Tarang Music New Mega Show College Queen
ଓଡ଼ିଶାର ଏକ ମାତ୍ର ମ୍ୟୁଜିକ୍ ଚ୍ୟାନେଲ୍ ‘ତରଙ୍ଗ ମ୍ୟୁଜିକ୍’ ସବୁବେଳେ ଯୁବପିଢିଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ ଓ ମିଠା ମିଠା ଗୀତର ରଙ୍ଗରେ ଭିଜେଇଛି ଆଉ ମନୋରଞ୍ଜନ କରିଛି। ଟେଲିଭିଜନ୍ ଇତିହାସରେ ପ୍ରଥମ ଥର... କେବଳ କଲେଜରେ ପଢୁଥିବା ପ୍ରତିଭାମାନଙ୍କ ପାଇଁ ଏକ ସୁନ୍ଦର ରିଏଲିଟି ଶୋ’ର ପରିକଳ୍ପନା କରିଥିଲା ‘ତରଙ୍ଗ ମ୍ୟୁଜିକ୍’। ଏହାର ନାଁ ରଖାଯାଇଥିଲା ‘କଲେଜ୍ କୁଇନ୍’।
କଲେଜ୍ କୁଇନ୍ର୍ ମେଗା ଅଡିସନ୍ ଏପିସୋଡ୍ ୦୪‘କଲେଜ୍ କୁଇନ୍’ର ‘ସିଟି ଅଡିସନ୍’ ପାଇଁ ୬ ମାସ ଲାଗିଥିଲା। ରାଜ୍ୟର ୧୧ଟି ପ୍ରମୁଖ ସହରରୁ ୨୦୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ନେଇ ରାଉଣ୍ଡ୍ ପରେ ରାଉଣ୍ଡ୍ ଆଉ ପ୍ରତିଟି ସହରରେ ‘ତରଙ୍ଗ ମ୍ୟୁଜିକ୍’ ପହଞ୍ଚିଥିଲା ଆଉ ଖୋଜିଥିଲା ସହରର କୁଇନ୍, ଫେସନ୍ ୱାକ୍, ଡ୍ୟାନ୍ସ, ଅଭିନୟରେ ପରିପୂର୍ଣ୍ଣ ପ୍ରତିଭାମାନଙ୍କୁ। ଏହି ସିଟି କୁଇନ୍ମାନଙ୍କୁ ନେଇ ଆୟୋଜିତ ହୋଇଥିଲା ମେଗା ଅଡିସନ୍। ଏଥିରେ ଯୋଗ ଦେଇଥିଲେ ଭୁବନେଶ୍ୱର, କଟକ, ବାଲେଶ୍ୱର, ବାରିପଦା, ଭଦ୍ରକ, ବ୍ରହ୍ମପୁର, ନୟାଗଡ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଜଗତସିଂହପୁରରୁ ଜିତିଥିବା ୪୦ଜଣ ମେଗା ଫାଇନାଲିଷ୍ଟ୍।
ଏହି ବିଜେତା ପ୍ରତିଯୋଗୀମାନେ ତରଙ୍ଗ ମ୍ୟୁଜିକ୍ର ଭୁବନେଶ୍ୱର ଷ୍ଟୁଡିଓରେ ଯୋଗ ଦେଇ ଗୋଟିଏ ପରେ ଗୋଟିଏ ରାଉଣ୍ଡ୍ରେ ନିଜର ଦକ୍ଷତା ପ୍ରଦର୍ଶନ କରି ସିଲେକ୍ଟ ହୋଇଥିଲେ ୧୨ ଫାଇନାଲିଷ୍ଟ୍। ଏଇଠୁ ଆରମ୍ଭ ହୋଇଥିଲା ‘କଲେଜ୍ କୁଇନ୍’ର ଫାଇନାଲ୍ ଯାତ୍ରା। ଆରମ୍ଭ ହୋଇଥିଲା ଗ୍ରୁମିଙ୍ଗ ସେସନ୍, ରାମ୍ପ୍ ୱାକ୍, ଡ୍ୟାନ୍ସ, ଅଭିନୟ, ଯୋଗ, ଫିଟ୍ନେସ୍, ବିୟୁଟି, ନ୍ୟୁଟ୍ରିସନ ଆଉ ସୁଟିଂ ସେସନ୍।
କଲେଜ୍ କୁଇନ୍ର୍ ମେଗା ଅଡିସନ୍ ଏପିସୋଡ୍ ୧୨ଏ ସବୁ ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇଥିଲେ ଓଡିଆ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନେ। ଶେଷରେ ନଭେମ୍ବର ୩୦ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ବହୁ ପ୍ରତିକ୍ଷିତ ରିଏଲିଟି ଶୋ’ ‘କଲେଜ୍ କୁଇନ୍’।
କଲେଜ୍ କୁଇନ୍ର୍ ନୟାଗଡ ଅଡିସନ୍ ଏପିସୋଡ୍ ୦୧ତେବେ ଓଡିଶାର କୋଣ ଅନୁକୋଣରୁ ବିଭିନ୍ନ ପ୍ରତିଭାମାନଙ୍କୁ ନେଇ ଶୋ’କେସ୍ କରିବାରେ ‘କଲେଜ୍ କୁଇନ୍’ ହେଉଛି ଓଡ଼ିଶାର ପ୍ରଥମ ଟେଲିଭିଜନ ରିଏଲିଟି ଶୋ’। ‘କଲେଜ୍ କୁଇନ୍’ ଗ୍ରାଣ୍ଡ୍ ଫାଇନାଲ୍ ଜୁରୀ ପ୍ୟାନେଲ୍ରେ ଓଲିଉଡ୍ ସୁପର୍ଷ୍ଟାର୍ ଅର୍ଚ୍ଚିତା ସାହୁଙ୍କ ସମେତ ତମନ୍ନା ବ୍ୟାସ, ସୂର୍ଯ୍ୟମୟୀ ମହାପାତ୍ର, ଡ୍ୟାନ୍ସ କୋରିଓଗ୍ରାଫର୍ ହରିହର ଦାଶ, ଫ୍ୟାସନ୍ ଡିଜାଇନର୍ ଜାହିଦା ଅହମେଦ ଟପ୍ ୧୨ ଫାଇନାଲିଷ୍ଟମାନଙ୍କର ପ୍ରତିଭାକୁ ପରଖିଥିଲେ।
କଲେଜ୍ କୁଇନ୍ର୍ ମେଗା ଅଡିସନ୍ ଏପିସୋଡ୍ ୧୪ଏଥିରେ ଢେଙ୍କାନାଳର ଦେବୋଲିନ୍ ବରାଳ ‘କଲେଜ୍ କୁଇନ୍’ର ୱିନର୍ ମୁକୁଟ ପିନ୍ଧିଥିବା ବେଳେ ଭୁବନେଶ୍ୱରର ମୁକ୍ତା ରାୟ ଓ ଭଦ୍ରକର ଦିବ୍ୟାସ ନାୟକ ରନର୍ସ ଅପ୍ ମୁକୁଟ ପିନ୍ଧିଥିଲେ। ଅନ୍ୟାନ୍ୟ ପୁରସ୍କାର ମଧ୍ୟରେ ଭୁବନେଶ୍ୱରରୁ ବର୍ଷାରାଣୀ ବେହୁରା – ମିସ୍ କନ୍ଗେନିଆଲିଟି, ବ୍ରହ୍ମପୁରରୁ ଶ୍ରମିକ ମିଶ୍ର – ମିସ୍ ବିୟୁଟିଫୁଲ୍ ସ୍କିନ୍, ବାରିପଦାରୁ ପ୍ରକାଶିନି ମିଶ୍ର – ମିସ୍ ଫ୍ୟାସନ ଆଇକନ୍, କଟକରୁ ଅନନ୍ୟା ବିଶ୍ୱାଳ – ମିସ୍ ଫଟୋଜେନିକ୍, ବାରିପଦାରୁ ସତଦୃତି ମହାନ୍ତି – ମିସ୍ ରାମ୍ପୱାକ୍ ଓ ମିସ୍ ବିୟୁଟି ୱିଥ୍ ପର୍ପୋଜ୍, କଟକରୁ ଆଦ୍ୟାଶା ପ୍ରିୟଦର୍ଶିନୀ – ମିସ୍ ବିୟୁଟିଫୁଲ୍ ଆଇଜ୍, ଭୁବନେଶ୍ୱରରୁ ଅନନ୍ୟା ଅନୁପମା – ମିସ୍ ବିୟୁଟିଫୁଲ୍ ସ୍ମାଇଲ୍, କଟକରୁ ଶୁଭଲକ୍ଷ୍ମୀ ସାହୁ – ମିସ୍ ବିୟୁଟିଫୁଲ୍ ହେୟାର୍, ବାରିପଦାରୁ ଅଲିଭା ଦାଶ - ମିସ୍ ବଡି ବିୟୁଟିଫୁଲ୍ ସବ୍ ଟାଇଟଲ୍ ଜିତିଥିଲେ ବୋଲି ତରଙ୍ଗ ମ୍ୟୁଜିକ୍ର ଚ୍ୟାନେଲ୍ ହେଡ୍ ସାନ୍ତନୁ କୁମାର ସିଆ ସୂଚନା ଦେଇଛନ୍ତି।
ଏହା ସହ ବିଜେତାମାନଙ୍କୁ ତରଙ୍ଗ ଟିଭି, ତରଙ୍ଗ ପ୍ଲସ୍, ତରଙ୍ଗ ମ୍ୟୁଜିକ୍ ଓ ତରଙ୍ଗ ସିନେ ପ୍ରଡକ୍ସନ୍ସରେ କାମ କରିବାର ସୁଯୋଗ ସ୍ୱରୂପ ସେ Project Assignment MOU ପ୍ରଦାନ କରିଥିଲେ ଓ ଆଗାମୀ ବର୍ଷରେ ଓଡିଶା ବାହାରେ ଥିବା ଓଡ଼ିଆ ପ୍ରତିଭାମାନଙ୍କୁ ‘କଲେଜ୍ କୁଇନ୍ ସିଜନ୍ ୨’ରେ ସାମିଲ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671278434.jpg)