Advertisment

Tejas Teaser Out: ରିଲିଜ୍ ହେଲା 'ତେଜସ୍'ର ଟିଜର; ଦମଦାର୍ ଭୂମିକାରେ ନଜର ଆସିବେ କଙ୍ଗନା

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ୍'ର ଟିଜର ରିଲିଜ୍ ହୋଇଛି। ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ ନଜର ଆସିବେ। ଏଥିରେ ସେ IAF ଅଧିକାରୀ ତେଜସ୍‌ ଗିଲ୍‌ ଭୂମିକାରେ ଅଭିନୟ କରିଛନ୍ତି।

Tejas teaser out film relase date also final after 3 years long delay

Tejas teaser out film relase date also final after 3 years long delay

Advertisment

କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ୍'ର ଟିଜର ରିଲିଜ୍ ହୋଇଛି। ଲାଲ ବାହାଦୂର ଶାସ୍ତ୍ରୀ ଏବଂ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ନିର୍ମାତା କଙ୍ଗନା ରାଣାୱତଙ୍କ ଅଭିନୀତ ‘ତେଜସ’ର ଟିଜର ରିଲିଜ କରିଛନ୍ତି। ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ ନଜର ଆସିବେ। ଏଥିରେ ସେ IAF ଅଧିକାରୀ ତେଜସ୍‌ ଗିଲ୍‌ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ଏହି କ୍ଷୁଦ୍ର ଟିଜରରେ କଙ୍ଗନା ଫ୍ଲାଇଙ୍ଗ୍ ସୁଟ୍ ପିନ୍ଧି ବାୟୁସେନା ଷ୍ଟେସନ୍‌ରୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଏ। ୟୁନିଫର୍ମରେ ଜଣେ ମହିଳା ଭାବରେ ସେ ଖୁବ୍ ସଶକ୍ତ ଦେଖାଯାଉଛନ୍ତି।

Advertisment

କଙ୍ଗନା ଟିଜରକୁ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି, “ମୋ ଜାତିର ପ୍ରେମ ପାଇଁ ଉଡିବାକୁ ପ୍ରସ୍ତୁତ। ଯଦି ଆପଣ ଭାରତର ମଜ୍ଜା ଉଡେଇଲେ, ଛାଡିବି ନାହିଁ। ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ଦିବସ ଅବସରରେ ଟ୍ରେଲର ରିଲିଜ ହେବ। ଅକ୍ଟୋବର ୨୭ ରେ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।” ଟିଜରଟି ଦେଶପ୍ରେମର ରଙ୍ଗରେ ବୁଡି ରହିଥିବା ନଜର ଆସେ।

‘ତେଜସ୍’କୁ ନେଇ କଙ୍ଗନା ୨୦୨୦ ମସିହାରେ ଏକ ସାକ୍ଷାତକାରରେ କହିଥିଲେ, “ଅନେକ ସମୟରେ ୟୁନିଫର୍ମ ପିନ୍ଧିଥିବା ସାହସୀ ମହିଳାମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ଉପରେ ଦେଶର ଦୃଷ୍ଟି ପଡି ନ ଥାଏ। ତେଜସ୍ ଏପରି ଏକ ଚଳଚ୍ଚିତ୍ର ଯେଉଁଥିରେ ମତେ ଏମିତି ଏକ ବାୟୁସେନା ପାଇଲଟ୍ ଭୂମିକାରେ ଅଭିନୟ କରିବାର କାମ ମିଳିଛି ଯିଏ ଦେଶକୁ ସର୍ବ ପ୍ରାଧାନ୍ୟ ଦେଇଥାଏ।”

Advertisment

କଙ୍ଗନା ଆହୁରି ଲେଖିଛନ୍ତି, “ମୁଁ ଆଶା କରୁଛି ଯେ ଏହି ଚଳଚ୍ଚିତ୍ର ଦ୍ୱାରା ଆମେ ଆଜିର ଯୁବପିଢିଙ୍କ ଭିତରେ ଦେଶପ୍ରେମ ଏବଂ ଗର୍ବର ଭାବନା ସୃଷ୍ଟି କରିବୁ। ମୁଁ ସର୍ଭେଶ ଏବଂ ରୋନିଙ୍କ ସହ ଏହାର ରିଲିଜକୁ ଅପେକ୍ଷା କରିଛି।” ପ୍ରକୃତରେ, ଡିସେମ୍ବର ୨୦୨୦ରେ ତେଜସ୍ ରିଲିଜ୍ ହେବାର ଥିଲା। ଅଗଷ୍ଟ ୨୦୨୦ରେ କଙ୍ଗନା ମଧ୍ୟ ଏହାର ରିଲିଜ୍ ତାରିଖ ଘୋଷଣା କରିଥିଲେ। କିନ୍ତୁ କୌଣସି କାରଣରୁ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଜ୍ ହୋଇପାରି ନାହିଁ।

Advertisment

କଙ୍ଗନା ସେତେବେଳେ ଫିଲ୍ମକୁ ନେଇ କହିଥିଲେ, “ତେଜସ୍ ଏକ ରୋମାଞ୍ଚକର କାହାଣୀ। ବାୟୁସେନା ପାଇଲଟ ଭୂମିକାରେ ଅଭିନୟ କରୁଛି। ଏହିପରି ଏକ ଚଳଚ୍ଚିତ୍ରର ଅଂଶ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି। ଆମର ଚଳଚ୍ଚିତ୍ର ସଶସ୍ତ୍ର ସେନାବାହିନୀ ଏବଂ ସେନାର ନାୟକଙ୍କୁ ସେଲିବ୍ରେଟ୍ କରେ। ଏହି ଚଳଚ୍ଚିତ୍ରକୁ ନେଇ ମୁଁ ଉତ୍ସାହିତ।”

Kangana Ranaut Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ