Advertisment

ନିଶା ଖାଇ ଜେଲରେ ଆର୍ଯ୍ୟନ, କିନ୍ତୁ ହତ୍ୟାକରି ଘରେ ଆରାମ କରୁଛି ମନ୍ତ୍ରୀ ପୁଅ

ସାରା ଦେଶରେ ବର୍ତ୍ତମାନ ଦୁଇଟି ଖବର ଚର୍ଚ୍ଚାରେ ରହିଛି। ଗୋଟିଏ ହେଉଛି ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଅନ୍ୟଟି ହେଉଛି ଉତ୍ତର ପ୍ରଦେଶର ଲଖିମପୁର ହିଂସା ଘଟଣା। ଆର୍ଯ୍ୟନଙ୍କ ମାମଲାକୁ ନେଇ ବଲିଉଡର ଅନେକ କଳାକାରମାନେ ସ୍ୱର ଉଠେଇ ଆସୁଛନ୍ତି। ବର୍ତ୍ତମାନ ସ୍ୱରା ଭାସ୍କର ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Swara Bhasker tweets on lakhimpur violence

Swara Bhasker tweets on lakhimpur violence

Advertisment

ନୂଆଦିଲ୍ଲୀ : ସାରା ଦେଶରେ ବର୍ତ୍ତମାନ ଦୁଇଟି ଖବର ଚର୍ଚ୍ଚାରେ ରହିଛି। ଗୋଟିଏ ହେଉଛି ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଅନ୍ୟଟି ହେଉଛି ଉତ୍ତର ପ୍ରଦେଶର ଲଖିମପୁର ହିଂସା ଘଟଣା। ଆର୍ଯ୍ୟନଙ୍କ ମାମଲାକୁ ନେଇ ବଲିଉଡର ଅନେକ କଳାକାରମାନେ ସ୍ୱର ଉଠେଇ ଆସୁଛନ୍ତି। ବର୍ତ୍ତମାନ ସ୍ୱରା ଭାସ୍କର ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Advertisment

ସ୍ୱରା ଟ୍ୱିଟ୍ କରି କହିଛନ୍ତି ଯେ “ମନ୍ତ୍ରୀଙ୍କ ପୁଅ ଯିଏ ଜାଣିଶୁଣି ୪ ଜଣ ଲୋକଙ୍କୁ ମାରିଦେଲା(ଭିଡିଓରେ ଏହାର ପ୍ରମାଣ ଅଛି) ସେ ଘରେ ଆରାମରେ ରହିଛି। କିନ୍ତୁ ଶାହରୁଖଙ୍କ ପୁଅ ନିଶା ଖାଇବା କାରଣରୁ ଜେଲ୍‌ରେ ଅଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ନବ ଭାରତରେ ବର୍ବରତାରେ କରାଯାଇଥିବା ହତ୍ୟା ସମୂହ ନିଶା ସେବନ ଠାରୁ ବେଶି ସ୍ୱୀକାର୍ଯ୍ୟ।”

Advertisment

ସ୍ୱରାଙ୍କର ଏହି ଟ୍ୱିଟ୍ ସ୍ପଷ୍ଟ କରୁଛି ଯେ ଲଖିମପୁର ହିଂସାରେ ମନ୍ତ୍ରୀଙ୍କ ପୁଅ ସହିତ କରାଯାଉଥିବା କୋହଳ ପଣକୁ ସେ ନିନ୍ଦା କରିଛନ୍ତି। ସ୍ୱରାଙ୍କ ବ୍ୟତୀତ ବଲିଉଡ୍ ଅଭିନେତା ସୋନୁ ସୁଦ ମଧ୍ୟ ଆର୍ଯ୍ୟନ ଖାନଙ୍କୁ ଅପ୍ରତ୍ୟେକ୍ଷ ଭାବେ ସମର୍ଥନ କରିଛନ୍ତି।

ସୋନୁ ସୁଦ ଟ୍ୱିଟ୍ କରି କହିଛନ୍ତି ଯେ ଆଇନ ଏହାର କାମ କରିବ। କିନ୍ତୁ ଏହି ସମୟରେ ମାନବତା ଓ ଆତ୍ମା ଉପରୁ ଯେଉଁ ପରଦା ଉଠିଛି ତାହା ସବୁବେଳେ ତୁମ ଚରିତ୍ରର ପ୍ରମାଣପତ୍ର ହୋଇ ରହିବ। କାଲି ଆଉ ଏକ ନୂଆ ସକାଳ ହେବ, ବାସ କେବଳ ଧୈର୍ଯ୍ୟକୁ ହିଁ ଧରିରଖ।

Advertisment

ସୋନୁ ସୁଦ ତାଙ୍କ ଟ୍ୱିଟ୍‌ରେ ଆର୍ଯ୍ୟନଙ୍କ ନାମ ନେଇ ନାହାନ୍ତି କିନ୍ତୁ ତାଙ୍କର ଏଭଳି ଟ୍ୱିଟ୍‌ରୁ ଏ କଥା ସ୍ପଷ୍ଟ ବାରି ହେଉଛି। ପ୍ରକାଶଥାଉ ଯେ କିଛି ଦିନ ପୂର୍ବରୁ ସୋନୁ ସୁଦଙ୍କ ଉପରେ ଇନ୍‌କମ୍‌ ଟ୍ୟାକ୍ସ ଚୋରୀ ଅଭିଯୋଗ ଲାଗିଥିଲା। ସେ ମଧ୍ୟ ଆଇନର କାଦୁଅରେ ପଡିଥିଲେ।

ପ୍ରକାଶଥାଉ ଯେ ଅକ୍ଟୋବର ୩ରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଲଖିମପୁର ଖିରି ଯାଉଥିଲେ। ହେଲିପ୍ୟାଡରୁ ତାଙ୍କୁ ଆଣିବା ନେଇ କିଛି ସୁରକ୍ଷା ଗାଡି ଯାଉଥିଲା। ଏହି ଗାଡିଗୁଡିକ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ ମିଶ୍ରାଙ୍କର ବୋଲି କୁହାଯାଉଛି। ଏହି ସମୟରେ ରାସ୍ତାରେ ତିକୁନିଆ ଅଞ୍ଚଳରେ ଚାଷୀମାନେ ବିରୋଧ ପ୍ରଦର୍ଶନ କରୁଥିଲେ।

ଅଭିଯୋଗ ହେଉଛି ଯେ ଚାଷୀମାନଙ୍କ ସହିତ ଯୁକ୍ତି ହେବାରୁ ଆଶୀଷ ମିଶ୍ରା ସେମାନଙ୍କ ଉପରେ ଗାଡି ଚଢେଇ ଦେଇଥିଲେ। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ମାମଲା ବଢିବା ସହିତ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା। ତେବେ ଏହି ହିଂସା ପଛରେ ଆଶିଷ ମିଶ୍ରାଙ୍କ ସଂଶ୍ଳିଷ୍ଟତା ଯୋଗୁଁ ମାମଲା ବଢିଯାଇଛି। ଏହି ଘଟଣାରେ ଆଶୀଷ ମିଶ୍ରାଙ୍କ ବାପା ଅଜୟ ମିଶ୍ରା ନିଜ ପୁଅକୁ ସୁରକ୍ଷା ଦେଇଆସୁଛନ୍ତି।

Bollywood Swara Bhaskar Mumbai Cruise Drugs Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ