Advertisment

ତରଙ୍ଗ ସିନେ ଫ୍ଲିକ୍ସର ଆଜି ଦ୍ୱିତୀୟ ଦିନ, ପ୍ରଦର୍ଶିତ ହେବ ୩ ଫିଲ୍ମ

ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଆଞ୍ଚଳିକ ଫିଲ୍ମ କନକ୍ଲେଭ୍ ତରଙ୍ଗ ସିନେ ଫ୍ଲିକ୍ସର ଆଜି ଦ୍ୱିତୀୟ ଦିନ। ଆଜି ୩ଟି ଫିଲ୍ମ ପ୍ରଦର୍ଶିତ ହେବ।

ଅଦ୍ୟତନ ହୋଇଛି
Tarang Cine Flix

Tarang Cine Flix

Advertisment

ଭୁବନେଶ୍ୱରରେ ଚାଲିଥିବା ଦୁଇ ଦିନିଆ ଆଞ୍ଚଳିକ ଫିଲ୍ମ କନକ୍ଲେଭ୍ ତରଙ୍ଗ ସିନେ ଫ୍ଲିକ୍ସର ଆଜି ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ ୩ଟି ଫିଲ୍ମ ପ୍ରଦର୍ଶିତ ହେବ। ମରାଠୀ ଫିଲ୍ମ ‘ଧୁସର’, ବଙ୍ଗାଳୀ ଫିଲ୍ମ ‘ପ୍ରାକ୍ତନ’ ଓ ଗୁଜରାଟି ଫିଲ୍ମ ‘ହେଲାରୋ’ ପ୍ରଦର୍ଶିତ ହେବ।

Advertisment

ଏଥିସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ବି ରହିଛି। ଏଥିରେ ପ୍ରସିଦ୍ଧ ନିର୍ଦ୍ଦେଶକ ଓ କଳାକାରମାନେ ସାମିଲ ହୋଇ ଆଞ୍ଚଳିକ ଫିଲ୍ମର ବିକାଶ ଉପରେ ନିଜ ନିଜର ମତ ବିନିମୟ କରିବେ। ଗତକାଲି ପ୍ରଥମ ଦିନରେ ଚର୍ଚ୍ଚିତ ହିନ୍ଦୀ, ହରିୟାଣଭୀ ଏବଂ ମାଲୟାଲମ୍ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଫିଲ୍ମ ଦେଖିବା ସହ ଏହା ଉପରେ ମତ ବିନିମୟ କରିଥିଲେ ନିର୍ଦ୍ଦେଶକ ଓ କଳାକାରମାନେ। 

ଆଞ୍ଚଳିକ ସିନେମା ଏବେ କେବଳ ରାଜ୍ୟ ଭିତରେ ସୀମିତ ନରହି ଦେଶବିଦେଶରେ ଲୋକପ୍ରିୟତା ପାଉଥିବା ମତ ପ୍ରକାଶ ପାଇଛି । କନକ୍ଲେଭର ପ୍ରଥମ ଦିନରେ ସାମିଲ ହୋଇ ତରଙ୍ଗର ଏଭଳି ପ୍ରୟାସ, ଆଂଚଳିକ ସିନେମାକୁ ନୂଆ ଦିଗ ଦେଖାଇବ ବୋଲି ଲୋକପ୍ରିୟ ଅଭିନେତା ୟଶପାଲ୍ ଶର୍ମା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ