Advertisment

ଦଶହରା ପାଇଁ ସଜ ହଉଚି ‘ମହିଷାସୁର’

ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠନ୍ତି ସିନେ ଦୁନିଆ। ତରଙ୍ଗ ସିନେ ପ୍ରଡକ୍ସନ ମଧ୍ୟ ଏଥିରୁ ବାଦ ପଡିନି। ଏହି ବ୍ୟାନର୍‌ରେ ପ୍ରସ୍ତୁତ ହେଉଛି ନୂଆ ଫିଲ୍ମ ‘ମହିଷାସୁର’। ଦଶହରାରେ କହିବ ଆତଙ୍କବାଦର କାହାଣୀ।

ଅଦ୍ୟତନ ହୋଇଛି
Tarang Cine Productions

Tarang Cine Productions new film Mahisasura

Advertisment

ପାଖେଇ ଆସୁଛି ଦଶହରା। ଶରତର ଏହି ପାର୍ବଣ ଯେତିକି ନିକଟ ହୋଇ ଆସୁଛି ଲୋକଙ୍କ ମନରେ ଉତ୍ସାହ ସେତିକି ବଢି ଚାଲିଛି। ଘରେ ଘରେ ପାର୍ବଣକୁ ନେଇ ବିଭିନ୍ନ ଯୋଜନା। ଏହାରି ଭିତରେ ସିନେ ଦୁନିଆ ବି ବସି ରହିନି। ଦର୍ଶକଙ୍କ ମନ ଜାଣି ଦଶହରା ଉପଲକ୍ଷେ ତତ୍ପର ହୋଇଉଠିଛନ୍ତି ପ୍ରଡକ୍ସନ ହାଉସ୍।

Advertisment

ଦଶହରାକୁ ଆଖିରେ ରଖି ପୂଜା ବଜାରକୁ ସରଗରମ କରିବାକୁ ‘ତରଙ୍ଗ ସିନେ ପ୍ରଡକ୍ସନ’ ନେଇ ଆସୁଛି ଏହାର ନୂଆ ଫିଲ୍ମ ‘ମହିଷାସୁର’। ପ୍ରଡକ୍ସନ ହାଉସ୍ ଏହାର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ ରେ ଫିଲ୍ମର ଏକ ଟିଜର୍ ରିଲିଜ୍ କରିଛି। ଏଥିରେ ମୁଖ୍ୟ ଭୂମିକାରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିବ।

କାହାଣୀ:

ଅବଦୁଲର ପୁଅ ସାହିଲ୍ ଦୁବାଇରେ ଚାକିରି ନାଁ ରେ ଯାଇ ପାକିସ୍ତାନରେ ଟ୍ରେନିଂ ନେଇ ଫେରିଛି ଗୋଟେ ଆତଙ୍କବାଦୀ ହୋଇ। ଦୁର୍ଗାପୂଜାକୁ କଟକ ରେ ଗୋଟେ ବଡ ଧରଣର ବୋମା ବିସ୍ଫୋରଣ କରିବାର ଯୋଜନା କରିଛି। ହଠାତ୍ ଦୋହଲିଯାଇଛି କଟକର ଭାଇଚାରା। ତାର ଫାଇଦା ଉଠେଇବାରେ ଲାଗିପଡିଛନ୍ତି ରାଜନୈତିକ ନେତା ଆଉ ମିଡ଼ିଆ।

Advertisment

ଅବଦୁଲର ଝିଅ ସବାନା କିନ୍ତୁ ପିଲାଟି ଦିନୁ କଟକର ଭାଇଚାରା ଭିତରେ ବଢିଆସିଚି। ହିନ୍ଦୁ ମୁସଲମାନ ଭିତରେ ଫରକ ତା’ ମୁଣ୍ଡକୁ କେବେ ଆସିନି। ସବୁବର୍ଷ ଦଶରାରେ ତା ବାପାଙ୍କ ହାତତିଆରି ମେଢ଼ରେ ପୂଜା ପାଆନ୍ତି ତାଙ୍କ ସାହିର ଦୁର୍ଗା ମାଆ। ଏ ବର୍ଷ ବି ମେଢ଼ କାମ ସରିଥିଲା। ହେଲେ ଦୁର୍ଗା ମା'ଙ୍କ ଆସିବା ଆଗରୁ ତାଙ୍କ ପରିବାରକୁ ଆସିଗଲା ମହିଷାସୁର। ଦୁବାଇ ଫେରନ୍ତା ସବାନାର ସାନ ଭାଇ ବାହାରିଲା ଗୋଟେ ଆତଙ୍କବାଦୀ ହେଇ । ଫଳରେ ପୂରା ପରିବାର ହୋଇଯାଏ ବଦନାମ।

ତେବେ ହିନ୍ଦୁ ପରମ୍ପରାକୁ ଭଲ ପାଉଥିବା ସବାନା କ’ଣ ତା’ ଭାଇ ବିରୋଧରେ ଠିଆ ହୁଏ? ସେ କ’ଣ ନିଜ ପରିବାରର ସ୍ୱଚ୍ଛତାକୁ ଫେରେଇ ଆଣିବା ପାଇଁ ଭାଇ ଉପରେ ପ୍ରତିଶୋଧ ନିଏ? ଫିଲ୍ମ ହିଁ ଏହାର ପୂରା କାହାଣୀ କହିବ।

Advertisment

ଫିଲ୍ମର ବିଭିନ୍ନ ଭୂମିକାରେ ଅର୍ଚ୍ଚିତା, ବବି ମିଶ୍ର, ବିରଞ୍ଚି, ପରାଗ ପଟ୍ଟନାୟକ, ଅଞ୍ଜନା ଦାସ, ରାଜା ଡି, ରାକେଶ, ସିଲି ମିଶ୍ରଙ୍କୁ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ(ବାବି)ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର କାହାଣୀକୁ ଦେବିଦତ୍ତ ମହାନ୍ତି ରଚନା କରିଥିବା ବେଳେ ବି ଚନ୍ଦନ କୁମାର ଏହାର ସଂଳାପ ଦେଇଛନ୍ତି।

Taranga Plus Taranga Cine Productions Taranga Tv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ