Advertisment

'ଆଦିପୁରୁଷ'ରେ ହନୁମାନଙ୍କ ସଂଳାପ ଶୁଣି ରାଗିଲେ ଦର୍ଶକ; କହିଲେ….

ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି। 'ଆଦିପୁରୁଷ' ଏବେ ଦର୍ଶକଙ୍କ ସାମ୍ନାରେ। ଓମ୍ ରାଓତଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା ଏବଂ ଆଜି ଏହା ଦର୍ଶକଙ୍କ ପାଖରେ ପହଞ୍ଚିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

ଅଦ୍ୟତନ ହୋଇଛି
The dialouge oh hanuman in adipurush not satisfied by audience

The dialouge oh hanuman in adipurush not satisfied by audience

Advertisment

ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି। 'ଆଦିପୁରୁଷ' ଏବେ ଦର୍ଶକଙ୍କ ସାମ୍ନାରେ। ଓମ୍ ରାଓତଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା ଏବଂ ଆଜି ଏହା ଦର୍ଶକଙ୍କ ପାଖରେ ପହଞ୍ଚିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

Advertisment

କେହି କେହି ଫିଲ୍ମକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ଅସ୍ୱୀକାର କରୁଛନ୍ତି। ତେବେ ପ୍ରଭାସ ଏବଂ କୃତି ସାନନଙ୍କ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ତେବେ ଫିଲ୍ମର VFX ଏବଂ ସଂଳାପ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।

‘ଆଦିପୁରୁଷ’କୁ ନେଇ ଅନେକ ହାଇପ୍ ସୃଷ୍ଟି ହୋଇଥିଲା ଏବଂ ଏହା ମଧ୍ୟ ଫଳ ଦେଇଥିଲା। ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ଅନେକ ବଡ ବଡ ସିନେମା ହଲ୍‌ରେ ବୁକିଂ ଫୁଲ୍ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମ ଦର୍ଶକଙ୍କ ସାମ୍ନାରେ ଅଛି ଏବଂ ଆଶାନୁସାରେ ଏହା ପ୍ରଭାବିତ କରିପାରି ନାହିଁ। ବିଶେଷକରି ଫିଲ୍ମର ସଂଳାପ ଲୋକମାନଙ୍କୁ ପ୍ରଭାବିତ କରିପାରି ନାହିଁ। ଫିଲ୍ମରେ 'ହନୁମାନ'ଙ୍କ ଏକ ସଂଳାପ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଯଦି କୌଣସି ଫିଲ୍ମ ଏକ ଧାର୍ମିକ ପୃଷ୍ଠଭୂମିରେ ନିର୍ମିତ ହୁଏ, ତେବେ ନିଶ୍ଚିତ ଭାବରେ ଭାଷାର ଗମ୍ଭୀରତା ଆବଶ୍ୟକ ଥାଏ। କିନ୍ତୁ ଓମ୍ ରାଓତ ଏହାକୁ ଅଣଦେଖା କରିବା ଭଳି ମନେ ହେଉଛି ଏବଂ ଦର୍ଶକଙ୍କୁ ହଜମ ହେଉ ନଥିବା ସଂଳାପ 'ହନୁମାନ'ଙ୍କୁ ଦେଇଛନ୍ତି।

ଫିଲ୍ମରେ ସଂଳାପ ଅଛି, “ଜୋ ହମାରି ବହନି କୋ ହାଥ୍‌ ଲାଗାଏଙ୍ଗେ, ଉନ୍‌କୀ ଲଙ୍କା ଲଗା ଦେଙ୍ଗେ…”, “କପଡା ତେରେ ବାପ୍‌ କା, ଆଗ୍‌ ତେରେ ବାପ୍‌ କି, ତେଲ ତେରେ ବାପ୍‌ କା, ଜଲେଗି ଭୀ ତେରେ ବାପ କି…।” ଲୋକମାନେ ଯେତେବେଳେ ଏଭଳି ସଂଳାପ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। କଳ୍ପନା ବାହାରେ ଭାଷାର ବ୍ୟବହାର ଦେଖି ଲୋକମାନେ 'ଆଦିପୁରୁଷ'କୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି |

Advertisment

ଓମ ରାଓତଙ୍କ ବଲିଉଡ ତଡ୍‌କେ ଫିଲ୍ମ 'ଆଦିପୁରୁଷ' ଦେଖି ଲୋକମାନେ ସୋସିଆଲ ମିଡିଆରେ ଫିଲ୍ମର ସଂଳାପକୁ ନେଇ ଖରାପ ଟ୍ରୋଲ୍‌ କରୁଛନ୍ତି। ଜଣେ ଲେଖିଛନ୍ତି, “ଆଦିପୁରୁଷ ଦେଖିବା ପରେ 'ରାମାନନ୍ଦ ସାଗରଙ୍କ' ରାମାୟଣ ପ୍ରତି ସମ୍ମାନ ବୃଦ୍ଧି ପାଇଛି। ଆଉ ଜଣେ ପ୍ରତିକ୍ରିୟା ଦେଇ କହିଛନ୍ତି, “ ହନୁମାନଜୀଙ୍କ ପାଇଁ ଏନେଇ ସିଟ୍ ରିଜର୍ଭ କରାଯାଇଥିଲା, ସେ ଏଭଳି ସଂଳାପ ଶୁଣିବାକୁ ଆସିବେ।”

Bollywood Adipurush
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ