Advertisment

ତାମିଲ ଅଭିନେତା ଡାନିଏଲ୍ ବାଲାଜୀଙ୍କ ପରଲୋକ

ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରୁ ଫ୍ୟାନ୍, ପ୍ରଶଂସକ ଡାନିଏଲଙ୍କୁ ଶେଷ ଥର ପାଇଁ ବିଦାୟ ଜଣାଇବାକୁ ପହଞ୍ଚିଛନ୍ତି। ଡାନିଏଲ୍‌ଙ୍କ ଦମଦାର ଅଭିନୟ ତାଙ୍କୁ ଦକ୍ଷିଣ ଭାରତରେ ବେଶ୍ ପପୁଲାର୍ କରିଥିଲା।

Daniel Balaji Passes Away

Daniel Balaji Passes Away

Advertisment

ତାମିଲ ଅଭିନେତା ଡାନିଏଲ୍ ବାଲାଜୀଙ୍କ ପରଲୋକ। ହୃଦଘାତରେ ଗତକାଲି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଡାନିଏଲ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୪୮ ବର୍ଷ ଡାନିଏଲଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି।

Advertisment

ଆଜି ତାଙ୍କ ଶେଷ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ଲୋକେ ଆସି ପହଞ୍ଚିଛନ୍ତି। ତାମିଲନାଡ଼ୁର ବିଭିନ୍ନ ଅଞ୍ଚଳରୁ ଫ୍ୟାନ୍, ପ୍ରଶଂସକ ଡାନିଏଲଙ୍କୁ ଶେଷ ଥର ପାଇଁ ବିଦାୟ ଜଣାଇବାକୁ ପହଞ୍ଚିଛନ୍ତି। ଡାନିଏଲ୍‌ଙ୍କ ଦମଦାର ଅଭିନୟ ତାଙ୍କୁ ଦକ୍ଷିଣ ଭାରତରେ ବେଶ୍ ପପୁଲାର୍ କରିଥିଲା। ଭିଲିଏନ୍ ଭାବେ ଏକାଧିକ ଫିଲ୍ମରେ ଚମତ୍କାର ଅଭିନୟ ଦେଖିଛନ୍ତି ଦର୍ଶକ। ବିଶେଷ ଭାବେ ବିଗଲ୍, ଭୈରବା, ମାୟାବନରେ ତାଙ୍କ ନେଗେଟିଭ୍ ଚରିତ୍ର ସବୁ ଦିନ ପାଇଁ ମନେ ରହିବ।

ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରୁଥିଲେ ଡାନିଏଲ ବାଲାଜୀ। ତାମିଲ ଫିଲ୍ମ ‘ବେଟ୍ଟୈୟାଡୁ ବିଲୈୟାଡୁ’ରେ ତାଙ୍କର ଅଭିନୟକୁ ସମସ୍ତ ପ୍ରଶଂସା କରିଛନ୍ତି। କମଲ ହାସଲଙ୍କ ଅସମାପ୍ତ ଡିମ୍‌ ପ୍ରୋଜେକ୍ଟ ‘ମରୁଧନାୟଗମ’ରେ ଜଣେ ୟୁନିଟ ପ୍ରଡକ୍ସନ ମ୍ୟାନେଜରରୁ କ୍ୟାରିୟର ଆରମ୍ଭ କରିଥିଲେ ଡାନିଏଲ। ପରବର୍ତ୍ତୀ ସମୟରେ ସେ ୨୦୦୦ ମସିହାରେ ତାମିଲର ଏକ ହିଟ୍ ଟେଲିଭିଜନ ଧାରାବାହିକ ‘ସିତ୍ତି’ରେ ଅଭିନୟ କରିଥିଲେ। ଏଥିରେ ସେ ଡାନିଏଲ ଚରିତ୍ରରେ ଅଭିନୟ କରିଥିଲେ। ଆଉ ତା’ ପରେ ସେ ଡାନିଏଲ ବାଲାଜୀ ନାଁରେ ପରିଚିତ ହୋଇଥିଲେ।

Advertisment

୨୦୦୨ରେ ସେ ତାମିଲ ଫିଲ୍ମ April Madhathiରେ ଡେବ୍ୟୁ କରିଥିଲେ। ତେବେ Kaakha Kaakha ତାଙ୍କୁ ଦେଇଥିଲା ପ୍ରସିଦ୍ଧି।  ଶେଷଥର ପାଇଁ ସେ ‘ଆର୍ଯ୍ୟବାନ’ରେ ଅଭିନୟ କରିଥିଲେ। ତାମିଲ ଫିଲ୍ମ ସହିତ ସେ ମଲୟାଲମ, ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରିଥିଲେ। 

Passes Away South Star
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ