Advertisment

ଆସୁଛି ମିତାଲୀ ରାଜ୍‌ଙ୍କ ବାୟୋପିକ୍ : ତାପସୀ କରିବେ ହଇଚଇ

ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର କଥା କହିବ 'ସାବାସ୍ ମିଟ୍ଠୁ' । ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
Taapsee Pannu upcoming movie based on Mithali Raj biopic

Taapsee Pannu upcoming movie based on Mithali Raj biopic

Advertisment

ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୀତ 'ସାବାସ୍ ମିଟ୍ଠୁ'ର ରିଲିଜ ତାରିଖ ପ୍ରକାଶ ପାଇଛି। ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି ଯେ ଏହା ଜୁଲାଇ ମାସରେ ରିଲିଜ ହେବାକୁ ଯାଉଛି। ତେବେ 'ସାବାସ୍ ମିଟ୍ଠୁ' ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର ବିଷୟରେ କହିବ। ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।

Advertisment

ଉଲ୍ଲେଖନୀୟ ବିଷୟ ହେଉଛି, ମିତାଲି ରାଜଙ୍କ କ୍ୟାରିଅର୍ ୨୩ ବର୍ଷର, ସେ କ୍ରମାଗତ ସାତଥର ୱାଣ୍ଡେରେ ଅର୍ଦ୍ଧ ଶତକ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହିତ ସେ ୪ ଟି ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ୱ ନେଇଛନ୍ତି।

ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରି ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟର ଶେୟାର କରିଛନ୍ତି। ତାପସୀ ଲେଖିଛନ୍ତି "ସେଝି ଝିଅଠାରୁ ଅଧିକ ଶକ୍ତିଶାଳୀ ଆଉ କେହି ହୋଇପାରିବେ ନାହିଁ, ଯାହା ପାଖରେ କିଛି କରି ଦେଖେଇବାର ସ୍ୱପ୍ନ ଅଛି। ଏହାକୁ ସଫଳ କରିବା ପାଇଁ ଯୋଜନା ଅଛି! ଏହା ହେଉଛି ଏମିତି ଏକ ଝିଅର କାହାଣୀ ଯିଏ ଏହି "ଜେଣ୍ଟଲମ୍ୟାନ୍ ଗେମ୍"ରେ ନିଜର ସ୍ଥାନ ତିଆରି କରିପାରିଛି ଓ ବ୍ୟାଟ୍ ଧରି ନିଜ ସ୍ୱପ୍ନର ପଛରେ ଗୋଡେଇଛି। ତେବେ ‘ସାବାସ ମିଟ୍ଠୁ : ଦ ଅନହର୍ଡ ଷ୍ଟୋରୀ ଅଫ ୱିମେନ ଇନ୍ ବ୍ଲ୍ୟୁ’ର ଏହି ଅକୁହା କାହାଣୀ ଜୁଲାଇ ୧୫ରେ ପରଦାକୁ ଆସିବ।

Advertisment
Advertisment

ଏହା ପୂର୍ବରୁ ମାର୍ଚ୍ଚ ମାସରେ 'ସାବାସ୍ ମିଟ୍ଠୁ'ର ନିର୍ମାତା ଫିଲ୍ମର ଏକ ଟିଜର ରିଲିଜ କରିଥିଲେ। ୧ ମିନିଟ୍‌ର ଏହି ଟିଜର୍‌ରେ ଅଭିନେତ୍ରୀ ତାପସୀ ପନ୍ନୁ ଦର୍ଶକମାନଙ୍କ ଗର୍ଜନରରେ ଷ୍ଟାଡିୟମରେ ପାଦ ଦେଇଥିବା ଦେଖାଯାଇଥିଲା।

Taapsee Pannu Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ