Advertisment

ଆସୁଛି ‘ବିଶ୍ୱକର୍ମା’, କହିବ କଳାକାରର କାହାଣୀ; ଜାଣନ୍ତୁ କେବେ ହେବ ଷ୍ଟ୍ରିମିଂ

ଆସୁଛି ବିଶ୍ୱକର୍ମା। କହିବ ବିଶୁଆର କାହାଣୀ ଆଉ ତା’ର ମହାପ୍ରଭୁଙ୍କ ବିଶାଳ ମୂର୍ତ୍ତି ଗଢିବାର ଯାତ୍ରା। ସେ କ’ଣ ଏଥିରେ ସଫଳ ହେଉଛି, ଜାଣିବା ପାଇଁ ଅପେକ୍ଷା…

ଅଦ୍ୟତନ ହୋଇଛି
Taranga Plus new Film Biswakarma coming soon

Taranga Plus new Film Biswakarma coming soon

Advertisment

ନୂଆ କାହାଣୀ, ନୂଆ ଥିମ୍ ନେଇ ଆସୁଛି ‘ତରଙ୍ଗ ପ୍ଲସ୍‌’ର ନୂଆ ଫିଲ୍ମ ‘ବିଶ୍ୱକର୍ମା’। ନିକଟରେ ୟୁଟ୍ୟୁବରେ ଏହାର ଟିଜର ରିଲିଜ୍ ହୋଇଛି। ଟିଜର ହିଁ କହୁଛି ଦମଦାର ହେବ ଫିଲ୍ମ। ଦରଦଭରା ଓ ଭାବପ୍ରବଣ ଭରା କାହାଣୀକୁ ଦେଖିବାର ସୁଯୋଗ ପାଇବେ ଦର୍ଶକେ। ଟିଜରକୁ ଲୋକେ ଖୁବ ପ୍ରଶଂସା କରିଥିବା ବେଳେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ନଜର ପକେଇବା ଫିଲ୍ମର କାହାଣୀ ଉପରେ।

Advertisment

କାହାଣୀ:

ଫିଲ୍ମ ‘ବିଶ୍ୱକର୍ମା’ ହେଉଛି ଏମିତି ଏକ ଚଳଚ୍ଚିତ୍ର, ଯେଉଁଠାରେ ଜଣେ ମଦ୍ୟପ ଶିଳ୍ପୀ ପ୍ରଭୁ ଜଗନ୍ନାଥଙ୍କ ଜୀବନ୍ତ ଆକାରର କାଠ ପ୍ରତିମା ତିଆରି କରିବାର ଏକ ଆଦେଶ ପାଇଛି। ଏହା ପୁଣି ବର୍ଷକର ମଦ୍ୟପାନର ଖର୍ଚ୍ଚ ବଦଳରେ। କାହାଣୀ ହେଉଛି କଳାକାର ବିଶୁଆର ଆଉ ତା’ର ଜଗନ୍ନାଥଙ୍କ ପ୍ରତିମା ତିଆରି କରିବାର ଯାତ୍ରାକୁ ନେଇ।

Taranga Plus new Film Biswakarma coming soonତରଙ୍ଗ ପ୍ଲସ୍‌ର ନୂଆ ଫିଲ୍ମ

ବିଦେଶୀ ଦମ୍ପତିଙ୍କ ଠାରୁ ଅଗ୍ରୀମ ରାଶି ପାଇବା ପରେ ବିଶୁଆ ମଦ ପିଇବା ଜାରି ରଖେ ଆଉ ଭୁଲିଯାଏ ମୂର୍ତ୍ତି ଗଢା କାମ। ଏହି କାହାଣୀ ହିଁ କହିବ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ଗଢାର କଥା ଆଉ ବିଶୁଆର ଜୀବନ ଯାତ୍ରା। ଫିଲ୍ମ ଦ୍ୱାରା ବିଶୁଆର ଆଦର୍ଶ ଏବଂ ସାଧାରଣ ଜୀବନଶୈଳୀକୁ ନାଟକୀୟ ଭାବରେ ଚିତ୍ରିତ କରାଯାଇଥିବା ବେଳେ ଏକ ସୃଜନାତ୍ମକ କଳାକୁ ଦେଖାଯାଇଛି।

Advertisment
Taranga Plus new Film Biswakarma coming soonବିଶ୍ୱକର୍ମାର ନୂଆ ପୋଷ୍ଟର

ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ ଦେଖାଯାଇଛି। ଫିଲ୍ମଟି ଏକ କଳାକାରର କାହାଣୀ କହୁଥିବା ବେଳେ ପ୍ରତ୍ୟେକ କଳାକାରଙ୍କୁ ସେମାନଙ୍କ ଜୀବନରେ ସଫଳତା ପାଇବା ଦିଗରେ ଉତ୍ସାହିତ କରିବ।

ଏହି ଫିଲ୍ମରେ ବିଶୁଆ ଭୂମିକାରେ ଚୌଧୁରୀ ବିକାଶ ଦାଶ ଅଭିନୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଲି ଅଲି, ନୟା ଜିଦାନ, ଦେବ, ବିଘ୍ନେଶ୍ୱର, ମନସ୍ୱିନୀ, ଶମ୍ବୁ, ଅନନ୍ତ, ଲଲାଟେନ୍ଦୁ, ବିଘ୍ନେସ୍, ବିଜୟ ପଟ୍ଟନାୟକ ପ୍ରମୁଖ ନଜର ଆସିବେ। ଫିଲ୍ମ କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱ ସୋମିଓ ନେଇଛନ୍ତି। ଏହାର କ୍ରିଏଟିଭ୍ ହେଡ୍ ଦାୟିତ୍ୱରେ ଅଛନ୍ତି ଶାନ୍ତନୁ କୁମାର ସିଆ। ଏହି ସିରିଜ ନୀଳାଦ୍ରୀ ବିଜେ ଅର୍ଥାତ୍ ଜୁନ୍ ୧୨ ତାରିଖରୁ ତରଙ୍ଗ ପ୍ଲସ୍‌ରେ ଷ୍ଟ୍ରିମିଂ ହେବ।

Advertisment

Taranga Plus new Film Biswakarma coming soonନୀଳାଦ୍ରୀ ବିଜେରେ ରିଲିଜ୍ ହେବ ବିଶ୍ୱକର୍ମା
Taranga Plus Taranga Tv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ