Sushmita sen to salman khan who are above 40 and happily single
ଆଜି ଭାଲେଣ୍ଟାଇନ୍ ଡେ’ ଥିବାରୁ ପାଣି ପବନ ପ୍ରେମରେ ପରିପୂର୍ଣ୍ଣ ହୋଇଯାଇଥିବା ଦେଖାଦେଇଛି। ଯୁବପିଢିଙ୍କ ଭିତରେ ପ୍ରେମର ମାହୋଲ୍ ଦେଖାଦେଇଛି। କିନ୍ତୁ ଏଠାରେ ସଲମାନ ଖାନ, ସୁସ୍ମିତା ସେନ୍, ତବୁଙ୍କ ଭଳି ମଧ୍ୟ ଅନେକ ସେଲିବ୍ରେଟି ଅଛନ୍ତି ଯେଉଁମାନେ ବିବାହ ଭଳି ଏକ ସାମାଜିକ ପ୍ରଥାକୁ ନ ଆପଣେଇ ସେମାନଙ୍କ ଅବିବାହିତ ଜୀବନକୁ ୪୦ ବର୍ଷ ପରେ ବି ଖୁବ ଖୁସିରେ ଜୀଉଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।
ସଲମାନ ଖାନ:
୫୬ ବର୍ଷ ବୟସ୍କ ସଲମାନ ଖାନ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ଏକ ସାକ୍ଷାତକାରରେ ତାଙ୍କ ବିବାହକୁ ନେଇ ତାଙ୍କ ବାପା ସଲିମ ଖାନ ଏହା ମଧ୍ୟ କହିଥିଲେ ଯେ ସଲମାନ ବିବାହ କରିବେ କି ନାହିଁ ଆଲ୍ଲା ମଧ୍ୟ ଜାଣି ନାହାଁନ୍ତି। ତାଙ୍କୁ ବଲିଉଡ୍ର ମୋଷ୍ଟ୍ ଏଲିଜିବଲ୍ ବ୍ୟାଚ୍ଲର୍ ବୋଲି କୁହାଯାଏ।
ଅଧିକ ପଢ଼ନ୍ତୁ: ଭାଲେଣ୍ଟାଇନ୍ ଡେ’ରେ ପାର୍ଟନର ସହ ଦେଖନ୍ତୁ ଏହି ୫ ଫିଲ୍ମ
ସୁସ୍ମିତା ସେନ୍:
ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ନାଁ ଅର୍ଜନ କରିଛନ୍ତି। ନିକଟରେ ସୁସ୍ମିତା ତାଙ୍କ ପ୍ରେମିକା ରୋହମାନ ଶଲଙ୍କ ସହ ବ୍ରେକଅପ୍ କରିଥିଲେ। ବର୍ତ୍ତମାନ ସେ ମଧ୍ୟ ଅବିବାହିତ ଏବଂ ଦୁଇ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ରୋହମାନଙ୍କ ପୂର୍ବରୁ ସୁସ୍ମିତା ଅନେକ ଯୁବକଙ୍କୁ ଡେଟ୍ କରିଥିଲେ। ତାଙ୍କ ପ୍ରେମର ଇଲାକାକୁ ଲଳିତ ମୋଦୀ ମଧ୍ୟ ଆସିଥିଲେ। ସେ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପ୍ରକୃତ ଜୀବନ ସାଥୀ ପାଇ ନାହାଁନ୍ତି।
ଅକ୍ଷୟ ଖାନ୍ନା:
ଅଭିନେତା ବିନୋଦ ଖାନ୍ନାଙ୍କ ବଡ ପୁଅ ତଥା ‘ଦିଲ୍ ଚାହାତା ହେ’ ଷ୍ଟାର୍ ଅକ୍ଷୟ ଖାନ୍ନାଙ୍କୁ ମଧ୍ୟ ୪୭ ବର୍ଷ ବୟସ ହୋଇଛି। ବିବାହ ମଧ୍ୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଅକ୍ଷୟ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ବିବାହ କରି ତାଙ୍କ ସ୍ୱାଧୀନତା ଉପରେ ଆପୋଷ ବୁଝାମଣା କରିବାକୁ ଚାହୁଁ ନାହାଁନ୍ତି। ତେବେ ଅକ୍ଷୟଙ୍କର କାହା ସହିତ କୌଣସି ସମ୍ପର୍କ ନାହିଁ।
ତବୁ:
ତବୁ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କ ଅଭିନୟରେ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ହାସଲ କରିଛନ୍ତି। ସେ ‘ପେହଲା ପେହଲା ପ୍ୟାର୍’ ରୁ ତାଙ୍କ ସିନେ କ୍ୟାରିୟର୍ ଆରମ୍ଭ କରିଥିଲେ। ସେ ବିଶ୍ୱାସ କରନ୍ତି ଅବିବାହିତ ରହିବା ଖରାପ ନୁହେଁ।
କରଣ ଜୋହର:
କରଣ ଜୋହରଙ୍କୁ ୫୦ ବର୍ଷ ହୋଇଥିଲେ ବି ସେ ଅବିବାହିତ ଅଛନ୍ତି। ସେ ନିଜ ରୁଚିକୁ ନେଇ ସମ୍ପୂର୍ଣ୍ଣ ଖୋଲା। କିନ୍ତୁ ଚଳଚ୍ଚିତ୍ର ନିର୍ମାତା ତାଙ୍କ ପ୍ରେମ ଜୀବନରେ କୌଣସି ବଡ଼ ପଦକ୍ଷେପ ନେବାକୁ ଦୂରେଇ ରହିଛନ୍ତି।
ଉଦୟ ଚୋପ୍ରା:
ଉଦୟ ଚୋପ୍ରାଙ୍କୁ ୫୧ ବର୍ଷ ହୋଇଥିଲେ ବି ସେ ଏଯାଏ ବିବାହ କରି ନାହାନ୍ତି। ସେ ପୂର୍ବରୁ ନର୍ଗିସ୍ ଫାଖ୍ରୀଙ୍କ ସହ ଜଡିତ ଥିଲେ। ପରେ କିନ୍ତୁ ସେମାନେ ଅଲଗା ହୋଇଯାଇଥିଲେ।
ଅମୀଷା ପଟେଲ୍:
ଏହି ତାଲିକାରେ ଅମୀଷା ପଟେଲ୍ଙ୍କ ନାଁ ମଧ୍ୟ ରହିଛି। ୪୨ ବର୍ଷୀୟ ଅମୀଷା ଅନେକଙ୍କୁ ଡେଟ୍ କରିଛନ୍ତି କିନ୍ତୁ ଏଯାଏ କାହାକୁ ବାହା ହୋଇ ନାହାନ୍ତି। ସେ ସିଙ୍ଗଲ୍ ଥିଲେ ବି ଖୁବ୍ ଖୁସିରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676372324.jpg)