Advertisment

୫୦ ବର୍ଷରେ ରୋମାନ୍ସ କରିବେ ତବୁ; କହିଲେ ରୋମାନ୍ସ କେବଳ ଯୁବପିଢି ପାଇଁ ନୁହେଁ

'ଔରୋଁ ମେ କ୍ୟା ଦମ୍ ଥା'ର ଟ୍ରେଲର ଲଞ୍ଚ ସମୟରେ ତବୁ ଏବଂ ଅଜୟ ଦେବଗନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ସେମାନେ ୫୦ ବର୍ଷ ବୟସରେ ରୋମାନ୍ସକୁ ନେଇ ମତ ରଖିଥିଲେ। ତବୁ ଏହା ସ୍ପଷ୍ଟ କରିଛନ୍ତି ଯେ ରୋମାନ୍ସ କେବଳ ଯୁବପିଢି ଭିତରେ ସୀମିତ ନୁହେଁ।

ଅଦ୍ୟତନ ହୋଇଛି
tabu said romance is not just for youngs only

tabu said romance is not just for youngs only

Advertisment

ଅଜୟ ଦେବଗନ୍ ଏବଂ ତବୁ ଇଣ୍ଡଷ୍ଟ୍ରିର ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ। ଗତ ୩୦ ବର୍ଷ ମଧ୍ୟରେ ଉଭୟ ତାରକା ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ଯେତେବେଳେ ୯୦ ଦଶକର ହିଟ୍ ଯୋଡିଙ୍କ କଥା ଆସେ, ଅଜୟ ଦେବଗନ୍ ଏବଂ ତବୁଙ୍କ ନାମ ସବୁବେଳେ ଉଲ୍ଲେଖ କରାଯାଇଥାଏ। ଦୁହେଁ ଏକାଠି ପ୍ରାୟ ୯-୧୦ ଚଳଚ୍ଚିତ୍ର କରିଛନ୍ତି।

Advertisment

ବର୍ତ୍ତମାନ ଏହି ଯୋଡିଙ୍କୁ ନୀରଜ ପାଣ୍ଡେଙ୍କ 'ଔରୋଁ ମେ କ୍ୟା ଦମ୍ ଥା'ରେ ଏକାଠି ଦେଖିବାକୁ ମିଳିବ। ଏହା ଏକ ଲଭ୍‌ ଷ୍ଟୋରୀ ହେବ। ଗୋବିନ୍ଦା, ଅନିଲ କପୁର, ଆୟୁଷ୍ମାନ ଖୁରାନାଙ୍କ ସମେତ ଅନେକ ପ୍ରସିଦ୍ଧ ତାରକାଙ୍କ ସହ କାମ କରିଥିବା ତବୁଙ୍କୁ ଏବେ ୫୦ ବର୍ଷ ହୋଇଛି। ଏହି ବୟସରେ ଏକ ରୋମାଣ୍ଟିକ୍ ଫିଲ୍ମ କରିବାକୁ ନେଇ ସେ ତାଙ୍କ ନୀରବତା ଭାଙ୍ଗିଛନ୍ତି।

'ଔରୋଁ ମେ କ୍ୟା ଦମ୍ ଥା'ର ଟ୍ରେଲର ଲଞ୍ଚ ସମୟରେ ତବୁ ଏବଂ ଅଜୟ ଦେବଗନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ସେମାନେ ୫୦ ବର୍ଷ ବୟସରେ ରୋମାନ୍ସକୁ ନେଇ ମତ ରଖିଥିଲେ। ତବୁ ଏହା ସ୍ପଷ୍ଟ କରିଛନ୍ତି ଯେ ରୋମାନ୍ସ କେବଳ ଯୁବପିଢି ଭିତରେ ସୀମିତ ନୁହେଁ।

Advertisment

ସେ କହିଛନ୍ତି ଯେ “ମତେ ଲାଗୁ ନାହିଁ ଯେ ଯେତେବେଳେ ଆପଣ ରୋମାନ୍ସ, ପ୍ରେମ ଏବଂ କୌଣସି ସମ୍ପର୍କ ବିଷୟରେ କଥା ହେଉଛନ୍ତି ସେତେବେଳେ କୌଣସି ପ୍ରତିବନ୍ଧକ ଆସେ ବୋଲି। ପ୍ରକୃତରେ ମୁଁ ଭାବୁଛି ଏହି ଚଳଚ୍ଚିତ୍ର ପ୍ରେମ ଏବଂ ରୋମାନ୍ସ ଅପେକ୍ଷା ଏକ ସମ୍ପର୍କକୁ ନେଇ ବେଶି। ମାନବୀୟ ସମ୍ପର୍କ ହେଉଛି ସବୁଠାରୁ ମଜାଦାର ବିଷୟ, ଯାହା ସିନେମାରେ ମିଳିବ।”

ତବୁ ଆହୁରି କହିଛନ୍ତି ଯେ, “ସମ୍ପର୍କକୁ କେଉଁଠିକୁ ନିଆଯାଇପାରେ ଏହାର କୌଣସି ଅନ୍ତ ନାହିଁ ଏବଂ ପ୍ରେମ ଆଉ ରୋମାନ୍ସ ହେଉଛି ମଣିଷର ସମ୍ପର୍କର ଏକ ଅଂଶ।” ସେହିପରି ଅଜୟ ମଧ୍ୟ ବିଶ୍ୱାସ କରନ୍ତି ଯେ ସମୟ ସହିତ ପ୍ରେମ ଏବଂ ଭାବନା ଗଭୀର ହୋଇଯାଏ।

Advertisment

ଟ୍ରେଲର ଲଞ୍ଚ ଇଭେଣ୍ଟରେ ତବୁଙ୍କୁ ତାଙ୍କର ଶେଷ ଚଳଚ୍ଚିତ୍ର 'କ୍ରୁ'ର ସଫଳତା ବିଷୟରେ ଏବଂ ନିର୍ମାତା କ’ଣ ଏହି ମହିଳା-କେନ୍ଦ୍ରିକ ବିଷୟ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାରେ ସକ୍ଷମ ହେବେ ବୋଲି ପଚରାଯାଇଥିଲା। କିନ୍ତୁ ତବୁ ଉତ୍ତର ଦେବା ପୂର୍ବରୁ ଅଜୟ କହିଛନ୍ତି, ଏଥିରେ କିଛଇ ଅସୁବିଧା ନାହିଁ ।

ଅଜୟଙ୍କ କହିବା କଥା, “ସମସ୍ତେ ପୂର୍ବରୁ ଏହା କରିସାରିଛନ୍ତି। ଏପରି ଚଳଚ୍ଚିତ୍ର ଆସୁଛି ଯେଉଁଠାରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ସାହସ ସହିତ ଏହାର କୌଣସି ନେଣ-ଦେଣ ନାହିଁ। ଏହା କେବଳ ଏକ ଭଲ ସ୍କ୍ରିପ୍ଟ ଉପରେ ନିର୍ଭର କରେ। ଯଦି ଏକ ଶକ୍ତିଶାଳୀ ମହିଳା ଲିଡ୍ ସହିତ ଏକ ଭଲ କାହାଣୀ ଆସେ, ତେବେ ସେ ଏହା କରନ୍ତି।”

Ajay Devgn Bollywood Tabu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ