Advertisment

ସୂର୍ଯ୍ୟାଙ୍କ ‘କଙ୍ଗୁଭା' ଏହିଦିନ ହେବ ରିଲିଜ୍; ସାମ୍ନାକୁ ଆସିଲା ଧୂଆଁଦାର ଗୀତ 'ଫାୟାର'

ସୂର୍ଯ୍ୟାଙ୍କ ଫିଲ୍ମ ‘କଙ୍ଗୁଭା’ର ରିଲିଜ୍ ତାରିଖ ବହୁତ ବାକି ଅଛି। ଆସନ୍ତା ଅକ୍ଟୋବରରେ ଏହା ପ୍ରେକ୍ଷାଳୟକୁ ଆସିବ। ଏହି ସମୟରେ ନିର୍ମାତା ଫିଲ୍ମ ପ୍ରଥମ ଗୀତ 'ଫାୟାର'ର ରିଲିଜ କରିଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି।

ଅଦ୍ୟତନ ହୋଇଛି
Suriya bobby deol 2024 kanguva first hindi song fire out

Suriya bobby deol 2024 kanguva first hindi song fire out

Advertisment

ସାଉଥ୍ ସୁପର୍‌ଷ୍ଟାର ସୂର୍ଯ୍ୟାଙ୍କ ଆଗାମୀ ଫିଲ୍ମ'କଙ୍ଗୁଭା'କୁ ନେଇ ଆଲୋଚନା ଜୋର୍ ଧରିଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି। ତେବେ, ‘କଙ୍ଗୁଭା’ର ରିଲିଜ୍ ତାରିଖ ବହୁତ ବାକି ଅଛି। ଆସନ୍ତା ଅକ୍ଟୋବରରେ ଏହା ପ୍ରେକ୍ଷାଳୟକୁ ଆସିବ। ଏହି ସମୟରେ ନିର୍ମାତା ଫିଲ୍ମ ପ୍ରଥମ ଗୀତ 'ଫାୟାର'ର ରିଲିଜ କରିଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: Stree 2: ଏହିଦିନ ରିଲିଜ୍ ହେବ 'ସ୍ତ୍ରୀ ୨'ର ଟ୍ରେଲର୍‌; ନୂଆ ପୋଷ୍ଟର୍ ଦେଖିଲେ ଲୋମ ଟାଙ୍କୁରି ଉଠିବ

Advertisment

‘କଙ୍ଗୁଭା’ର 'ଫାୟାର' ଗୀତକୁ ଦେବୀ ଶ୍ରୀ ପ୍ରସାଦ ଉର୍ଫ DSP ଏବଂ B Praak ମିଶି ପ୍ରସ୍ତୁତ କରିଛନ୍ତି। ବଢିଆ ସଙ୍ଗୀତ, ଦମଦାର ଲିରିକ୍ସ ଏବଂ ଜବରଦସ୍ତ ଏନର୍ଜିରେ ଭରପୂର 'ଫାୟାର' ଫିଲ୍ମର ଆଲ୍‌ବମ୍‌ର ଏକ ଝଲକ। ଏହି ଗୀତଟିକୁ B Praak ଗାଇଛନ୍ତି ଏବଂ ଦେବୀ ଶ୍ରୀ ପ୍ରସାଦ ଏହାର ସଂଗୀତ ଦେଇଛନ୍ତି। ଗୀତର ଲିରିକ୍ସ ରକୀବ ଆଲାମ ଲେଖିଛନ୍ତି। ଏହି ଭିଡିଓ ସଙ୍ଗ୍‌ରେ ଦେଖିବାକୁ ମିଳୁଛି ଯେ ସୂର୍ଯ୍ୟା ତାଙ୍କ ଦୁଇ ହାତରେ ଖଣ୍ଡା ଧରି ଧମାକାଦାର ଡ୍ୟାନ୍ସ କରୁଛନ୍ତି।

ଅଧିକ ପଢ଼ନ୍ତୁ: ବିଗ୍ ବି’ଙ୍କ ନମ୍ରତା; କହିଲେ ନିର୍ଦ୍ଦେଶକ ହେଉଛନ୍ତି ଅଧିନାୟକ, ମୁଁ କେବଳ ଜଣେ କର୍ମଚାରୀ… ତେଣୁ…

Advertisment

DSP ଏବଂ B Praakଙ୍କ ଯୋଡି:

ନିକଟରେ ଗାୟକ B Praak ଜାତୀୟ ପୁରସ୍କାର ବିଜେତା ସଂଗୀତକାର ଦେବୀ ଶ୍ରୀ ପ୍ରସାଦଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଛନ୍ତି। ସେ ସୋସିଆଲ ମିଡିଆରେ DSPଙ୍କୁ ଜଣେ ନମ୍ର ବ୍ୟକ୍ତି ବୋଲି କହିଛନ୍ତି ଏବଂ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ମୋତେ ପୁନର୍ବାର ଆପଣଙ୍କ ସହ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ।” ଏହା ପୂର୍ବରୁ ଉଭୟ ‘ସରିଲରୁ ନିକେନରୁ’ର ‘ସୂର୍ଯୁଦେବୋ ସନ୍ଦ୍ରୁଦେବୋ’ ଗୀତ ପାଇଁ କାମ କରିଥିଲେ, ଯାହା ସେହି ବର୍ଷ ଚାର୍ଟବଷ୍ଟର ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଥିଲା।

ଏହି ଦିନ ହେବ 'କଙ୍ଗୁଭା' ରିଲିଜ୍‌:

ସୂଚନାଯୋଗ୍ୟ ଯେ ୨୦୨୪ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ସୂର୍ଯ୍ୟଙ୍କ ତାମିଲ ଫିଲ୍ମ 'କାଙ୍ଗୁଭା' ରହିଛି। ଏହି ଫିଲ୍ମ ଅକ୍ଟୋବର ୧୦ରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ବବି ଦେଓଲ୍‌ଙ୍କ ଭୟଙ୍କର ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ।

ଏଥିସହିତ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ନିକଟରେ ମୁକ୍ତିଲାଭ କରିଥିବା ପ୍ରଭାସଙ୍କ 'କଳ୍‌କୀ ୨୮୯୮ ଏଡି'ରେ ଦେଖାଯାଇଥିବା ଦିଶା ପାଟନୀ ମଧ୍ୟ ଏହି ଫିଲ୍ମର ଏକ ଅଂଶ। ୩୫୦ କୋଟି ଟଙ୍କାର ବିପୁଳ ବଜେଟ୍‌ରେ ସୂର୍ଯ୍ୟାଙ୍କ 'କାଙ୍ଗୁଭା' ପ୍ରସ୍ତୁତ କରାଯାଇଛି।

Suriya Bobby Deol South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ