Advertisment

ମୋ ବୁଢା ବାପାମାଆଙ୍କର ଯତ୍ନ ନେବା ପାଇଁ ମୁଁ କାମ ଖୋଜୁଛି, ହେଲେ କାମ ମିଳୁନି; ଗୁରୁଚରଣ ସିଂହ

‘ତାରକ ମେହେଟା କା ଉଲ୍‌ଟା ଚଶ୍‌ମା’ରେ ରୋଶନ ସିଂହ ସୋଡି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଗୁରୁଚରଣ ସିଂହ ଏପ୍ରିଲରେ ଗୋଟିଏ ମାସ ନିଖୋଜ ହେବା ପରେ ଜୁଲାଇରେ ମୁମ୍ବାଇ ଫେରିଥିଲେ। ଅଭିନେତା ପ୍ରକାଶ କରିଛନ୍ତି ଯେ ତାଙ୍କର ୧.୨ କୋଟି ଟଙ୍କାର ଋଣ ଅଛି। ସେ କହିଛନ୍ତି ଯେ ସେ କାମ ଖୋଜୁଛନ୍ତି, କିନ୍ତୁ ତାଙ୍କୁ କୌଣସି କାମ ମିଳୁନି।

ଅଦ୍ୟତନ ହୋଇଛି
Taarak Mehta actor gurucharan singh says burdened by rs 12 cr debt

Taarak Mehta actor gurucharan singh says burdened by rs 12 cr debt

Advertisment

‘ତାରକ ମେହେଟା କା ଉଲ୍‌ଟା ଚଶ୍‌ମା’ ବର୍ଷ ବର୍ଷ ଧରି ଟିଭିର ଏକ ପ୍ରିୟ ଶୋ’ ହୋଇରହିଛି। ଏହି ଶୋ’ର ଅନେକ ଚରିତ୍ର ପରିବର୍ତ୍ତନ ହୋଇ ନୂଆ ହୋଇଛନ୍ତି। ପୁରୁଣାମାନେ ବଦଳିଛନ୍ତି ସତ କିନ୍ତୁ ଲୋକମାନେ ସେହି ଚରିତ୍ରଗୁଡ଼ିକୁ ଏତେ ପସନ୍ଦ କରିଛନ୍ତି ଯେ ଆଜି ମଧ୍ୟ ଲୋକମାନେ ସେମାନଙ୍କୁ ସେହି ନାଁରେ ଡାକନ୍ତି। ଏହି ଶୋ’ରେ ରୋଶନ ସିଂହ ସୋଡି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଗୁରୁଚରଣ ସିଂହ ଏପ୍ରିଲରେ ଗୋଟିଏ ମାସ ନିଖୋଜ ହେବା ପରେ ଜୁଲାଇରେ ମୁମ୍ବାଇ ଫେରିଥିଲେ।

Advertisment

ନିକଟରେ ଅଭିନେତା ପ୍ରକାଶ କରିଛନ୍ତି ଯେ ତାଙ୍କର ୧.୨ କୋଟି ଟଙ୍କାର ଋଣ ଅଛି। ସେ କହିଛନ୍ତି ଯେ ସେ କାମ ଖୋଜୁଛନ୍ତି, କିନ୍ତୁ ତାଙ୍କୁ କୌଣସି କାମ ମିଳୁନି, ଯେଉଁଥିପାଇଁ ସେ ଅର୍ଥ ସଙ୍କଟରେ ପଡିଛନ୍ତି।

ସିଦ୍ଧାର୍ଥ କନ୍ନନଙ୍କ ସହ ବାର୍ତ୍ତାଳାପରେ ସେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ କାମ ଖୋଜୁଛନ୍ତି କିନ୍ତୁ ତାଙ୍କୁ କୌଣସି କାମ ମିଳୁ ନାହିଁ। ଅଭିନେତା କହିଛନ୍ତି ଯେ ସେ ତାଙ୍କ ମା’ଙ୍କର ଯତ୍ନ ନେବା ଏବଂ ଋଣ ପରିଶୋଧ କରିବା ଏବଂ ଦ୍ୱିତୀୟ ଇନିଂସ ଆରମ୍ଭ କରିବା ପାଇଁ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି।

Advertisment
Taarak Mehta actor gurucharan singh says burdened by rs 12 cr debt
ବାର୍ତ୍ତାଳାପରେ ସେ ନିଜର ଦୁଃଖ ପ୍ରକାଶ

ଗୁରୁଚରଣ ସିଂହ କହିଛନ୍ତି ଯେ “ମୁଁ କାମ ଖୋଜିବାକୁ ଏକ ମାସ ପାଇଁ ମୁମ୍ବାଇରେ ଅଛି। ମୁଁ ଭାବୁଛି ଲୋକମାନେ ମୋତେ ଭଲ ପାଆନ୍ତି ଏବଂ ସେମାନେ ମୋତେ ଦେଖିବାକୁ ଚାହାଁନ୍ତି। ମୋର ଖର୍ଚ୍ଚ ପରିଚାଳନା କରିବା, ମା’ଙ୍କର ଯତ୍ନ ନେବା ଏବଂ ମୋ ଋଣ ପରିଶୋଧ କରିବାକୁ ମୁଁ ମଧ୍ୟ ଟଙ୍କା ରୋଜଗାର କରିବାକୁ ଚାହୁଁଛି। ମୁଁ କିଛି ଭଲ କାମ କରିବାକୁ ଏବଂ ମୋର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବାକୁ ଚାହୁଁଛି।”

Taarak Mehta actor gurucharan singh says burdened by rs 12 cr debt
ଲୋକମାନେ ମୋତେ ଭଲ ପାଆନ୍ତି

ସେ ପୁଣି କହିଛନ୍ତି ଯେ “ମୋର ଟଙ୍କା ଦରକାର କାରଣ ମୋତେ EMI ଏବଂ କ୍ରେଡିଟ୍‌ କାର୍ଡ ଭରିବାକୁ ପଡିବ। ମୋତେ ଏବେ ବି ଟଙ୍କା ମାଗିବାକୁ ପଡୁଛି ଏବଂ କିଛି ଭଲ ଲୋକ ଅଛନ୍ତି ଯେଉଁମାନେ ମୋତେ ଉଧାର ଦିଅନ୍ତି କିନ୍ତୁ ମୋର କରଜ ବଢୁଛି। ମୁଁ କାମ କରିବାକୁ ଚାହେଁ କାରଣ ମତେ ମଧ୍ୟ ମୋ ବୁଢା ବାପାମାଆଙ୍କର ଯତ୍ନ ନେବାକୁ ପଡୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ କଠିନ ଖାଦ୍ୟ ନେବା ବନ୍ଦ କରି ଦେଇଛି ଏବଂ ପ୍ରାୟ ଏକ ମାସ ହେବ ତରଳ ଖାଦ୍ୟ ଖାଉଛି।

Advertisment
Taarak Mehta actor gurucharan singh says burdened by rs 12 cr debt
ବାପାମାଆଙ୍କ ସହ ଗୁରୁଚରଣ ସିଂହ

ଗୁରୁଚରଣ ସିଂହ କହିଛନ୍ତି, “ମୁଁ ଗତ ୩୪ ଦିନ ହେଲା ଖାଇବା ବନ୍ଦ କରିଦେଇଛି। ମୁଁ କ୍ଷୀର, ଚା’ ଏବଂ ପଇଡ ଭଳି ତରଳ ଖାଦ୍ୟରେ ବଞ୍ଚିଛି। ଗତ ଚାରି ବର୍ଷ ମଧ୍ୟରେ ମୁଁ କେବଳ ବିଫଳତା ଦେଖିଛି। ମୁଁ ବିଭିନ୍ନ ଜିନିଷ, ବ୍ୟବସାୟ ଏବଂ ସବୁକିଛି ଚେଷ୍ଟା କରିଛି କିନ୍ତୁ ସବୁକିଛି ବିଫଳ ହେଉଛି। ବର୍ତ୍ତମାନ ମୁଁ ଥକି ପଡିଛି।”

Taarak Mehta actor gurucharan singh says burdened by rs 12 cr debt
ମୋ ଋଣ ପ୍ରାୟ ୧.୨ କୋଟି ଟଙ୍କା

ସେ ତାଙ୍କ କରଜ ବିଷୟରେ କହିଛନ୍ତି୍ ଯେ 'ମୋର ବହୁତ ଧାର-କରଜ ହୋଇଗଲାଣି। ବ୍ୟାଙ୍କ ଏବଂ କ୍ରେଡିଟ୍ କାର୍ଡ କମ୍ପାନୀଗୁଡିକ ପାଇଁ ମୋର ୬୦ ଲକ୍ଷ ଟଙ୍କା ବାକି ହେଲାଣି। ମୁଁ ଜାଣେ ଯେ କିଛି ଦୟାଳୁ ଲୋକ ମୋତେ ଧାର ଦେଇଛନ୍ତି ଏବଂ ମୁଁ ସେମାନଙ୍କ ପାଖରେ ମଧ୍ୟ ସେତିକି ଋଣୀ। ମୋଟ ଉପରେ, ମୋ ଋଣ ପ୍ରାୟ ୧.୨ କୋଟି ଟଙ୍କା।”

ଆର୍ଥିକ ଅସୁବିଧା ହେତୁ ଗୁରୁଚରଣ ସିଂହଙ୍କ ନିଖୋଜ ହେବାର କଥା ଗୁଜବ ଥିଲା। ତେବେ ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଥିଲେ ଯେ ସେ ଏକ ଆଧ୍ୟାତ୍ମିକ ଯାତ୍ରାରେ ଥିଲେ। ସେ କହିଥିଲେ ଯେ “ମୁଁ ଋଣରେ ବୁଡିବା ଏବଂ ଧାର ସୁଝିବା ନେଇ ଅସମର୍ଥ କାରଣରୁ ନିଖୋଜ ନ ଥିଲି।”

Tarak Mehta Ka Ooltah Chashmah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ