ର IMDb ରେଟିଂ ୧୦/୧୦ ରହିଛି ଯାହା ଅନେକ ବଡ ବଡ ଫିଲ୍ମକୁ ପରାସ୍ତ କରିଛି। IMDb ରେଟିଂରେ ପ୍ରଭାସ ଏବଂ ପୂଜା ହେଗ୍‌ଡେ ଷ୍ଟାରର୍ ‘ରାଧେଶ୍ୟାମ’ ୧୦ରୁ ୭.୨ ରହିଛି ଯାହାକୁ ରାଧା କୃଷ୍ଣ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ବଜେଟ୍ ପାଖାପାଖି ୩୫୦କୋଟି ରହିଛି।

Advertisment

ଏହାସହିତ, ରାମଚରଣ, ଏନ୍‌ଟିଆର୍‌, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍‌ ଷ୍ଟାରର RRR ର IMDb ରେଟିଂ ୯/୧୦ ରହିଛି, ଯାହାକୁ ଏସ୍ ରାଜାମୌଲି ୪୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ କରିଛନ୍ତି। ଏହା ବ୍ୟତୀତ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଗଙ୍ଗୁବାଇ କାଠିଆୱାଡି’ର IMDb ରେଟିଂ ୭/୧୦ ଥିବାବେଳେ ଏଥିରେ ଆଲିଆ ଭଟ୍ଟଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଛି। 'ଦ କାଶ୍ମୀର ଫାଇଲ୍ସ’ କେଜିଏଫ୍ ଚାପ୍ଟର୍‌ ୨ ସମେତ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।

ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଦ କାଶ୍ମୀର ଫାଇଲ୍ସ’ ତାଙ୍କର ଡେବ୍ୟୁ ଫିଲ୍ମ ହୋଇଥିଲେ ବି ଆରମ୍ଭରୁ ସେ ଦେଶର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ହୋଇପାରିଛନ୍ତି। ଏହାକୁ ତେଲୁଗୁ ନିର୍ମାତା ଅଭିଷେକ ଅଗ୍ରୱାଲ ଜି ଷ୍ଟୁଡିଓ ସହିତ ମିଳିତ ଭାବରେ ମାତ୍ର ୩.୫୫ କୋଟି ବଜେଟ୍‌ରେ ପ୍ରସ୍ତୁତ କରିଛନ୍ତି। ଏହା ପ୍ରଥମେ କେବଳ ୭୦୦ ସ୍କ୍ରିନ୍‌ରେ ରିଲିଜ୍ ହୋଇଥିଲା କିନ୍ତୁ ଯେତେବେଳେ ଲୋକମାନେ ଏହାକୁ ପ୍ରଶଂସା କରିଲେ, ବର୍ତ୍ତମାନ ଏହାକୁ ୨୦୦୦ ସ୍କ୍ରିନ୍‌ରେ ଦେଖିବାକୁ ମିଳିଛି।

Advertisment

ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ଦ କାଶ୍ମୀର ଫାଇଲ୍ସ’ ଏହାର ବଜେଟ୍ ଠାରୁ ଢେର ଅଧିକ କଲେକ୍ସନ କରିସାରିଛି। ଏହି ଫିଲ୍ମରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ ଏବଂ ଚିନ୍ମୟ ମଣ୍ଡଲେକରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳେ। ଏହି ଫିଲ୍ମ ମାଧ୍ୟମରେ ୯୦ ଦଶକର କାଶ୍ମୀରୀ ପଣ୍ଡିତ, ହିନ୍ଦୁମାନଙ୍କ ନରହତ୍ୟା ଏବଂ ନିର୍ବାସିତର କାହାଣୀକୁ ଦର୍ଶକଙ୍କ ସମ୍ମୁଖରେ ରଖାଯାଇଛି।

ନିର୍ଦ୍ଦେଶକ କହିଛନ୍ତି ଯେ କାଶ୍ମୀର ହତ୍ୟାକାଣ୍ଡ ସମୟରେ କାଶ୍ମୀରୀ ପଣ୍ଡିତଙ୍କ ନିର୍ବାସନକୁ ପରଦାରେ ଦେଖେଇବା ନେଇ ସାହସ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି ଓ ଆଶୀର୍ବାଦ ଦେଇଛନ୍ତି। ଏହି ଫିଲ୍ମକୁ ହରିୟାଣା ଏବଂ ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଛି।

Advertisment
Bollywood The Kashmir Files
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ