Advertisment

Animal: ‘ଆନିମଲ୍’ ପରି ଫିଲ୍ମ ସମାଜ ପାଇଁ ଏକ ରୋଗ; ସାଂସଦ ରଂଜିତ ରଂଜନ

'ଆନିମଲ୍'ରେ ରଣବୀର କପୁରଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି ସତ ହେଲେ ଫିଲ୍ମକୁ ମଧ୍ୟ ଅନେକ ସମାଲୋଚନା କରାଯାଉଛି। ଫିଲ୍ମରେ ଦେଖାଯାଇଥିବା ମହିଳାଙ୍କ ପ୍ରତି ହିଂସା ଏବଂ ଅପମାନକୁ ନେଇ ବିରୋଧ କରାଯାଉଛି। ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯାହା ବିବାଦୀୟ ମଧ୍ୟ। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ?

Ten most controversial scene in animal

Ten most controversial scene in animal

Advertisment

ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' ଏବେ ସବୁ ସିନେମା ହଲ୍‌କୁ କାବୁକରି ରଖିଛି। ଫିଲ୍ମର ଝଡ଼ ବକ୍ସ ଅଫିସରେ ଜାରି ରହିଛି। ଫିଲ୍ମ ଦେଖି ଫେରୁଥିବା ଦର୍ଶକମାନେ ଫିଲ୍ମକୁ ନେଇ ନାନା ପ୍ରକାରର ଚର୍ଚ୍ଚା କରୁଛନ୍ତି। ସୋସିଆଲ ମିଡିଆରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଏହି ଆଲୋଚନା ଜାରି ରହିଛି। ରଣବୀର କପୁରଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି ସତ ହେଲେ ଫିଲ୍ମକୁ ମଧ୍ୟ ଅନେକ ସମାଲୋଚନା କରାଯାଉଛି।

Advertisment

ତେବେ ଏହି ଫିଲ୍ମରେ ଦେଖାଯାଇଥିବା ମହିଳାଙ୍କ ପ୍ରତି ହିଂସା ଏବଂ ଅପମାନକୁ ନେଇ ବିରୋଧ କରାଯାଉଛି। ଏହି ଫିଲ୍ମର ପ୍ରସଙ୍ଗ ରାଜ୍ୟସଭାରେ ମଧ୍ୟ ଉଠିଛି। କଂଗ୍ରେସ ସାଂସଦ ରଂଜିତ ରଂଜନ ‘ଆନିମଲ୍’ ପରି ଫିଲ୍ମକୁ ସମାଜ ପାଇଁ ଏକ ରୋଗ ବୋଲି କହିଛନ୍ତି।

ଫିଲ୍ମର ପ୍ରସଙ୍ଗ ଉଠାଇ ରଂଜିତ ରଂଜନ କହିଛନ୍ତି ଯେ “ଆମେ ସମସ୍ତେ ସିନେମା ଦେଖି ଦେଖି ବଡ ହୋଇଛୁ ଏବଂ ଏହାଦ୍ୱାରା ମଧ୍ୟ ପ୍ରଭାବିତ ହୋଇଛୁ। କିନ୍ତୁ ଆଜିକାଲି କବୀର ସିଂହ, ପୁଷ୍ପା ଏବଂ ଆନିମଲ ପରି ଅନେକ ଫିଲ୍ମ ଆସୁଛି ଯେଉଁଥିରେ ହିଂସା ଏବଂ ମହିଳାଙ୍କ ପ୍ରତି ଅପମାନକୁ ଦେଖାଯାଉଛି । ପତ୍ନୀଙ୍କ ପ୍ରତି ଖରାପ ଆଚରଣକୁ ଯଥାର୍ଥ କରାଯାଉଛି। ଫିଲ୍ମରେ ଏକ ନେଗେଟିଭ୍ ଭୂମିକାକୁ ହିରୋ କରାଯାଉଛି।” ସେ କହିଛନ୍ତି ଯେ ତାଙ୍କ ଝିଅ ସହିତ ଅନେକ ଝିଅ ଏହି ଫିଲ୍ମ ଦେଖିବାବେଳେ କାନ୍ଦିକରି ଉଠି ଚାଲିଯାଇଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ଫିଲ୍ମର ହିରୋ ହଷ୍ଟେଲ ଏବଂ ବିଲ୍‌ଡିଂରେ ବଡ ବଡ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି କିନ୍ତୁ ତାଙ୍କୁ କୌଣସି ଦଣ୍ଡର ସମ୍ମୁଖୀନ ହେବାକୁ ପଡୁ ନାହିଁ। ସାଂସଦ କହିଛନ୍ତି ଯେ ଏହିପରି ଫିଲ୍ମ ଆମ ସମାଜ ପାଇଁ ଏକ ରୋଗ ଏବଂ ସେନ୍ସର ବୋର୍ଡ କିପରି ଏହିପରି ଫିଲ୍ମକୁ ପ୍ରୋତ୍ସାହିତ କରୁଛି ତାହା ଯାଞ୍ଚ କରାଯିବା ଉଚିତ।

ତେବେ ଏହି ଫିଲ୍ମ ସମାଲୋଚନାର ମୁଖ୍ୟ ଆଧାର ହେଉଛି ଅତ୍ୟଧିକ ହିଂସାତ୍ମକ ଦୃଶ୍ୟ ଏବଂ 'ଆଲ୍‌ଫା ମେଲ୍' ଥିଓରୀ। ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯାହା ବିବାଦୀୟ ମଧ୍ୟ। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ?

Advertisment

ଭଉଣୀର କଲେଜକୁ ବନ୍ଧୁକ ନେଇ ଯିବା:

ରଣବିଜୟ ସିଂହ ବଲବୀର (ରଣବୀର କପୁର) ସ୍କୁଲରେ ପଢିବା ବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ବଡ଼ ଭଉଣୀଙ୍କୁ କଲେଜରେ ରାଗିଂ କରାଯାଇଛି। ସେ ଏତେ ରାଗିଗଲେ ଯେ ବନ୍ଧୁକ ଧରି ଭଉଣୀର କଲେଜରେ ପହଞ୍ଚି ଅନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇବା ଆରମ୍ଭ କଲେ। ଏହା ହେଉଛି ଫିଲ୍ମର ଅନ୍ୟତମ ବିବାଦୀୟ ଦୃଶ୍ୟ।

ପତ୍ନୀଙ୍କୁ ପ୍ରତାରଣା ଏବଂ ପ୍ରେମିକାକୁ ଜୋତା ଚଟେଇବା:

ଏହି ଫିଲ୍ମରେ ମୁଖ୍ୟ ଚରିତ୍ର ରଣବିଜୟ ତାଙ୍କ ସ୍କୁଲ୍‌ ପ୍ରେମିକା ଗୀତାଞ୍ଜଳିଙ୍କୁ ବିବାହ କରନ୍ତି। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଦୁହେଁ ପରସ୍ପର ଉପରେ ଖୁସି, କିନ୍ତୁ ରଣବିଜୟ ଗୋଟିଏ ସିନ୍‌ରେ ଜୋୟା (ତୃପ୍ତି ଡିମ୍‌ରୀ) ଙ୍କ ସହ ମିଶନ୍ତି। ରଣବିଜୟ ଏହି ସିନ୍‌ରେ ଜୋୟାଙ୍କୁ କହିଛନ୍ତି ଯେ ଯଦି ସେ ତାଙ୍କୁ ଭଲ ପାଆନ୍ତି ତେବେ ସେ ତାଙ୍କ ଜୋତା ଚାଟି ଦେଖାଇବା ଉଚିତ। ଜୋୟା ମଧ୍ୟ ଏଥିପାଇଁ ରାଜି ହୋଇଛନ୍ତି। ଫିଲ୍ମରେ ଜୋତା ଚାଟିବାର ସିନ୍‌ ନାହିଁ, କିନ୍ତୁ ଜୋତା ଚାଟିବା କଥାକୁ ନେଇ ଅନେକ ବିବାଦ ଲାଗି ରହିଛି।

ପତ୍ନୀଙ୍କୁ ନିୟନ୍ତ୍ରଣ:

ଯେତେବେଳେ ଅବରାର (ବବି ଦେଓଲ)ଙ୍କ ଠାରୁ ପ୍ରତିଶୋଧ ନେବାକୁ ରଣବୀଜୟ ଚାଲିଯାଆନ୍ତି, ସେତେବେଳେ ସେ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ କୁହନ୍ତି, “ଗୀତାଞ୍ଜଳି, ମୁଁ ଯାଉଛି, ମୁଁ ଜାଣି ନାହିଁ ମୁଁ ଫେରିବି କି ନାହିଁ, କିନ୍ତୁ ଯଦି ମୁଁ ଫେରିବି ନାହିଁ, ତେବେ ତୁମେ ପୁନର୍ବିବାହ କରିବ ନାହିଁ”। ଲୋକମାନଙ୍କ କହିବା କଥା ଯେ ରଣବିଜୟଙ୍କ ଚରିତ୍ରକୁ ଫିଲ୍ମରେ ଏପରି ପ୍ରଦର୍ଶନ କରାଯାଇଛି ଯେ ଯେତେବେଳେ ସେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖୁଛନ୍ତି ସେତେବେଳେ ସେ ତାଙ୍କ ପତ୍ନୀଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି।

'ପ୍ୟାଡ୍ ପରିବର୍ତ୍ତନ' ସଂଳାପ:

ଏହି ଫିଲ୍ମରେ ଏମିତି ଏକ ସିନ୍‌ ଅଛି ଯେଉଁଠି ରଣବିଜୟ ମାସିକ ଋତୁସ୍ରାବକୁ ନେଇ ପତ୍ନୀ ଗୀତାଞ୍ଜଳିଙ୍କ ଉପରେ ଆକ୍ରମଣାତ୍ମକ ସଂଳାପ ଆରମ୍ଭ କରନ୍ତି। ସେ ଗୀତାଞ୍ଜଳିଙ୍କୁ କୁହନ୍ତି ଯେ “ତୁମେ ମାସକୁ ଚାରିଟି ପ୍ୟାଡ୍ ବଦଳାଇ ତା’ ଉପରେ ଡ୍ରାମା କରୁଛ, ଏଠାରେ ମୁଁ ଦିନକୁ ୫୦ ପ୍ୟାଡ୍ ବଦଳାଉଛି”। ଏହାକୁ ନେଇ ଅନେକ ବିବାଦ ଲାଗି ରହିଛି।

ରଣବୀର କପୁରଙ୍କ ନଗ୍ନ ଦୃଶ୍ୟ:

‘ଆନିମଲ୍‌’ରେ ସବୁଠାରୁ ଚର୍ଚ୍ଚିତ ସିନ୍ ମଧ୍ୟରୁ ଗୋଟିଏ ହେଉଛି ରଣବୀର କପୁରଙ୍କ ନଗ୍ନ ଦୃଶ୍ୟ, ଯେଉଁଠି ସେ ତାଙ୍କ ହାର୍ଟ ସର୍ଜରୀ ପରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ବଗିଚାରେ ବୁଲୁଥିବା ଦେଖାଯାଆନ୍ତି। କିଛି ଲୋକ ଅନୁଭବ କରୁଛନ୍ତି ଯେ ଏହି ଦୃଶ୍ୟକୁ ଅନାବଶ୍ୟକ ଭାବରେ ପ୍ରଦର୍ଶିତ କରାଯାଇଛି।

ପେଲ୍‌ଭିସ୍ ଆକାର ଉପରେ ମନ୍ତବ୍ୟ:

ରଣବିଜୟ ଗୋଟିଏ ଦୃଶ୍ୟରେ ଗୀତାଞ୍ଜଳିଙ୍କ ପେଲ୍‌ଭିସ୍ ଆକାର ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ତୁମେ ସୁସ୍ଥ ପିଲାଙ୍କୁ ଜନ୍ମ ଦେବ। ଲୋକମାନେ ମଧ୍ୟ ଏହି ସଂଳାପକୁ ତୀବ୍ର ସମାଲୋଚନା କରୁଛନ୍ତି।

ବୋଲ୍ଡ ସିନ୍:

ରଣବୀର କପୁର ଏବଂ ରଶ୍ମିକା ମନ୍ଦନାଙ୍କ ମଧ୍ୟରେ ଏକ ଲଭ୍ ସିନ୍ ଅଛି। ଏଥିରେ ରଣବୀର କପୁର ଏକ ହ୍ୱିଲ୍‌ ଚେୟାରରେ ବସି ରଶ୍ମିକାଙ୍କୁ ଡାକନ୍ତି। ଘରର କାମବାଲୀଙ୍କ ଆଗରେ ହିଁ ରଶ୍ମିକା ନିଜର ପୋଷାକ କାଢି ରଣବୀରଙ୍କ ପାଖନ୍ତି ଆସନ୍ତୁ। ଲୋକମାନେ ରଶ୍ମିକାର ଏହି ବୋଲ୍ଡ ଷ୍ଟାଇଲ୍‌କୁ ପସନ୍ଦ କରୁ ନାହାନ୍ତି।

ସେହିଭଳି, ଗୋଟିଏ ଦୃଶ୍ୟରେ ରଣବିଜୟ ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ତାଙ୍କ ଇନର୍‌ର ଇଲାଷ୍ଟିକ୍କୁ ବାର ବାର ଟାଣନ୍ତି, ଯାହା ଫଳରେ ଗୀତାଞ୍ଜଳିଙ୍କୁ ଆଘାତ ଆସେ ଏବଂ ସେ ତାଙ୍କୁ ଚାପୁଡ଼ା ମାରନ୍ତି। ତୃପ୍ତି ଡିମ୍‌ରୀଙ୍କ ସହ ମଧ୍ୟ ରଣବୀର କପୁରଙ୍କ ଅନ୍ତରଙ୍ଗ ଦୃଶ୍ୟକୁ ଲୋକେ ପସନ୍ଦ କରୁ ନାହାନ୍ତି।

'ଆଲ୍‌ଫା ମେଲ୍' ଥିଓରୀ:

ରଣବୀର କପୁର ଫିଲ୍ମର ଏକ ସିନ୍‌ରେ 'ଆଲ୍‌ଫା ମେଲ୍' ଥିଓରୀ କଥା କହୁଥିବା ନଜର ଆସିଛନ୍ତି। ଏଥିପାଇଁ ସେ ଏକ ପୁରାତନ ବ୍ୟବସ୍ଥାର ଉଦାହରଣ ଦେଉଛନ୍ତି। ସେ କହୁଛନ୍ତି ଯେ “ଯେତେବେଳେ ଲୋକମାନେ ଜଙ୍ଗଲରେ ଦଳଗତ ବାସ କରିହୁଥିଲେ, ଜଣେ ଲୋକ ଶିକାର କରି ଆଣୁଥିଲା ଏବଂ ଏହାକୁ ସମସ୍ତେ ଖାଉଥିଲେ। ସେହି ବ୍ୟକ୍ତିକୁ 'ଆଲ୍‌ଫା ମେଲ୍' କୁହାଯାଉଥିଲା। ମହିଳାମାନେ ଖାଦ୍ୟ ରାନ୍ଧୁଥିଲେ।

ସେହି ସମୟରେ କେବଳ ମହିଳାମାନେ ହିଁ ସ୍ଥିର କରୁଥିଲେ ଯେ କେଉଁ ପୁରୁଷଙ୍କ ସହ ସେମାନଙ୍କର ସମ୍ପର୍କ ରହିବା ଉଚିତ ଏବଂ କାହାଠାରୁ ସେମାନେ ସନ୍ତାନକୁ ଜନ୍ମ ଦେବେ। ସେମାନଙ୍କୁ 'ଆଲ୍‌ଫା ମେଲ୍' ପସନ୍ଦ ଆସୁଥିଲେ, କିନ୍ତୁ ଭାବନା ତ ବିଚରା ଅନ୍ୟ ପୁରୁଷମାନଙ୍କ ଠାରେ ଥିବ ନା। ଏନେଇ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦିଆଗଲା। ଫିଲ୍ମରେ ଉଲ୍ଲେଖ କରାଯାଇଥିବା ଏହି 'ଆଲ୍‌ଫା ମେଲ୍' ଥିଓରୀକୁ ଲୋକେ ପସନ୍ଦ କରନ୍ତି ନାହିଁ।

ଅବରାରଙ୍କ ତୃତୀୟ ବିବାହ ଏବଂ ପତ୍ନୀଙ୍କୁ ଅସଦାଚରଣ:

ଏହି ଫିଲ୍ମରେ ଅବରାର ଭୂମିକାରେ ବବି ଦେଓଲ ନଜର ଆସିଛନ୍ତି। ଗୋଟିଏ ସିନ୍‌ରେ ସେ ତାଙ୍କର ତୃତୀୟ ବିବାହ ଯୋଜନା କରୁଛନ୍ତି। ସେହି ବିବାହ ସମାରୋହରେ ସେ ତାଙ୍କ ଭାଇଙ୍କ ହତ୍ୟା ଖବର ପାଆନ୍ତି। ଏହା ଶୁଣି ସେ ବିବ୍ରତ ହୋଇ ଖବର ଆଣିଥିବା ବ୍ୟକ୍ତିଙ୍କୁ ହତ୍ୟା କରନ୍ତି। ଏହା ପରେ ସେ ନିଷ୍ଠୁରତାର ସୀମା ଅତିକ୍ରମ କରି ତାଙ୍କର ତୃତୀୟ ପତ୍ନୀଙ୍କ ସହ ଅସଦାଚରଣ କରନ୍ତି। ଏହା ପରେ ସେ ତାଙ୍କର ଅନ୍ୟ ଦୁଇ ପତ୍ନୀଙ୍କୁ ଭିତରକୁ ଡାକି ସେମାନଙ୍କୁ ପିଟନ୍ତି। ଏହି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେବା ଭଳି।

ପତ୍ନୀଙ୍କ ପ୍ରତି ଆକ୍ରମଣାତ୍ମକ ସ୍ୱାମୀ:

ଏହି ଫିଲ୍ମରେ ରଣବୀର କପୁରଙ୍କ ଚରିତ୍ର ହେଉଛି ଯିଏ ନିଜ ବାପାଙ୍କୁ ଏତେ ଭଲ ପାଆନ୍ତି ଯେ ସବୁ ସୀମା ଅତିକ୍ରମ କରିଯାଆନ୍ତି। ଗୋଟିଏ ସିନ୍‌ରେ, ଗୀତାଞ୍ଜଳି (ରଶ୍ମିକା) ଏହାକୁ ବିରୋଧ କରି କ୍ରୋଧରେ କୁହନ୍ତି, “ବାପାଙ୍କ ପ୍ରତି ତୁମର ପ୍ରେମ ଏକ ଯୋଗ ନୁହେଁ ବରଂ ଏକ ରୋଗ। ସେ ସେହିଦିନ ମରିଥାନ୍ତେ କି”। ଏହା ଶୁଣି ରଣବିଜୟ ଏତେ ରାଗିଯାଆନ୍ତି ଯେ ସେ ପ୍ରଥମେ ରଶ୍ମିକାଙ୍କ ବେକକୁ ଧରି ବନ୍ଧୁକ ଦେଖାନ୍ତି। ରଶ୍ମିକା ଗୁଳି ମାରିବାକୁ କହିବାରୁ ସେ ଗୁଳି ମଧ୍ୟ ମାରନ୍ତି।

Rashmika Mandanna Bollywood Ranbir Kapoor Bobby Deol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ