Advertisment

ରିଲିଜ୍ ଅପେକ୍ଷାରେ ‘ଚୋରଣୀ’; କହିବ ନିଆରା ପ୍ରେମ କାହାଣୀ

ଚୋର ପୁଲିସର ପ୍ରେମ କାହାଣୀକୁ ନେଇ ‘ତରଙ୍ଗ ସିନେ ପ୍ରଡକ୍ସନ’ ନେଇଆସୁଛି ଫିଲ୍ମ ‘ଚୋରଣୀ’। ଏଥିରେ ଦର୍ଶକେ ଜଗଜିତ ଓ ଶୀତଲଙ୍କ ରୋମାଣ୍ଟିକ୍ ଯୋଡିକୁ ଦେଖିବାର ସୁଯୋଗ ପାଇବେ।

ଅଦ୍ୟତନ ହୋଇଛି
Taranaga Cine Production new film Chorani

Taranaga Cine Production new film Chorani

Advertisment

ଭୁବନେଶ୍ୱର : ଆଗକୁ ଆସୁଛି ଜଗ୍‌ଜିତ ପାଲ ଓ ଶୀତଲ ପାତ୍ରଙ୍କ ଅଭିନୀତ ‘ତରଙ୍ଗ ସିନେ ପ୍ରଡକ୍ସନ’ର ନୂଆ ଫିଲ୍ମ ‘ଚୋରଣୀ’। ସମ୍ପୂର୍ଣ୍ଣ ହାସ୍ୟରସରେ ପରିପୂର୍ଣ୍ଣ ଥିବା ଏହି ଫିଲ୍ମ ଜଣେ ଯୁବକର ଚାକିରିରେ ଅସଫଳ ହେବାର କାହାଣୀ କହିବା ସହିତ ଜଣେ ଧନୀ ଘରର ଝିଅର ଚୋରି ମାନସିକତା ଉପରେ ପର୍ଯ୍ୟବେସିତ। ଏଥିରେ ଦର୍ଶକେ ମଧ୍ୟ ଏକ ନିଆରା ପ୍ରେମ କାହାଣୀ ପାଇବେ।

Advertisment

କାହାଣୀର ନାୟିକା ଜଣେ ଶିଳ୍ପପତିଙ୍କ ଅଲିଅଳି ଝିଅ, ଯାହାର ଧନ ସମ୍ପତ୍ତିରେ କୌଣସି ଅଭବ ନାହିଁ। ଯାହା ଯେତେବେଳେ ଦରକାର ସେ ତାହା କିଣେ, ମନଇଛା ଟଙ୍କା ଖର୍ଚ୍ଚ କରୁଥିଲେ ବି ବାପାଙ୍କର ବାରଣ ନାହିଁ। ବାପା ଚାହାନ୍ତି ତାଙ୍କ ଅଲିଅଳି ଝିଅ ଭଲରେ ରହୁ। ସବୁ ସୁଖ ତା’ ପାଦ ତଳେ ଅଜାଡି ହୋଇଯାଉ।

ଏତେ ସବୁ ପରେ ବି ଝିଅର ଏକ ବଦ ଅଭ୍ୟାସ ହେଲା ଚୋରି କରିବା। ହୋଟେଲରୁ ଚାମଚ୍ ହେଉ କି ମନ୍ଦିରରୁ ପାଦୁକ ଦାନି, କାହା ପକେଟ୍‌ରୁ ମୋବାଇଲ୍ ହେଉ କି କାହା ଫଳ ଦୋକାନରୁ ପିଜୁଳିଟିଏ ସବୁଦିନେ କିଛି ନା କିଛି ଚୋରି କରିବା ତା’ର ଏକ ଅଭ୍ୟାସ।

Advertisment

କାହାଣୀର ନାୟକ ଜଣେ କନେଷ୍ଟବଳ ହୋଇଥିଲେ ବି ତାହାର ସ୍ୱପ୍ନ ଥିଲା ଜଣେ ଇନିସପେକ୍ଟର ହେବାର। କିନ୍ତୁ ଦୁର୍ଭାଗ୍ୟବଶତଃ ପରୀକ୍ଷା ଦିନ ହିଁ ତା’ର ସବୁ ସାର୍ଟିଫିକେଟ୍ ଥିବା ବ୍ୟାଗ୍‌ଟି ଚୋରି ହୋଇଯାଏ। ଫଳରେ ଠିକଣା ସମୟରେ ପରୀକ୍ଷା ଦେଇ ନ ପାରିବାରୁ ତା’ର ଇନିସପେକ୍ଟର ହେବାର ସ୍ୱପ୍ନ ମଉଳି ଯାଏ।

ପରେ ସେ ଜଣେ କନେଷ୍ଟବଳ ହୋଇଛି। କିନ୍ତୁ ତା’ କାନ୍ଧରେ ଷ୍ଟାର୍‌ ଲାଗି ନ ଥିବାରୁ ତା’ ମନରେ ସବୁବେଳେ ଦୁଃଖ। ଏନେଇ ସେ ଚୋରକୁ କେବେ କ୍ଷମା କରିପାରୁନି। ତା’ର ଏହି ଦୁଃଖ ପାଇଁ ସେ ସବୁବେଳେ ହିଁ ସେ ଚୋରକୁ ଦାୟୀ କରୁଛି ଆଉ ଚୋର ଓ ପକେଟ୍‌ମାରଙ୍କ ପ୍ରତି ତା’ ମନରେ ପ୍ରଚଣ୍ଡ ଘୃଣା।

Advertisment

କିନ୍ତୁ କାହାଣୀର ଦିଗ ସେତେବେଳେ ପରିବର୍ତ୍ତନ ହୁଏ ଯେତେବେଳେ ଚୋରଣୀ ନାୟିକା ସହ ପ୍ରେମରେ ପଡେ ପୁଲିସ୍ ନାୟକ। ପରେ ସେମାନେ ପରସ୍ପରକୁ ବିବାହ ମଧ୍ୟ କରନ୍ତି। କିନ୍ତୁ ହଠାତ ଦିନେ ନାୟକ ଜାଣିପାରେ ଯେ ତା’ ସ୍ତ୍ରୀ ଗୋଟେ ଚୋରଣୀ। ଏହାପରେ କ’ଣ ହୁଏ ତାହାକୁ ନେଇ ଗତିଶୀଳ ହୁଏ ଫିଲ୍ମ।

ଫିଲ୍ମରେ କନେଷ୍ଟବଳ ଭୂମିକାରେ ଜଗଜିତ ଥିବାବେଳେ ଚୋରଣୀ ଭାବେ ଶୀତଲ୍ ନଜର ଆସିବେ। ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ନନ୍ଦ, ମିଲି ମହାନ୍ତି, ରାଇମୋହନ, ଜୟପ୍ରକାଶ, ରାକ୍ଷୀ, ତ୍ରିଭୁବନ, ଶଙ୍କର, କୁନାଲ, ନୀର, ଗୁଣ୍ଡ ପ୍ରମୁଖ ଅଭିନୟ କରୁଥିବା ବେଳେ ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ଦେବୀଦତ୍ତ ନାୟକଙ୍କ କାହାଣୀ ଓ ଚିତ୍ରନାଟ୍ୟକୁ ସଂଳାପରେ ସଜେଇଛନ୍ତି ଚନ୍ଦନ କୁମାର।

ଫିଲ୍ମର ସମସ୍ତ ଗୀତଗୁଡିକର ସଂଗୀତ ନିର୍ଦ୍ଦେଶନା ଅଭିଜିତ୍ ମଜୁମ୍‌ଦାର ଦେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ଓ ଏସ୍. କେ. ମୁରଲିଧରନ୍। ଗୀତଗୁଡିକ ଖୁବ ଚମତ୍କାର ହୋଇଥିବା ବେଳେ ହୃଦୟସ୍ପର୍ଶୀ ମଧ୍ୟ ହୋଇଛି। ଏହି ଫିଲ୍ମରେ ଏକ ଗୀତ ‘ଦୁଲ୍ହନ ଦୁଲ୍ହନ୍’ ଥିବା ବେଳେ ଏହା ସ୍ୱୟଂ ଓ ଅନ୍ତରାଙ୍କ କଣ୍ଠରେ ବେଶ ମନଛୁଆ ହୋଇଛି। ଏହି ଗୀତଟି ‘ତରଙ୍ଗ ମ୍ୟୁଜିକ୍’ର ୟୁଟ୍ୟୁବ୍ ଚ୍ୟାନେଲରେ ଶେୟାର ହୋଇଥିବା ବେଳେ ବେଶ୍ ପ୍ରଶଂସା ସାଉଁଟୁଛି। ଏହାକୁ ଏପର୍ଯ୍ୟନ୍ତ ୨ଲକ୍ଷ ୩୬ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬ ହଜାରରୁ ଅଧିକ ଲାଇକ୍ କରିଛନ୍ତି।

ଏହି ଫିଲ୍ମର ଆଉ ଏକ ଗୀତ ହେଲା ‘ମୋ ଝିଅକୁ ବାହା କରେଇବି ସେଇ ପୁଅକୁ’। ଏହି ଗୀତଟି ଅତ୍ୟନ୍ତ ହାସ୍ୟ ରସାତ୍ମକ ହୋଇଥିବା ବେଳେ ଏହାକୁ ନିର୍ମଳ ନାୟକ ରଚନା କରିଥିବା ବେଳେ ଅଭିଜିତ ମଜୁମଦାର ବୋଲିଛନ୍ତି। ଅଭିଜିତଙ୍କ ମଜାଦାର କଣ୍ଠରେ ପରିବେଶିତ ଏହି ଗୀତକୁ ଦର୍ଶକେ ବେଶ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଗୀତରେ ଶୀତଲଙ୍କ ବାପା ଭୂମିକାରେ ଅଭିନୟ କରୁଥିବା ପିଣ୍ଟୁ ନନ୍ଦ ଜବରଦସ୍ତ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳେ।

ଜଗଜିତ୍ ଓ ଶୀତଲଙ୍କ ଯୋଡିର ଏହି ପ୍ରଥମ ଫିଲ୍ମ ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ତରଙ୍ଗ ଟିଭିରେ ୱାର୍ଲ୍ଡ ପ୍ରିମିୟର୍ ହେବାକୁ ଯାଉଛି। ଚୋର ପୁଲିସକୁ ନେଇ ଗତିଶୀଳ ହେଉଥିବା ଏହି ଫିଲ୍ମରେ କ’ଣ ରହିଛି ପ୍ରେମ କାହାଣୀ ତାହା ଫିଲ୍ମ ରିଲିଜ ହେଲା ପରେ ହିଁ ଜଣାପଡିବ।

Taranga Cine Productions Chorani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ