thalapathy vijay 20 year old movie re-released
ଆଜିକାଲି ବକ୍ସ ଅଫିସ୍ରେ ସିନେମା ପ୍ରେମୀମାନେ ଦେଖିବା ପାଇଁ ବଡେ ମିୟାଁ ଛୋଟେ ମିୟାଁ, ମୈଦାନ, ଆଭେଶନ, ଭର୍ଷାନଗଲକ୍କୁ ଶେଷମ୍, ରୋମିଓ, ଦୋ ଔର୍ ଦୋ ପ୍ୟାର୍ ଔର୍ ଲଭ୍ ସେକ୍ସ ଏବଂ ଧୋକା ୨ ଭଳି ଚଳଚ୍ଚିତ୍ର ରହିଛି। ଏଠାରେ କିନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ ସିନେମା ହଲ୍ରେ ଏତେସବୁ ନୂଆ ଫିଲ୍ମ ଥାଉ ଥାଉ ପୁରୁଣା ଫିଲ୍ମ ରିଲିଜ୍ ହୋଇଛି।
ନିକଟରେ ସାଉଥ୍ ସୁପରଷ୍ଟାର ଥଲାପତି ବିଜୟଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହା କେବଳ ନୂଆ ଚଳଚ୍ଚିତ୍ର ରୋଜଗାରକୁ ପଛରେ ପକେଇ ଦେଇନି ବରଂ ଏକ ନୂଆ ରେକର୍ଡ ମଧ୍ୟ ଭାଙ୍ଗିଛି। ଏହାଛଡା ଏହା ପ୍ରେକ୍ଷାଳୟରେ ଭିନ୍ନ ଉତ୍ସବର ପରିସ୍ଥିତି ସୃଷ୍ଟି କରିଛି।
ଧରାନୀଙ୍କ ନିର୍ଦ୍ଦେଶିତ ବିଜୟ, ତ୍ରିଷା କୃଷ୍ଣନ୍ ଏବଂ ପ୍ରକାଶ ରାଜଙ୍କ ଅଭିନୀତ ‘ଘିଲ୍ଲୀ’ ୨୦୦୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ସେତେବେଳେ ୮ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏହି ଫିଲ୍ମ କେବଳ ୫୦ କୋଟି ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି ନ ଥିଲା ବରଂ ଏହା ୨୦୦ ଦିନ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରହିଥିଲା।
କୁହାଯାଉଛି ଯେ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦ କୋଟି ଟଙ୍କା ରୋଜଗାର କରିଛି। ତେବେ ଅଫିସିଆଲ୍ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ଏପ୍ରିଲ ୨୦ରେ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକର ସଂଗ୍ରହ କେବଳ ୧ ରୁ ୨ କୋଟି ମଧ୍ୟରେ ଥିଲା।
ସୂଚନାଯୋଗ୍ୟ ଯେ ବିଜୟ ରାଜନୀତିରେ ପ୍ରବେଶ କରିଛନ୍ତି, ଏହା ପରେ ତାଙ୍କ ପ୍ରତି ପ୍ରଶଂସକଙ୍କ ଧ୍ୟାନ ବହୁତ ବୃଦ୍ଧି ପାଇଛି। ଏହି କାରଣରୁ ପ୍ରଶଂସକମାନେ ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ, ବିଜୟଙ୍କ ଅଭିନୀତ ‘ଗୋଟ୍ ଗ୍ରେଟେଷ୍ଟ୍ ଅଫ୍ ଅଲ୍ ଟାଇମ୍’ ପାଇଁ ଅପେକ୍ଷା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713691642.jpg)