Advertisment

ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ଅପମାନିତ ହୋଇଥିଲେ ତାପସୀ ପନ୍ନୁ

ତାପସୀ ପନ୍ନୁ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଇଭେଣ୍ଟର ଫାଇନାଲ୍‌ରେ ତାଙ୍କୁ ମିଳିଥିଲା ପୁରସ୍କାର। କିନ୍ତୁ ତାଙ୍କୁ ଏଠି ଅପମାନ କରାଯାଇଥିଲା। ଜାଣନ୍ତୁ ତାଙ୍କ ଟ୍ରେନର ତାଙ୍କୁ କ’ଣ କହି ସର୍ବସାଧାରଣରେ ଅପମାନ କରିଥିଲେ।

ଅଦ୍ୟତନ ହୋଇଛି
Taapsee pannu faced humiliation during miss india competition

Taapsee pannu faced humiliation during miss india competition

Advertisment

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଯୁବ ଅଭିନେତ୍ରୀମାନଙ୍କ ମଧ୍ୟରୁ ତାପସୀ ପନ୍ନୁ ଅନ୍ୟତମ। ସେ ତାଙ୍କର ଅଭିନୟର ଦକ୍ଷତାରେ ଦର୍ଶକଙ୍କୁ ପ୍ରଭାବିତ କରିବା ସହିତ ଏବଂ ନିଜର ଏକ ସ୍ୱତନ୍ତ୍ର ଫ୍ୟାନ୍‌ବେସ୍ ତିଆରି କରିପାରିଛନ୍ତି। ବଲିଉଡ୍‌ର ‘ଏ’ ଲିଷ୍ଟ୍‌ର ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ଗଣା ହୁଅନ୍ତି। ସେ ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ମଡେଲିଂ କରୁଥିଲେ। କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ ସେ ମଧ୍ୟ ମିସ୍ ଇଣ୍ଡିଆ ପ୍ରତିଯୋଗୀ ହୋଇଛନ୍ତି। ଯେତେବେଳେ ସେ ପାଠ ପଢୁଥିଲେ ସେତେବେଳେ ମିସ୍ ଇଣ୍ଡିଆ ପେଜେଣ୍ଟ୍‌ରେ ଭାଗ ନେଇଥିଲେ।

Advertisment

ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ତାପସୀ ପନ୍ନୁ ଭାଗ ନିଅନ୍ତୁ ବୋଲି ତାଙ୍କ ବାପାମାଆ ଚାହୁଁ ନଥିଲେ। ସେମାନେ ତାଙ୍କୁ ବିରୋଧ କରୁଥିଲେ। କିନ୍ତୁ ତାପସୀ ବାପାମାଆଙ୍କୁ କହିଲେ ଯେ ସେ ପାଠ ପଢିବେ ଆଉ ଭଲ ମାର୍କ ମଧ୍ୟ ଆଣିବେ। ଏହା ପରେ ତାଙ୍କ ବାପାମାଆ ଏଥିରେ ସହମତ ହୋଇଥିଲେ।

ତାପସୀ ପନ୍ନୁ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଇଭେଣ୍ଟର ଫାଇନାଲ୍‌ରେ ତାଙ୍କୁ 'ଫେମିନା ମିସ୍ ଫ୍ରେସ୍ ଫେସ୍' ଏବଂ 'ଫେମିନା ମିସ୍ ବିୟୁଟିଫୁଲ୍ ସ୍କିନ୍' ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ସେ ମିସ୍ ଇଣ୍ଡିଆର ମୁକୁଟ ଜିତିବାରେ ବିଫଳ ହୋଇଥିଲେ।

Advertisment

ତେବେ ନିକଟରେ ଏକ ସାକ୍ଷାତକାରରେ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଗୁମର ଖୋଲିଛନ୍ତି। ଏଥିରେ ସେ ସମ୍ମୁଖୀନ ହୋଇଥିବା ଭେଦଭାବ, ପକ୍ଷପାତିତା ଏବଂ ତାଙ୍କୁ ମିଳିଥିବା ଧମକ ବିଷୟ କହିଛନ୍ତି। ସେ କହିଛନ୍ତି “ସତ କ’ଣ ପଚାର ନାହିଁ। ମୁଁ ମିଛ ବି କହିପାରିବିନି। ମୁଁ ହୁଏତ ସତ ମଧ୍ୟ କହି ପାରିବିନି। କିନ୍ତୁ ମୋ ପକ୍ଷେ ଯେତିକି ସମ୍ଭବ ସେତିକି କହିବି।” ଯେତେବେଳେ ତାଙ୍କୁ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଚୟନ କରାଗଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତାପସୀ ପନ୍ନୁ କହିଛନ୍ତି ଯେ ସେ ଶ୍ରେଷ୍ଠ ୨୮ରେ ସ୍ଥାନ ପାଇଥିଲେ। ସେ ନିଶ୍ଚିତ ଥିଲେ ଯେ ଯେତେବେଳେ ସେ ଶ୍ରେଷ୍ଠ ୧୦ରେ ପହଞ୍ଚିବେ ତାଙ୍କୁ ମିସ୍ ଇଣ୍ଡିଆ ପ୍ରତିଯୋଗିତାରୁ ବାହାର କରିଦିଆଯିବ। ପ୍ରକୃତରେ ତାପସୀଙ୍କ କହିବା କଥା ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ। ଜଣେ ମଡେଲିଂ ଶିକ୍ଷକ ତାଙ୍କୁ ତାଲିମ ଦେଉଥିଲେ। ମଡେଲିଂ ଶିକ୍ଷକଙ୍କ ନା’ ହେମନ୍ତ ତ୍ରିବେଦୀ ଥିଲା। ତାପସୀ କହିଛନ୍ତି ଯେ ସେ ତାଙ୍କୁ ସମସ୍ତଙ୍କ ଆଗରେ ବହୁତ ଅପମାନିତ କରୁଥିଲେ।

Advertisment

ତାପସୀଙ୍କ କହିବା କଥା ହେମନ୍ତ ତ୍ରିବେଦୀ ତାଙ୍କୁ କହୁଥିଲେ, ଯଦି ଏହି ପ୍ରତିଯୋଗିତା ତାଙ୍କ ହାତରେ ଥାଆନ୍ତା, ତେବେ ସେ କଦାପି ଶୀର୍ଷ ୨୮ରେ ପହଞ୍ଚି ନଥାନ୍ତେ। ତାପସୀ ପନ୍ନୁ କହିଛନ୍ତି ଯେ ସେ ଜଣେ ପେସାଦାର ମଡେଲ ନୁହଁନ୍ତି। ସେ କୌଣସି ଟିଭି ବିଜ୍ଞାପନ କରି ନଥିଲେ କି କୌଣସି ରାମ୍ପ୍‌ରେ ଚାଲି ନଥିଲେ। କେବଳ ଫଟୋସୁଟ୍ ଆଧାରରେ ଶୀର୍ଷ ୨୮ରେ ପହଞ୍ଚି ଯାଇଥିଲେ। ତାଙ୍କ ବ୍ୟତୀତ ଏଠାରେ ଭାଗ ନେଇଥିବା ଅନ୍ୟ ସମସ୍ତେ ପେସାଦାର ମଡେଲ୍ ଥିଲେ।

Bollywood Taapsee Pannu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ