Advertisment

‘ତାରକ ମେହେଟା କା ଉଲ୍‌ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଆସିଲା ଦୁଃଖ ଖବର

ଟିଭି ଧାରାବାହିକ ‘ତାରକ ମେହେଟା କା ଉଲ୍‌ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଏକ ଦୁଃଖ ଖବର ଆସିଛି। ଖବର ମୁତାବକ, ଅଭିନେତା ୨୨ ଏପ୍ରିଲରୁ ନିଖୋଜ ଅଛନ୍ତି। ଏହି ଖବର ସମଗ୍ର ଟିଭି ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି।

ଅଦ୍ୟତନ ହୋଇଛି
taarak Mehta ka ooltah chashmah fame mr sodhi goes missing

taarak Mehta ka ooltah chashmah fame mr sodhi goes missing

Advertisment

ଲୋକପ୍ରିୟ ଟିଭି ଧାରାବାହିକ ‘ତାରକ ମେହେଟା କା ଉଲ୍‌ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଏକ ଦୁଃଖ ଖବର ଆସିଛି। ଖବର ମୁତାବକ, ଅଭିନେତା ୨୨ ଏପ୍ରିଲରୁ ନିଖୋଜ ଅଛନ୍ତି। ଏହି ଖବର ସମଗ୍ର ଟିଭି ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣାରେ ଅଭିନେତାଙ୍କ ପରିବାର ଅପହରଣ ମାମଲା ଦାଖଲ କରିଛନ୍ତି। ଆଇପିସିର ଧାରା ୩୬୫ ଅନୁଯାୟୀ FIR ମଧ୍ୟ ପଞ୍ଜିକୃତ ହୋଇଛି।

Advertisment

ପୋଲିସକୁ କିଛି ସିସିଟିଭି ଫୁଟେଜ୍‌ ମିଳିଛି, ଯେଉଁଥିପାଇଁ ଏହାକୁ ଅପହରଣ ମାମଲା ବୋଲି କୁହାଯାଉଛି। ‘ତାରକ ମେହେଟା କା ଉଲ୍‌ଟା ଚଶମା’ରେ ମିସେସ୍ ସୋଡି ଭୂମିକାରେ ନଜର ଆସିଥିବା ଜେନିଫର ମିସ୍ତ୍ରୀ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ତାଙ୍କ ପୂର୍ବତନ ସହ-କଳାଆର ଗୁରୁଚରଣ ସିଂହ ନିଖୋଜ ହୋଇଯାଇଥିବା ଜାଣି ଜେନିଫର୍ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଅସିତ କୁମାର ମୋଦୀଙ୍କ ଶୋ’ରେ ଗୁରୁଚରଣ ଏବଂ ଜେନିଫର ମିଷ୍ଟର ଏବଂ ମିସେସ୍ ସୋଡିଙ୍କ ଭୂମିକାରେ ଅଭିନୟ କରୁଥିଲେ। ୨୦୨୦ରେ ଗୁରୁଚରଣ ସିଟ୍‌କମ୍ ଛାଡିଥିବାବେଳେ ଜେନିଫର୍ ୨୦୨୩ରେ ଶୋ’ ଛାଡିଥିଲେ। ଶୋ’ର ନିର୍ମାତା ଅସିତ ମୋଦୀଙ୍କ ସହ ବିବାଦ ପରେ ଜେନିଫର ଶୋ’ ଛାଡିଥିଲେ। ଏହା ପରେ ଏବେ ସୁଦ୍ଧା ଅସିତ ମୋଦୀଙ୍କ ସହ ତାଙ୍କର ଲଢେଇ ଚାଲିଛି।

Advertisment

ନିକଟରେ ଏକ ସାକ୍ଷାତକାର ବେଳେ ଜେନିଫର୍ ଆଶା ପ୍ରକାଶ କରିଥିଲେ ଯେ ଗୁରୁଚରଣ ନିରାପଦ ଏବଂ ସୁସ୍ଥ ଅଛନ୍ତି। ସେ କହିଥିଲେ- “ଏହା ଚମକେଇଦେଲା ଭଳି ଏବଂ ମୁଁ ଆଶା କରୁଛି ଏବଂ ପ୍ରାର୍ଥନା କରୁଛି ଯେ ସେ ସୁରକ୍ଷିତ ଥିବେ ଆଉ ସୁସ୍ଥ ମଧ୍ୟ। ମୁଁ କେବଳ ପ୍ରାର୍ଥନା କରୁଛି ଯେ ତାଙ୍କର କିଛି ନ ହେଉ। ସେ ଜଣେ ଆଧ୍ୟାତ୍ମିକ ଏବଂ ଉତ୍ତମ ବ୍ୟକ୍ତି।”

‘ତାରକ ମେହେଟା କା ଉଲ୍‌ଟା ଚଶମା’ ଛାଡିବା ପରେ ସେ ଗୁରୁଚରଣଙ୍କ ସହ ଯୋଗାଯୋଗରେ ଅଛନ୍ତି କି ବୋଲି ପଚରାଯିବାରୁ ଜେନିଫର କହିଛନ୍ତି, “ଗତ ଜୁନ୍ ଠାରୁ ମୁଁ ତାଙ୍କ ସହ ଯୋଗାଯୋଗ କରି ନାହିଁ। ଏହା ପରେ ଆମେ ପରସ୍ପର ସହ କଥା ହୋଇ ନାହୁଁ। ପୂର୍ବରୁ ଆମେ ଯୋଗାଯୋଗରେ ଥିଲୁ। ଫେବୃଆରୀରେ ‘ତାରକ ମେହେଟା କା ଉଲ୍‌ଟା ଚଶମା’ର ୪୦୦୦ ଏପିସୋଡ୍ ପୂରଣ ନେଇ ସେ ମୋତେ ଅଭିନନ୍ଦନ ମେସେଜ୍ ପଠାଇଥିଲେ। ଏହା ବ୍ୟତୀତ ଆମେ ପରସ୍ପରକୁ ଆଉ ମେସେଜ୍ ପଠାଇ ନାହୁଁ କି ସମ୍ପର୍କରେ ନାହୁଁ।”

Advertisment

ଗୁରୁଚରଣ ସିଂହଙ୍କ ନିଖୋଜ ଖବର ଶୁକ୍ରବାର ଦିନ ଅନ୍‌ଲାଇନ୍‌ରେ ପ୍ରକାଶ ପାଇଥିଲା ଯେତେବେଳେ ତାଙ୍କ ବାପା ଏକ ଅଭିଯୋଗ ଦାଖଲ କରିଥିଲେ, ଯେଉଁଥିରେ ଲେଖାଥିଲା, “ମୋ ପୁଅ ଗୁରୁଚରଣ ସିଂହ, ବୟସ: ୫୦ ବର୍ଷ, ଏପ୍ରିଲ ୨୨ ରେ ସକାଳ ୮:୩୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ସେ ବିମାନ ଧରିବାକୁ ବିମାନବନ୍ଦରକୁ ଯାଇଥିଲେ। ସେ ମୁମ୍ବାଇରେ ପହଞ୍ଚି ନାହାଁନ୍ତି କିମ୍ବା ଘରକୁ ଫେରି ନାହାଁନ୍ତି ଏବଂ ତାଙ୍କ ଫୋନ୍ ମଧ୍ୟ ମିଳୁ ନାହିଁ। ସେ ମାନସିକ ସ୍ତରରେ ସ୍ଥିର ଏବଂ ଆମେ ତାଙ୍କୁ ଖୋଜୁଥିଲୁ କିନ୍ତୁ ବର୍ତ୍ତମାନ ସେ ନିଖୋଜ ଅଛନ୍ତି।”

Tarak Mehta Ka Ooltah Chashmah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ